ମୁଖ୍ୟ ବିଷୟକୁ ଯାଆନ୍ତୁ
ଶୁକ୍ରବାର, ୨୦ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ଖୋର୍ଦ୍ଧା ବରଗଡ଼ କେନ୍ଦ୍ରାପଡ଼ା ମାଲକାନଗିରି କୋରାପୁଟ

Education Award Baguli Ashram School: ରାଜ୍ୟସ୍ତରୀୟ ଶ୍ରେଷ୍ଠ ପ୍ରାଥମିକ ବିଦ୍ୟାଳୟ ରୂପେ ବାଗୁଲି ଆଶ୍ରମ ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ

Education Award Baguli Ashram School: ରାଜ୍ୟସ୍ତରୀୟ ଶ୍ରେଷ୍ଠ ପ୍ରାଥମିକ ବିଦ୍ୟାଳୟ ରୂପେ ବାଗୁଲି ଆଶ୍ରମ ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ – ସମୀକ୍ଷା ଖବର


ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ବଡ଼ସାହି, ୧୩/୧୧/୨୬ – ଶିକ୍ଷାର ମନ୍ଦିରରେ ନିଷ୍ଠା, ତ୍ୟାଗ ଓ ସାଧନାର ଫଳ ସର୍ବଦା ସୁମଧୁର । ଏହାର ଏକ ଉଜ୍ଜ୍ୱଳ ଉଦାହରଣ ସୃଷ୍ଟି କରି ରାଜ୍ୟସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ସମ୍ମାନିତ ହୋଇଛନ୍ତି ଶ୍ରୀଯୁକ୍ତ ବିଶ୍ୱନାଥ ସାହୁ, ପ୍ରଧାନଶିକ୍ଷକ,ବାଗୁଲି ଆଶ୍ରମ ବିଦ୍ୟାଳୟ ।। ନଭେମ୍ବର ୧୨ ତାରିଖରେ ଭୁବନେଶ୍ୱରସ୍ଥିତ ୟୁନିଟ୍-୩ କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ଆୟୋଜିତ ରାଜ୍ୟସ୍ତରୀୟ ସୁରଭି-୨୦୨୬ ଉତ୍ସବରେ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ମୋହନ ଚରଣ ମାଝୀ, ଶିକ୍ଷାମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଓଶିକ୍ଷା ସଚିବ ଶ୍ରୀଯୁକ୍ତ ତିରୁମାଲା ନାୟକ ରାଜ୍ୟସ୍ତରୀୟ ଶ୍ରେଷ୍ଠ ପ୍ରାଥମିକ ବିଦ୍ୟାଳୟ ରୂପେ ବାଗୁଲି ଆଶ୍ରମ ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଶିକ୍ଷା ପୁରସ୍କାର ପ୍ରଦାନ କରିଥିଲେ । ଶିକ୍ଷାର ମାନବୃଦ୍ଧି, ବିଦ୍ୟାଳୟର ସାମଗ୍ରିକ ବିକାଶ, ଛାତ୍ରଛାତ୍ରୀଙ୍କ ଉନ୍ନତି ଓ ଶିକ୍ଷାଦାନ କ୍ଷେତ୍ରରେ ନିଷ୍ଠାପର ଉଦ୍ୟମ ଏହି ସମ୍ମାନର ମହତ୍ତ୍ୱକୁ ପ୍ରତିପାଦିତ କରିଛି । ତାଙ୍କର ଏହି ସଫଳତା କେବଳ ବ୍ୟକ୍ତିଗତ ଉପଲବ୍ଧି ନୁହେଁ, ବରଂ ସମଗ୍ର ବିଦ୍ୟାଳୟ, ଅଞ୍ଚଳ ଓ ଶିକ୍ଷକ ସମାଜ ପାଇଁ ଏକ ଗୌରବମୟ ଅଧ୍ୟାୟ । ଜଣେ ଆଦର୍ଶ ଶିକ୍ଷକ କେବଳ ପାଠ ପଢ଼ାନ୍ତି ନାହିଁ, ସେ ଭବିଷ୍ୟତ ପିଢ଼ିର ସ୍ୱପ୍ନକୁ ଆକାର ଦିଅନ୍ତି ଏବଂ ସମାଜ ଗଠନର ମୂଳଦୁଆକୁ ସୁଦୃଢ଼ କରନ୍ତି । ଏହି ଗୌରବମୟ ସଫଳତା ପାଇଁ ବିଦ୍ୟାଳୟର ଶିକ୍ଷକ, କର୍ମଚାରୀ, ଛାତ୍ରଛାତ୍ରୀ, ଅଭିଭାବକ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ଆନନ୍ଦ ଓ ଉତ୍ସାହର ପରିବେଶ ସୃଷ୍ଟି ହୋଇଛି । ତାଙ୍କର ଏହି ସଫଳତା ଆଗାମୀ ଦିନରେ ଶିକ୍ଷା କ୍ଷେତ୍ରରେ ନୂତନ ଉତ୍ସାହ ଓ ପ୍ରେରଣାର ଆଲୋକବର୍ତ୍ତିକା ସାଜିବ ବୋଲି ଆଶା ପ୍ରକାଶ ପାଇଛି ।

Education Award Baguli Ashram School: ରାଜ୍ୟସ୍ତରୀୟ ଶ୍ରେଷ୍ଠ ପ୍ରାଥମିକ ବିଦ୍ୟାଳୟ ରୂପେ ବାଗୁଲି ଆଶ୍ରମ ବିଦ୍ୟାଳୟକୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
କେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ... – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓକେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ...YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Mayurbhanj District Collector Hemakanta Say felicitated by the President: ରାଷ୍ଟ୍ରପତିଙ୍କ ଦ୍ୱାରା ମୟୂରଭଞ୍ଜ ଜିଲ୍ଲାପାଳ ହେମକାନ୍ତ ସୟ ସମ୍ବର୍ଦ୍ଧିତ