ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଶ୍ରମିକ ଚାଲାଣ ଓ ମାଡ଼ ମାରିବା ଅଭିଯୋଗରେ ପୋଲିସର ବଡ ଚଢ଼ାଉ

ଶ୍ରମିକ ଚାଲାଣ ଓ ମାଡ଼ ମାରିବା ଅଭିଯୋଗରେ ପୋଲିସର ବଡ ଚଢ଼ାଉ – ସମୀକ୍ଷା ଖବର

ତେଜୁରାମ ନାଏକ ସ୍ୱତନ୍ତ୍ର ପ୍ରତିନିଧି ନୂଆପଡା/ସମୀକ୍ଷା ନ୍ୟୁଜ:

ନୂଆପଡ଼ା ତାରିଖ-19-10-2026 : ଶ୍ରମିକ ଚାଲାଣ, ବେଆଇନ ଅଟକ ରଖିବା, ମାଡ଼ ମାରିବା, ଧମକ ଦେବା ଏବଂ ଶାରୀରିକ ନିର୍ଯାତନା,ଶ୍ରମିକଙ୍କୁ ଶୋଷଣ କରିବା ଅଭିଯୋଗରେ ନୂଆପଡ଼ା ପୁଲିସ ୫ ଜଣଙ୍କୁ ଗିରଫ କରିଛି । ଉତ୍ତରପ୍ରଦେଶର ଇଟାଭାଟିରେ କାମ କରାଇବା ନାମରେ ଗରିବ ପରିବାରଙ୍କୁ ପ୍ରଲୋଭିତ କରି ଶ୍ରମିକ ଭାବେ ପଠାଉ ଥିବା ନେଇ ଅଭିଯୋଗ ହୋଇଥିଲା। ଅଭିଯୋଗ ଅନୁଯାୟୀ, କିଛି ଶ୍ରମିକ ସର୍ଦ୍ଦାର ୨୦୨୧ ମସିହାରୁ ଗରିବ ଓ ଅସହାୟ ପରିବାରଙ୍କୁ ଅଗ୍ରିମ ଟଙ୍କା ଦେବାର ପ୍ରଲୋଭନ ଦେଖାଇ ଉତ୍ତରପ୍ରଦେଶର ଇଟାଭାଟିକୁ କାମ କରିବା ପାଇଁ ପଠାଇଥିଲେ। ଅଭିଯୋଗକାରୀଙ୍କ କହିବା ଅନୁସାରେ, ତାଙ୍କ ବାପା ଓ ପରିବାରର ଅନ୍ୟ ସଦସ୍ୟମାନେ ଇଟାଭାଟିରେ ଅମାନବୀୟ ପରିସ୍ଥିତିରେ କାମ କରିବା ସହ ସ୍ୱାଧୀନ ଭାବେ ଯାତାୟାତ କରିବାରୁ ବଞ୍ଚିତ ହୋଇଥିଲେ ଏବଂ ଶୋଷଣର ଶିକାର ହେବାରୁ ଆଗରୁ ୫ ଜଣ ଗିରଫ ସହ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ହୋଇଥିଲେ। ଅଭିଯୋଗରେ ଆହୁରି କୁହାଯାଇଛି ଯେ, ୨୦୨୪ ମସିହା ସେପମ୍ବର ମାସରେ ଅଭିଯୋଗକାରୀଙ୍କ ବାପା ଓ ବଡ଼ ଭାଇଙ୍କୁ ଜୋରଜବରଦସ୍ଥି ବାରକୋଠି ଗ୍ରାମକୁ ନିଆଯାଇ ମାଡ଼ ମରାଯିବା ସହ ଟଙ୍କା ଫେରସ୍ତ କରିବାକୁ ଧମକ ଦିଆଯାଇଥିଲା। ଏହା ସହିତ ଇଟାଭାଟିକୁ କାମ କରିବାକୁ ନଯିବା ପାଇଁ ପରିବାର ପକ୍ଷରୁ ମନା କରାଯିବାରୁ ଗୁରୁତର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଧମକ ଦିଆଯାଇଥୁବା ଅଭିଯୋଗ ହୋଇଛି। ଘଟଣାର ତଦନ୍ତ ସମୟରେ ପୁଲିସ ସାକ୍ଷୀମାନଙ୍କୁ ପଚରାଉଚରା କରିବା ସହ ଘଟଣାସ୍ଥଳ ପରିଦର୍ଶନ କରି ବିଭିନ୍ନ ପ୍ରମାଣ ସଂଗ୍ରହ କରିଥିଲା । ଏହାପରେ ପୋଲିସ ୧୭ ଅକ୍ଟୋବର ୨୦୨୬ ତାରିଖରେ ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ଗିରଫ ଅଭିଯୁକ୍ତଙ୍କହେଲେ ଗୋଲୁ ଓରଫ ନୀଳକମଳ ଚନ୍ଦ୍ରାକର (୩୮) ବେଲଟୁକୁରୀ, ମୁଲଚନ୍ଦ ସାବର (୩୫) ବେଲଟୁକୁରୀ, ସନୋଜ ଲୋହାର (୩୪) ପଶ୍ରରିପାଣି ହୋଇଥିବାବେଳେ ଛତିଶଗଡର ରାଜ୍ୟର ସନ୍ତୋଷ ଅଗ୍ରୱାଲ (୪୬) ତେଣ୍ଡୁକାନା, ମହାସମୁନ୍ଦ, ଅନୁପ ଅଗ୍ରୱାଲ (୪୭) ବସନା, ମହାସମୁନ୍ଦ ଗିରଫ ହୋଇଛନ୍ତି କ୍ଷ ଏହି ଘଟଣା ସମ୍ପର୍କରେ ଭାରତୀୟ ନ୍ୟାୟ ସଂହିତା (BNS) ଏବଂ ଅନ୍ତଃରାଜ୍ୟ ପ୍ରବାସୀ ଶ୍ରମିକ ( ନିଯୁକ୍ତି ନିୟନ୍ତ୍ରଣ ଓ ସେବା ସର୍ଭାବଳୀ) ଆଇନ, ୧୯୭୯ର ସମ୍ପୃକ୍ତ ଧାରା ଅନୁଯାୟୀ ମାମଲା ରୁଜୁ ହୋଇଛି। ଘଟଣାର ଅଧୂକ ତଦନ୍ତ ଜାରି ରହିଛି ବୋଲି ପୋଲିସ କହିଛି ।

ଶ୍ରମିକ ଚାଲାଣ ଓ ମାଡ଼ ମାରିବା ଅଭିଯୋଗରେ ପୋଲିସର ବଡ ଚଢ଼ାଉ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ପତୋରା ଡ୍ୟାମ, ଯୋଗେଶ୍ୱର ମନ୍ଦିର ଓ ଗୋଧସ ଜଳପ୍ରପାତ ପରିଦର୍ଶନ କଲେ ଜିଲ୍ଲାପାଳ ଅନ୍ୟା ଦାଶ