ମୁଖ୍ୟ ବିଷୟକୁ ଯାଆନ୍ତୁ
ଶନିବାର, ୨୧ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ମାଲକାନଗିରି ଜଗତସିଂହପୁର ଖୋର୍ଦ୍ଧା ନବରଙ୍ଗପୁର ବରଗଡ଼ ଗଞ୍ଜାମ

IGNOU office 41st Foundation Day celebrated: ଇଗ୍ନୋ କାର୍ଯ୍ୟାଳୟ ପରିସରରେ ୪୧ ତମ ପ୍ରତିଷ୍ଠା ଦିବସ ପାଳିତ

IGNOU office 41st Foundation Day celebrated: ଇଗ୍ନୋ କାର୍ଯ୍ୟାଳୟ ପରିସରରେ ୪୧ ତମ ପ୍ରତିଷ୍ଠା ଦିବସ ପାଳିତ – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ରାଇରଙ୍ଗପୁର, ୧୯/୧୧/୨୬ – ରାଇରଙ୍ଗପୁର ପୌରପାଳିକାର କଲ୍ୟାଣ ମଣ୍ଡପରେ ଅସ୍ଥାୟୀ ଭାବେ କାର୍ଯ୍ୟ କରୁଥିବା ଉତ୍ତରାଞ୍ଚଳ ଇନ୍ଦିରା ଗାନ୍ଧୀ ମୁକ୍ତ ବିଶ୍ବ ବିଦ୍ୟାଳୟ ( ଇଗ୍ନୋ) ପରିସରରେ ଇଗ୍ନୋର ୪୧ ତମ ପ୍ରତିଷ୍ଠା ଦିବସ ଅଧ୍ୟକ୍ଷ ଡ଼ଃ ବଂଶିଧର ବାରିକଙ୍କ ସଭାପତିତ୍ବରେ ଗୁରୁବାର ଦିନ ଅନୁଷ୍ଠିତ ହୋଇଯାଇଥିବା ଜଣାପଡିଛି । ଏଥିରେ ମୁଖ୍ୟ ଅତିଥି ଭାବେ ରାଇରଙ୍ଗପୁର ମହାବିଦ୍ୟାଳୟର ରାଜନୀତି ବିଜ୍ଞାନ ଅଧ୍ୟାପକ ରାଜେଶ ରାମ ଏବଂ ସମ୍ମାନିତ ଅତିଥି ଭାବେ ରାଇରଙ୍ଗପୁର‌ ମହାବିଦ୍ଯାଳୟର ଗୃହ ବିଜ୍ଞାନ ଅଧ୍ୟାପିକା ଯଶୋଧାରା ମହାନ୍ତ ଯୋଗ ଦେଇଥିଲେ ।ପ୍ରାରମ୍ଭରେ ଜଗନ୍ନାଥଙ୍କ ଫଟୋ ପାଖରେ ପ୍ରଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ଉତ୍ତରାଞ୍ଚଳ ଇଗ୍ନୋର ସେଣ୍ଟର ,ରାଇରଙ୍ଗପୁର ଶାଖାର ଅଧ୍ୟକ୍ଷ ଡ଼ଃ ବଂଶିଧର ବାରିକ ବକ୍ତବ୍ୟରେ କହିଥିଲେ, ଉଚ୍ଚଶିକ୍ଷାର ବଂଚିତ ହେଉଥିବା ଯୁବ, ଛାତ୍ର, ବୟସ୍କ, ଗୃହୀଣୀ, ଶ୍ରମିକମାନଙ୍କୁ କିଭଳି ଶିକ୍ଷା ଲାଭ କରିପାରିବେ ତାହାକୁ ଲକ୍ଷ୍ୟ ରଖି ଭାରତରତ୍ନ ତତ୍କାଳୀନ ଦୂରଦୃଷ୍ଟି ସମ୍ପନ୍ନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ଦ୍ଵାରା ୧୯୮୫ ମସିହା ନଭେମ୍ବର ୧୯ ରେ ଦିଲ୍ଲୀରେ ଇଗ୍ନୋର ପ୍ରତିଷ୍ଠା ହୋଇଥିଲା ବୋଲି ବକ୍ତବ୍ୟରେ କହିଥିଲେ । ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଙ୍କ ପ୍ରଚେଷ୍ଟାରେ ରାଇରଙ୍ଗପୁର ରେ ୨୦୨୬ ଜାନୁଆରୀ ୧ ତାରିଖ ଦିନ ଉତ୍ତରାଞ୍ଚଳ ଇଗ୍ନୋସେଣ୍ଟର ମହାମହିମ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦୀଙ୍କ ଦ୍ଵାରା ଶୁଭ ଉଦଘାଟିତ ହୋଇଥିଲା ।

IGNOU office 41st Foundation Day celebrated: ଇଗ୍ନୋ କାର୍ଯ୍ୟାଳୟ ପରିସରରେ ୪୧ ତମ ପ୍ରତିଷ୍ଠା ଦିବସ ପାଳିତ – ସମୀକ୍ଷା

ଏହା ପ୍ରତିଷ୍ଠା ହେବାଦ୍ବାରା ଯାଜପୁର, ଭଦ୍ରକ, ବାଲେଶ୍ଵର, ମୟୂରଭଂଜ ଏବଂ କେନ୍ଦୁଝର ଜିଲ୍ଲାର ଛାତ୍ରଛାତ୍ରୀ ବିଶେଷ ଭାବରେ ଉପକୃତ ହେବେ । କାର୍ଯ୍ୟରତ ବ୍ୟକ୍ତି, ଅଧାପାଠ ଛାଡ଼ିଥିବା ବ୍ୟକ୍ତି, ଗୃହିଣୀ, ଦୂରରେ ରହୁଥିବା ଯୁବ, ଛାତ୍ର, ଶ୍ରମିକଙ୍କ ପାଇଁ ଏହା ଅପୂର୍ବ ସୁଯୋଗ । ପାଠ ପଢିବା ଏବଂ ଶିକ୍ଷା ଅର୍ଜନ ପାଇଁ ବୟସ ଏକ ମାପ କାଠି ନୁହେଁ ବୋଲି କହିଥିଲେ । ଏଠାରେ ମଧ୍ୟ ଦକ୍ଷତା ବିକାଶ ସମ୍ବନ୍ଧୀୟ ଶିକ୍ଷା ପ୍ରଦାନ କରାଯାଉଛି । ଜଣେ ରେଗୁଲାର କଲେଜରେ ପଢ଼ି ମଧ୍ୟ ଅନ୍ୟ ବିଷୟରେ ଇଗ୍ନୋର ତରଫରୁ ଦୂରତା ଶିକ୍ଷା ନେବାର ସୁଯୋଗ ରହିଛି । ତଦସହ ଅଦ୍ଯାଵଧି ୯୦୦୦ ରରୁ ଉର୍ଦ୍ଧ୍ଵ ଛାତ୍ରଛାତ୍ରୀ ଏହି ସେଣ୍ଟର୍ ରେ ନାମ ଲେଖିଲେଣି । ଅନ୍ ଲାଇନ୍ ଶିକ୍ଷା ମଧ୍ୟ ପ୍ରଦାନ‌ କରାଯାଉଛି ।ଏହି ସେଣ୍ଟର୍ ତରଫରୁ ପରୀକ୍ଷା ବ୍ୟବସ୍ଥା ମଧ୍ୟ ଆରମ୍ଭ ହୋଇଯାଇଛି ।ବର୍ଷକରେ ଦୁଇଥର ନାମ ଲେଖା ଵ୍ଯଵସ୍ଥାର ସୁଯୋଗ ରହିଛି । ମୁଖ୍ୟ ଅତିଥି ଅଧ୍ୟାପକ ରାଜେଶ ରାମ, ମୁଖ୍ୟ ବକ୍ତା ଅଧ୍ୟାପିକା ଯଶୋଧାରା ମହାନ୍ତ, ରାଇରଙ୍ଗପୁର ମହିଳା ମହାବିଦ୍ଯାଳୟର ଅର୍ଥନୀତି ବିଭାଗର ଅଧ୍ୟାପିକା ରଞ୍ଜୁଲତା ନାୟକ, ଅଧ୍ୟାପିକା ଶୁଭଦର୍ଶୀ ମିଶ୍ର , ଗୃହ ଵିଜ୍ଞାନ ଅଧ୍ଯାପିକା ବିଦ୍ୟାଵତି ଵେହେରା , ଅର୍ଥନୀତି ଅଧ୍ୟାପକ ବାବୁଲୁ କୁମ୍ଭାକାର, ସାମ୍ଵାଦିକ ଅକ୍ଷୟ ଵିଶ୍ବାଳ ପ୍ରମୁଖ ଯୋଗ ଦେଇ ଇଗ୍ନୋ ଦ୍ଵାରା ଛାତ୍ରଛାତ୍ରୀମାନେ କିଭଳି ଉଚ୍ଚତର ଶିକ୍ଷା ଲାଭ ପାଇଁ ପାରିବେ ବକ୍ତବ୍ୟରେ କହିଥିଲେ ।ଏହି କାର୍ଯ୍ୟକ୍ରମରେ ବହୁ ଛାତ୍ରଛାତ୍ରୀ ଅଂଶ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଆସିଷ୍ଟାଣ୍ଟ ଏକଜିଉଟିଭ ହେମନ୍ତ ମିଶ୍ର, ସହକାରୀ ରେଜିଷ୍ଟ୍ରାର ମହେନ୍ଦ୍ର ମିଶ୍ର ପରିଚାଳନାରେ ସହଯୋଗ କରିଥିଲେ ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
କେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ... – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓକେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ...YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Gopashtami Celebrated at Gokuldham Goshala: ଗୋକୂଳଧାମ ଗୋଶାଳାରେ ଗୋପାଷ୍ଟମୀ ପାଳିତ