ମୁଖ୍ୟ ବିଷୟକୁ ଯାଆନ୍ତୁ
ଗୁରୁବାର, ୧୯ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର କୋରାପୁଟ ବାଲେଶ୍ୱର କେନ୍ଦ୍ରାପଡ଼ା ବରଗଡ଼ ନୟାଗଡ଼

Ranki in Keonjhar ranked among the top 5 Eklavya Model Residential Schools: ଜାତୀୟସ୍ତରରେ ଶ୍ରେଷ୍ଠ ୫ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ସ୍ଥାନ ପାଇଲା କେନ୍ଦୁଝରର ରାଙ୍କି; ରାଷ୍ଟ୍ରପତିଙ୍କ ଦ୍ୱାରା ଜିଲ୍ଲାପାଳ ସମ୍ବର୍ଦ୍ଧିତ

Ranki in Keonjhar ranked among the top 5 Eklavya Model Residential Schools: ଜାତୀୟସ୍ତରରେ ଶ୍ରେଷ୍ଠ ୫ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ସ୍ଥାନ ପାଇଲା କେନ୍ଦୁଝରର ରାଙ୍କି; ରାଷ୍ଟ୍ରପତିଙ୍କ ଦ୍ୱାରା ଜିଲ୍ଲାପାଳ ସମ୍ବର୍ଦ୍ଧିତ – ସମୀକ୍ଷା ଖବର

ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/କେନ୍ଦୁଝର:

କେନ୍ଦୁଝର,୧୩/୧୧,ଜନଜାତି ଶିକ୍ଷା କ୍ଷେତ୍ରରେ କେନ୍ଦୁଝର ଜିଲ୍ଲା ପାଇଁ ଏକ ଗୌରବମୟ ଅଧ୍ୟାୟ ଯୋଡ଼ି ହୋଇଛି। ଜାତୀୟସ୍ତରରେ ଶ୍ରେଷ୍ଠ ୫ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ (EMRS) ମଧ୍ୟରେ କେନ୍ଦୁଝର ଜିଲ୍ଲାର ରାଙ୍କିସ୍ଥିତ ଇଏମଆରଏସ ସ୍ଥାନ ପାଇଛି। ଏହି ଉଲ୍ଲେଖନୀୟ ସଫଳତା ପାଇଁ ମାନନୀୟା ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଜିଲ୍ଲାପାଳ ବିଶାଲ ସିଂହଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ଓଡ଼ିଶା ଆଦର୍ଶ ଜନଜାତି ଶିକ୍ଷା ସମିତି ସଚିବ ସୁରେନ୍ଦ୍ର କୁମାର ମୀନା, ରାଙ୍କି ଏକଲବ୍ୟ ବିଦ୍ୟାଳୟର ପ୍ରିନ୍ସିପାଲ ରବିଶଙ୍କର ଚୌଧୁରୀ ମଧ୍ୟ ଉପସ୍ଥିତ ରହିଥିଲେ। ସୂଚନାଯୋଗ୍ୟ ଭଗବାନ ବିର୍ସା ମୁଣ୍ଡାଙ୍କ ୧୫୧ତମ ଜୟନ୍ତୀ ଅବସରରେ ଆୟୋଜିତ ଜନଜାତିୟ ଗୌରବ ପକ୍ଷ-୨୦୨୬ ଅନ୍ତର୍ଗତ ନଭେମ୍ବର ୧୨ ତାରିଖରେ ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ରାଷ୍ଟ୍ରପତି ଦେଶର ବିଭିନ୍ନ ଏକଲଵ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର ମେଧାବୀ ଛାତ୍ରଛାତ୍ରୀ ଓ ପୂର୍ବତନ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିଥିଲେ। ଜନଜାତି ଶିକ୍ଷାର ପ୍ରସାର ଦିଗରେ କେନ୍ଦୁଝର ଜିଲ୍ଲା ନିରନ୍ତର ଅଗ୍ରସର ହେଉଛି। ବର୍ତ୍ତମାନ ଜିଲ୍ଲାରେ ୮ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟରେ ଶିକ୍ଷାଦାନ ଜାରି ରହିଛି। ଏହା ସହିତ ଯୋଡ଼ା ଏବଂ ଝୁମ୍ପୁରା ବ୍ଲକରେ ଆଉ ଦୁଇଟି ଇଏମଆରଏସ ସ୍ଥାପନ ପାଇଁ ପ୍ରଶାସନିକ ଅନୁମୋଦନ ମିଳିଛି। ଏହି ଦୁଇଟି ବିଦ୍ୟାଳୟ ଖୁବଶୀଘ୍ର କାର୍ଯ୍ୟକ୍ଷମ ହେବା ସହ ଜିଲ୍ଲାରେ ଏକଲବ୍ୟ ବିଦ୍ୟାଳୟ ସଂଖ୍ୟା ୧୦ରେ ପହଞ୍ଚିବ। ଏହି ସଫଳତା ଜିଲ୍ଲାର ଶିକ୍ଷାଗତ ଉତ୍କର୍ଷତା ସହ ଜନଜାତି ସମ୍ପ୍ରଦାୟର ଶିଶୁ ଓ ଯୁବପିଢ଼ିଙ୍କୁ ଗୁଣାତ୍ମକ ଶିକ୍ଷା, ସମାନ ସୁଯୋଗ ଏବଂ ଉଜ୍ଜ୍ୱଳ ଭବିଷ୍ୟତ ପ୍ରଦାନ ଦିଗରେ କେନ୍ଦୁଝର ଜିଲ୍ଲା ପ୍ରଶାସନର ପ୍ରତିବଦ୍ଧତାର ପ୍ରତିଫଳନ।

Ranki in Keonjhar ranked among the top 5 Eklavya Model Residential Schools: ଜାତୀୟସ୍ତରରେ ଶ୍ରେଷ୍ଠ ୫ଟି ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ସ୍ଥାନ ପାଇଲା କେନ୍ଦୁଝରର ରାଙ୍କି; ରାଷ୍ଟ୍ରପତିଙ୍କ ଦ୍ୱାରା ଜିଲ୍ଲାପାଳ ସମ୍ବର୍ଦ୍ଧିତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Education Award Baguli Ashram School: ରାଜ୍ୟସ୍ତରୀୟ ଶ୍ରେଷ୍ଠ ପ୍ରାଥମିକ ବିଦ୍ୟାଳୟ ରୂପେ ବାଗୁଲି ଆଶ୍ରମ ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ