ମୁଖ୍ୟ ବିଷୟକୁ ଯାଆନ୍ତୁ
ଶନିବାର, ୨୧ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ମାଲକାନଗିରି ଜଗତସିଂହପୁର ଖୋର୍ଦ୍ଧା ନବରଙ୍ଗପୁର ବରଗଡ଼ ଗଞ୍ଜାମ

Gopashtami Celebrated at Gokuldham Goshala: ଗୋକୂଳଧାମ ଗୋଶାଳାରେ ଗୋପାଷ୍ଟମୀ ପାଳିତ

Gopashtami Celebrated at Gokuldham Goshala: ଗୋକୂଳଧାମ ଗୋଶାଳାରେ ଗୋପାଷ୍ଟମୀ ପାଳିତ – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ଶାମାଖୁଣ୍ଟା, ୧୯/୧୧/୨୬ – ନିକଟରେ ରାଇରଙ୍ଗପୁରସ୍ଥ ଗୋଶାଳାର କାର୍ଯ୍ୟକ୍ରମ ପରେ ଶାମାଖୁଣ୍ଟା ବ୍ଲକ ସ୍ଥିତ ଗୁଣ୍ଡିହୁଡ଼ି ପଞ୍ଚାୟତରେ ଅବସ୍ଥିତ ଗୋକୂଳ ଧାମ ଗୋଶାଳାରେ ମଧ୍ୟ ଗୋପାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଅଛି । ଏହି କାର୍ଯ୍ୟକ୍ରମରେ ଗୁରୁବାର ଚାରିହଜାର ବର୍ଗଫୁଟ ବିଶିଷ୍ଟ ଦୁଇଟି ଗୋମାତା କକ୍ଷ ଉଦ୍ଘାଟିତ ହେବା ସହ ଉକ୍ତ ଗୋଶାଳା ପରିସରରେ ଏହାର ପ୍ରତିଷ୍ଠାତା ସ୍ବର୍ଗତ ପଣ୍ଡିତ ଶ୍ୟାମସୁନ୍ଦର ଯୋଶୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଅଛି । ଏହି ଅବସରରେ ଗୋମତାଙ୍କ ନିମନ୍ତେ ଛପନ ଭୋଗର ଆୟୋଜନ କରାଯାଇଥିଲା । ମୁଖ୍ୟ ଅତିଥି ଭାବେ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟଙ୍କ ପ୍ରତିନିଧି ଭାବେ ପଣ୍ଡିତ ମାତୃପ୍ରଶାଦ ମିଶ୍ର ଉପସ୍ଥିତ ରହି ଗୋମାତା ସମ୍ପର୍କରେ ନିଜର ଅଭିଭାଷଣ ରଖିବା ସହ ଗୋମାତା ସେବା ପ୍ରତି ପ୍ରେରଣା ଓ ଜନ ଜାଗରଣରେ ସାମିଲ ହେବାକୁ ବାର୍ତ୍ତା ଦେଇଥିଲେ । ବିଶିଷ୍ଟ ଅତିଥି ଭାବେ ବାଲେଶ୍ୱର ଅଂକୁର ପ୍ଲାଷ୍ଟିକର ମ୍ୟାନେଜିଙ୍ଗ ଡ଼ାଇରେକ୍ଟର ଚନ୍ଦ୍ରପ୍ରକାଶ ଭରତୀୟା ଉପସ୍ଥିତ ରହି ଗୋଟିଏ ଗୃହକୁ ଉଦ୍ଘାଟନ କରିଥିଲେ । କମିଟିର ଅଧ୍ୟକ୍ଷ ମୁରାରୀଲାଲ ଶର୍ମା ଲୋକଙ୍କୁ ଗୋମାତାଙ୍କ ସେବା ନିମନ୍ତେ ନିଜକୁ ସମର୍ପଣ କରିବାକୁ କହିଥିଲେ । ସମ୍ପାଦକ ତଥା ଟ୍ରଷ୍ଟି ହେମନ୍ତ ଶାହା ଗୋଶାଳାର ବାର୍ଷିକ ରିପୋର୍ଟ ରଖିବା ସହ ଉପସ୍ଥିତ ଅତିଥିଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Gopashtami Celebrated at Gokuldham Goshala: ଗୋକୂଳଧାମ ଗୋଶାଳାରେ ଗୋପାଷ୍ଟମୀ ପାଳିତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
କେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ... – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓକେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ...YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Press Conference of the Kudumi-Mahanta Mahasabha: କୁଡୁମୀ -ମହାନ୍ତ ମହାସଭାର ସାମ୍ବାଦିକ ସମ୍ମିଳନୀ