ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ବଲାଙ୍ଗୀର ମାଲକାନଗିରି ନୂଆପଡ଼ା ଗଞ୍ଜାମ

ମୁରିବାହାଲରେ ପାରମ୍ପରିକ ଲାଖବିନ୍ଧା ଉତ୍ସବ: ବିଜେତା ହେଲେ କାଂହୁ ସାହୁ

ମୁରିବାହାଲରେ ପାରମ୍ପରିକ ଲାଖବିନ୍ଧା ଉତ୍ସବ: ବିଜେତା ହେଲେ କାଂହୁ ସାହୁ – ସମୀକ୍ଷା ଖବର

ଭଗବାନ ମହାନ୍ତି/ ବରିଷ୍ଠ ସାମ୍ବାଦିକ/ ମୁରିବାହାଲ/ ସମୀକ୍ଷା ନ୍ୟୁଜ:

ମୁରିବାହାଲ, ୨୦/୧୦/୨୬, ବଲାଙ୍ଗିର ଜିଲ୍ଲା ମୁରିବାହାଲ ୫୫ ତମ ସାର୍ବଜନୀନ ଦୁର୍ଗାପୂଜା ଅବସରରେ ମଙ୍ଗଳବାର ଅପରାହ୍ନ ୪ଟାରେ ପାରମ୍ପରିକ ଲାଖବିନ୍ଧା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପରମ୍ପରା ଅନୁଯାୟୀ ପୂଜାର କର୍ତ୍ତା ଅଗସ୍ତି ବଘାର ବାଜାବାଦ୍ୟ ସହ ଖଣ୍ଡା ଧରି ଗ୍ରାମ ପରିକ୍ରମା କରିଥିଲେ। ଏହି ସମୟରେ ଗ୍ରାମର ମହିଳାମାନେ ନିଜ ଘର ଦୁଆରେ ଖଣ୍ଡାକୁ ବନ୍ଦାପନା କରିଥିଲେ। ପରେ ମୁରିବାହାଲ ହାଇସ୍କୁଲ ପଡ଼ିଆରେ ଲାଖବିନ୍ଧା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁରିବାହାଲ ବସ୍ତି ବନ୍ଧପଡ଼ାର କାଂହୁ ସାହୁ ଲାଖ ବିନ୍ଧି ବିଜେତା ହୋଇଥିଲେ। ଏହି ଦୃଶ୍ୟ ଦେଖିବା ପାଇଁ ପଡ଼ିଆରେ ବହୁ ସଂଖ୍ୟାରେ ଗ୍ରାମବାସୀ ଓ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା। କାର୍ଯ୍ୟକ୍ରମକୁ ସଫଳ କରିବାରେ ସାର୍ବଜନୀନ ଦୁର୍ଗାପୂଜା କମିଟିର ସଭାପତି ଅଜିତ ତରିଆ, ଉପ-ସଭାପତି ଅବିନାଶ ଭୋଇ, ସମ୍ପାଦକ ସଞ୍ଜୟ ବାଗ, କୋଷାଧ୍ୟକ୍ଷ ପ୍ରଶାନ୍ତ ମାହାର, ସହ-ସମ୍ପାଦକ ଜିତେଶ ସେଠ୍ ଓ ଲଳିତ କୁମାର ବଘାର ପ୍ରମୁଖ ସହଯୋଗ କରିଥିଲେ। ଆସନ୍ତାକାଲି ମା’ ଦୁର୍ଗାଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହେବ। ଏଥିରେ କୁମ୍ଭାରୀର ମହାକାଳ ଦଳ, ଟିଟିଲାଗଡ଼ର ଡାଲଖାଇ ଦଳ ସମେତ ବିଭିନ୍ନ ଅଞ୍ଚଳର ସାଂସ୍କୃତିକ ଦଳ ଯୋଗଦେବେ ବୋଲି ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି।

ମୁରିବାହାଲରେ ପାରମ୍ପରିକ ଲାଖବିନ୍ଧା ଉତ୍ସବ: ବିଜେତା ହେଲେ କାଂହୁ ସାହୁ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବିଭିନ୍ନ ଦୁର୍ଗା ମେଢ଼ ଦର୍ଶନ କରି ଲୋକଙ୍କ ମଙ୍ଗଳ କାମନା କଲେ ସନ୍ତୋଷ ସାଲୁଜା