ମୁଖ୍ୟ ବିଷୟକୁ ଯାଆନ୍ତୁ
ଶନିବାର, ୨୧ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ଖୋର୍ଦ୍ଧା କେନ୍ଦୁଝର ମାଲକାନଗିରି ବରଗଡ଼ ନବରଙ୍ଗପୁର

Allegation of Murder of Migrant Laborers: ପରକୀୟ ପ୍ରୀତି ପାଇଁ ଦାଦନ ଶ୍ରମିକଙ୍କୁ ହତ୍ୟା ଅଭିଯୋଗ

Allegation of Murder of Migrant Laborers: ପରକୀୟ ପ୍ରୀତି ପାଇଁ ଦାଦନ ଶ୍ରମିକଙ୍କୁ ହତ୍ୟା ଅଭିଯୋଗ – ସମୀକ୍ଷା ଖବର

ଜଗବନ୍ଧୁ ଖଟୁଆ/ରାଜନଗର ସାମ୍ବାଦିକ /ସମୀକ୍ଷା ନ୍ୟୁଜ : ୧୦/୧୧/୨୬

କାମଧନ୍ଦା ଅଭାବରୁ ସୁଦୂର ପୁନେରେ ଦାଦନ ଖଟୁଥିବା ଯୁବକଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଛି । ପୁନେରେ ହତ୍ୟା କରି ଦୁର୍ଘଟଣାର ରୂପ ଦିଆଯାଇଛି । ଶବ ବ୍ୟବଛେଦ ପରେ ଆମ୍ବୁଲାନ୍ସ ଯୋଗେ ଆଜି ମୃତ ଦେହ ଆସି ଗାଁ ରେ ପହଞ୍ଚିଛି । ଦାଦନ ଖଟୁଥିବା ଯୁବକଙ୍କ ପତ୍ନୀଙ୍କ ସହ ଠିକାଦାରଙ୍କ ସମ୍ପର୍କକୁ ନେଇ ପୁଅକୁ ହତ୍ୟା କରାଯାଇଥିବା ମାଆ ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି । ଦାଦନ ହୋଇ ଯାଇଥିଲେ ସବ ହୋଇ ଫେରିଲେ । କେନ୍ଦ୍ରାପଡା ଜିଲ୍ଲା ରାଜନଗର ବ୍ଲକ ଖଣ୍ଡାମରା ଗାଁ ର ୨୫ ବର୍ଷୀୟ ଯୁବକ ରୋହିତ ସାହୁ । ଗାଁ ରେ କାମ ନମିଳିବାରୁ ନିଜ ଅଭାବି ସଂସାର ର ଅଭାବ ଦୂର କରିବା ପାଇଁ ସୁଦୂର ମହାରାଷ୍ଟ୍ରର ପୁନେରେ ଦାଦନ ଖଟୁଥିଲେ । ଯେଉଁ ଦି ପଇସା ମିଳୁଥିଲା ସେଥିରେ ୫ ପ୍ରାଣୀ କୁଟୁମ୍ବ ସୁଖେ ଦୁଖେ ଚାଲିଯାଉଥିଲେ । ମାତ୍ର ଦଇବ ଭାଗ୍ୟରେ ଦାଉ ସାଧିଲା । ଗତ ୭ ତାରିଖ ରାତିରେ ପୁନେ ଠାରେ ରୋହିତ ଙ୍କ ମୃତ୍ୟୁ ଘଟିଛି । ଆଜି ପୁଅର ଶବ ଗାଁରେ ପହଞ୍ଚିବା ପରେ ମା କାନ୍ଦି କାନ୍ଦି ପଗେଳି ପ୍ରାୟ ,କାହାକୁ କଣ କହୁଛି ଜାଣି ପାରୁନି ,କାନ୍ଦି କାନ୍ଦି ଘଡିକୁ ଘଡି ବେହୋସ ହୋଇଯାଉଥିବା ବେଳେ ମୃତ ରୋହିତ ଙ୍କ ଭଉଣୀ ଆଖିର ଲୁହ ବନ୍ଧ ବାଡ ମାନୁନି । ସେପଟେ ତାଙ୍କ ପତ୍ନୀ ଠିକାଦାର ଙ୍କ ନାଁ ରେ ଆଣିଛନ୍ତି ସାଂଘାତିକ ଅଭ୍ଜିଯୋଗ । ଠିକାଦାର ମୋ ସହ ଖରାପ ସମ୍ପର୍କ ରଖିବାକୁ ଚାହୁଁ ଥିଲା ସେ ହିଁ ମୋ ସ୍ବାମୀଙ୍କୁ ମାରିଛି ବୋଲି ତାଙ୍କ ପତ୍ନୀ କ୍ୟାମେରା ସାମ୍ନା ରେ କହିଛନ୍ତି । ସମଗ୍ର ଗାଁରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ଏକମାତ୍ର ରୋଜଗାରିଆ ପୁଅ କୁ ହରାଇ ଏହି ପରିବାର କିପରି ଆଗକୁ ବଢିବ ସେ ନେଇ ଚିନ୍ତାରେ ପଡିଛନ୍ତି । ମୃତ ରୋହିତ ଙ୍କର ଘରେ ଶଯ୍ୟାସାଇ ବୃଦ୍ଧ ବାପା ,ମା ଓ ଚାରି ଭଉଣୀ ଙ୍କ ମଧ୍ୟରୁ ତିନିଜଣ ବିବାହ କରିଥିବା ବେଳେ ଅନ୍ୟଜଣେ ଅବିବାହିତ ଭଉଣୀ ଅଛନ୍ତି । ପ୍ରକୃତରେ ତାଙ୍କର କିପରି ମୃତ୍ୟୁ ହୋଇଛି ତାହା ଆଗାମୀ ଦିନରେ ପୁଲିସ ତଦନ୍ତରୁ ଜଣାପଡିବ । ତୁରନ୍ତ ଏହି ଅସହାୟ ପରିବାର କୁ ସାହାଯ୍ୟ ଯୋଗାଇଦେବାକୁ ସ୍ଥାନୀୟ ବାସିନ୍ଦା ଦାବି କରିଛନ୍ତି |

Allegation of Murder of Migrant Laborers: ପରକୀୟ ପ୍ରୀତି ପାଇଁ ଦାଦନ ଶ୍ରମିକଙ୍କୁ ହତ୍ୟା ଅଭିଯୋଗ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
କେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ... – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓକେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ...YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Another Shameful Incident: ପୁଣି ଲଜ୍ଜା, ୮ମ ଶ୍ରେଣୀ ଛାତ୍ରୀ ଗର୍ଭବତୀ ନେଇ ଥାନାରେ ଏତଲା ଦେଲେ ନାବାଳିକାଙ୍କ ମା’’, ଅଭିଯୁକ୍ତ ଗିରଫ