ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ବାରିପଦା, ୧୯/୧୧/୨୬ – ସରକାରୀ ମହିଳା ମହାବିଦ୍ୟାଳୟ ବାରିପଦାର ଶକ୍ତିଶ୍ରୀ ସଶକ୍ତିକରଣ ଶାଖା ତରଫରୁ ଛାତ୍ରୀମାନଙ୍କୁ ଭବିଷ୍ୟତରେ ବୃତ୍ତିଗତ କ୍ଷେତ୍ରରେ ଯୋଗଦାନ ପାଇଁ ପୂର୍ବ ପ୍ରସ୍ତୁତି ସ୍ବରୂପ ବାୟୋଡାଟା ପ୍ରସ୍ତୁତି ଓ ସାକ୍ଷାତକାର ଦକ୍ଷତା ବୃଦ୍ଧି ସଂପର୍କିତ ଏକ ଦିନିକିଆ କର୍ମଶାଳା ଆୟୋଜିତ ହୋଇଯାଇଛି । ଏହି ପ୍ରଶିକ୍ଷଣ ଶିବିରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ଚନ୍ଦ୍ରକାନ୍ତ ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଛାତ୍ରୀମାନଙ୍କୁ ଶ୍ରେଣୀ ଶିକ୍ଷାଦାନ ସାଙ୍ଗକୁ ପ୍ରତିଯୋଗିତା ମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତି ଆବଶ୍ୟକ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ପ୍ରଶିକ୍ଷକ ଭାବରେ ପଦାର୍ଥ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡକ୍ଟର ଅନୁପମା ଭୋଳ ଓ ରସାୟନ ବିଜ୍ଞାନ ବିଭାଗର ସହକାରୀ ପ୍ରଫେସର ଡକ୍ଟର ଶିବା ସୋରେନ ଛାତ୍ରୀମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିଲେ । ସହକାରୀ ପ୍ରଫେସର ଡକ୍ଟର ସୁନୀତା ପ୍ରଧାନ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସହକାରୀ ପ୍ରଫେସର ଡକ୍ଟର ସ୍ୱାଗତିକା ମିଶ୍ର, ଡକ୍ଟର ଦେବପ୍ରିୟା ପରିଡ଼ା, ଡକ୍ଟର ସ୍ମରଣିକା ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ଆବଶ୍ୟକ ସହଯୋଗ ପ୍ରଦାନ କରିଥିଲେ । ଶକ୍ତିଶ୍ରୀ ସଂଯୋଜିକା ସୁଶ୍ରୀ ସଂଗୀତା ପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମର ଶକ୍ତିଶ୍ରୀ ସାଥୀ ଶ୍ରଦ୍ଧା ସୁମନ ମହାନ୍ତ ଧନ୍ୟବାଦ ଅର୍ପଣ କରିଥିଲେ ।






