ମୁଖ୍ୟ ବିଷୟକୁ ଯାଆନ୍ତୁ
ଶନିବାର, ୨୧ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ମାଲକାନଗିରି ଜଗତସିଂହପୁର ଖୋର୍ଦ୍ଧା ନବରଙ୍ଗପୁର ବରଗଡ଼ ଗଞ୍ଜାମ

Press Conference of the Kudumi-Mahanta Mahasabha: କୁଡୁମୀ -ମହାନ୍ତ ମହାସଭାର ସାମ୍ବାଦିକ ସମ୍ମିଳନୀ

Press Conference of the Kudumi-Mahanta Mahasabha: କୁଡୁମୀ -ମହାନ୍ତ ମହାସଭାର ସାମ୍ବାଦିକ ସମ୍ମିଳନୀ – ସମୀକ୍ଷା ଖବର

କୁଡୁମୀ ଅଧିକାର ସମ୍ବନ୍ଧରେ ମୁଖ୍ୟମନ୍ତ୍ରୀଙ୍କ ନୀରବତାକୁ ନେଇ କ୍ଷୋଭ

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ବାରିପଦା, ୧୯/୧୧/୨୬ – କୁଡୁମୀ-ମହାନ୍ତ ମହାସଭା, ଓଡ଼ିଶାର ବରିଷ୍ଠ ପରାମର୍ଶ ଦାତା ଆଡଭୋକେଟ ଅବନୀ କୁମାର ମହାନ୍ତଙ୍କ ମାର୍ଗଦର୍ଶନରେ ଏବଂ ମହାସଭାର ରାଜ୍ୟ ସଭାପତି ଅଧ୍ୟାପକ ଗୋପବନ୍ଧୁଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ବାରିପଦାସ୍ଥ କଲ୍ୟାଣୀ ମହିଳା ସମିତିର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ମହାସଚିବ ଆଡଭୋକେଟ ବସନ୍ତ କୁମାର ମହାନ୍ତ ସୂଚନା ଦେଇ ଗତ ୧୩ ତାରିଖରେ ଜାତୀୟ ବନ୍ଦନା ପରବ ଉପଲକ୍ଷେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବାରୁ ମହାସଭା ସ୍ଵାଗତ କରିଛି । କିନ୍ତୁ ଏପରି ଚର୍ଚ୍ଚିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ବସବାସ କରୁଥିବା ବହୁ ସଂଖ୍ଯକ କୁଡୁମୀଙ୍କ ଅଧିକାର ଓ ସମସ୍ୟା ସମ୍ବନ୍ଧରେ ନିର୍ଦ୍ଧିଷ୍ଟ ବକ୍ତବ୍ୟ ନଦେବା କ୍ଷୋଭର ବିଷୟ ବୋଲି ମହାସଭା କହିଛି । ଏତେ ବଡ଼ କାର୍ଯ୍ୟକ୍ରମରେ ସମାଜର ବରିଷ୍ଠ ଓ ଅଗ୍ରଣୀ କୁଡୁମୀ ସଂଗଠକ ମାନଙ୍କୁ ଅଣଦେଖା କରାଯିବା ବିଷୟକୁ ନେଇ ମଧ୍ୟ ମହାସଭା ଦୁଃଖ ପ୍ରକାଶ କରିଛି । କୁଡୁମୀ ମାନଙ୍କୁ ଅନୁସୂଚୀତ ଜନଜାତିର ଅନ୍ତର୍ଗତ କରିବା ପାଇଁ ବହୁଦିନରୁ ଦାବି ହୋଇ ଆସୁଛି । କୁଡୁମାଲୀ ଭାଷାକୁ ସମ୍ବିଧାନର ଅଷ୍ଟମ ସୂଚୀରେ ସ୍ଥାନିତ କରିବା ପାଇଁ, କୁଡୁମାଲୀ ସଂସ୍କୃତି ଝୁମରର ବିକାଶ ପାଇଁ ଯୋଜନା, କୁଡୁମୀମାନଙ୍କ ରାଜନୈତିକ ଭାଗୀଦାରୀ ସହିତ ଏମାନଙ୍କ ଶୈକ୍ଷିକ ଓ ଆର୍ଥିକ ବିକାଶ ପାଇଁ ସ୍ଵତନ୍ତ୍ର ଯୋଜନା ପାଇଁ ଦାବୀ ହୋଇ ଆସୁଛି । ଏ ଦାବିଗୁଡିକ ଉପରେ ମୁଖ୍ୟମନ୍ତ୍ରୀ କୌଣସି ବକ୍ତବ୍ୟ ଦେଲେ ନାହିଁ, ଯାହା ଅନେକଙ୍କୁ ବ୍ୟଥିତ କରିଛି । ସେହିପରି ଓଡିଶାର ଏପରି ଏକ ବିଶାଳ ଜନଗୋଷ୍ଠୀ ରାଜନୈତିକ ପ୍ରତିନିଧିତ୍ଵ ଶୂନ୍ୟ ହୋଇଯାଇଛି । ଅତୀତରେ ମିନାକ୍ଷୀ ମହାନ୍ତ ଚମ୍ପୁଆ ଆସନରୁ ବିଧାୟକ ହୋଇଥିଲେ, ମମତା ମହାନ୍ତ ରାଜ୍ୟସଭାକୁ ପ୍ରତିନିଧିତ୍ଵ କରିଥିଲେ, କିନ୍ତୁ ତାଙ୍କ କାର୍ଯ୍ୟକାଳ ସମାପ୍ତ ପରେ କୁଡୁମୀଙ୍କ ରାଜନୈତିକ ପ୍ରତିନିଧିତ୍ବ ଶୂନ୍ୟ । ଏଣୁ ଆଗାମୀ ଦିନରେ ମହାସଭା ଉପସ୍ଥାପିତ ବିନ୍ଦୁଗୁଡିକୁ ନେଇ ଜନ ସଚେତନତା କାର୍ଯ୍ୟକ୍ରମ ହାତକୁ ନେବ ଓ ଆବଶ୍ୟକ ହେଲେ ଆନ୍ଦୋଳନକୁ ଓହ୍ଲାଇବ ବୋଲି ମଧ୍ୟ କୁହାଯାଇଛି । ଏହି ଅବସର ରେ ଜନଗଣନା ସମୟରେ କୁଡୁମୀମାନେ ଜାତି କୁଡୁମୀ, ଭାଷା କୁଡୁମାଲୀ ଓ ଧର୍ମ ପ୍ରକୃତି ପୂଜକ ଲେଖିବା ଉପରେ ସହମତି ପ୍ରକାଶ ପାଇଁ ଏକ ସମ୍ମିଳନୀ ଆଗାମୀ ଜାନୁଆରୀ ମାସରେ ଆୟୋଜନ କରାଯିବ । ଏମାନେ ଏବେ ଓବିସି ତାଲିକାରେ ଅଛନ୍ତି, ତେଣୁ ଜନଗଣନା ସୂଚୀରେ ଓବିସି ସ୍ତମ୍ଭ ରଖିବାକୁ ପାଇଁ ଦାବୀ ହୋଇଛି । ତତ ସଙ୍ଗେ ସଙ୍ଗେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଏମାନଙ୍କୁ ୨୭% ସଂରକ୍ଷଣ ସୁବିଧା ଦେବାକୁ ଦାବି କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ସମ୍ମି ଳନୀରେ ନିରଞ୍ଜନ ମହାନ୍ତ, ଦୋଳଗୋବିନ୍ଦ ମହାନ୍ତ, କାଦୁ ମହାନ୍ତ ପ୍ରଣବ କୁମାର ମହାନ୍ତ, ହେମନ୍ତ ମହାନ୍ତ, ପ୍ରମୁଖ ଉପସ୍ଥିତ ଥିଲେ ।

Press Conference of the Kudumi-Mahanta Mahasabha: କୁଡୁମୀ -ମହାନ୍ତ ମହାସଭାର ସାମ୍ବାଦିକ ସମ୍ମିଳନୀ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
କେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ... – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓକେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ...YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Mayurbhanj All educational institutions closed: ଶୁକ୍ରବାର ବାତ୍ୟା ‘ଅକଭାନ’ ରେଡ଼ ୱାର୍ଣିଂ ପାଇଁ ମୟୂରଭଞ୍ଜର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ