ମୁଖ୍ୟ ବିଷୟକୁ ଯାଆନ୍ତୁ
ଶୁକ୍ରବାର, ୨୦ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ଖୋର୍ଦ୍ଧା ବରଗଡ଼ କୋରାପୁଟ ମାଲକାନଗିରି କେନ୍ଦ୍ରାପଡ଼ା

Panchayat office locked over road issues: ରାସ୍ତା ସମସ୍ୟାକୁ ନେଇ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା

Panchayat office locked over road issues: ରାସ୍ତା ସମସ୍ୟାକୁ ନେଇ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା – ସମୀକ୍ଷା ଖବର

​
ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ବହଳଦା, ୧୯/୧୧/୨୬ – ମୟୂରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଅଁଳାଯୋଡ଼ି ପଞ୍ଚାୟତର ମୋରମ ସାହି ଗ୍ରାମବାସୀ ରାସ୍ତା ସମସ୍ୟାକୁ କେନ୍ଦ୍ର କରି ଆଜି ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ପ୍ରତିବାଦ କରିଥିବା ଜଣାପଡିଛି । ସରକାର ବଦଳିଲେ ମଧ୍ୟ ଗ୍ରାମବାସୀଙ୍କ ମୌଳିକ ସମସ୍ୟାର ମଧ୍ୟ ସମାଧାନ ହେଉନଥିବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି ବୋଲି ଗ୍ରାମବାସୀ ମତ ଦେଇଛନ୍ତି । ​ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଗାଁ ରାସ୍ତାଟିର ଅବସ୍ଥା ଠିକ ନଥିବାରୁ ରୋଗୀ, ନିତିଦିନିର ଯାତ୍ରୀ ତଥା ଛୋଟ ଛୋଟ ପିଲାମାନେ ସ୍କୁଲ ଯିବାରେ ବହୁ ଅସୁବିଧା ଭୋଗିବା ସହ ବିପଦ ଅବସ୍ଥାରେ ଗତି କରୁଛନ୍ତି । କୌଣସି ଜରୁରୀ ପରିସ୍ଥିତି ବା ସ୍ୱାସ୍ଥ୍ୟ ଭଳି ଗୁରୁତର ସମସ୍ୟା ନେଇ ରୋଗୀଙ୍କୁ ଡାକ୍ତରଖାନା ନେବାଆଣିବା କରିବା କଷ୍ଟକର ହୋଇପଡ଼ୁଛି । ଏଭଳିକି ରୋଗୀ ଅସୁସ୍ଥ ହେବା ପରେ ତାଙ୍କୁ ବହୁ କଷ୍ଟରେ ବୋହି ରାସ୍ତାପାର କରାଯାଉଥିବା ହେତୁ ସ୍ଥାନୀୟ ଲୋକେ ଦୁର୍ଦ୍ଦଶା ଭୋଗୁଥିବା ନେଇ ଅଭିଯୋଗ କରିଛନ୍ତି । ଗାଁକୁ ଗାଡ଼ିମଟର ଯିବାଆସିବା କରିପାରୁନଥିବାରୁ ବିବାହ ଭଳି ସାମାଜିକ କାର୍ଯ୍ୟରେ ମଧ୍ୟ ନିଜେ ମୁରୁମ ପକାଇ ରାସ୍ତା ସଜାଡ଼ିବାକୁ ପଡ଼ୁଥିବା ସମୟରେ ସେଇ ରାସ୍ତା ଦେଇ ଗାଡିଚାଳକ ଗାଡି ନେବାକୁ ଅମଙ୍ଗ ହେଉଛନ୍ତି । ଏଥିସହ ରାସ୍ତା ଉପରେ ବିଦ୍ୟୁତ୍ ତାର ତଳକୁ ଝୁଲି ରହିଥିବାରୁ ବାଇକ୍ ଓ ସାଇକେଲ ଚଳାଚଳ ପାଇଁ ବିପଦ ରହିଥିବା ପ୍ରକାଶ କରିଛନ୍ତି । ​​ଏଭଳି ସମସ୍ୟା ସମ୍ପର୍କରେ ପୂର୍ବରୁ ବ୍ଲକ ଓ ପ୍ରଶାସନକୁ ବାରମ୍ବାର ଅବଗତ କରିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇନଥିବାରୁ ବାଧ୍ୟ ହୋଇ ଗ୍ରାମବାସୀ ପଞ୍ଚାୟତ ଅଫିସରେ ତାଲା ପକାଇଥିବା ପ୍ରକାଶ କରିଛନ୍ତି । ରାସ୍ତା ନିର୍ମାଣ ନେଇ ସରକାର ଓ ପ୍ରଶାସନ ପକ୍ଷରୁ ସ୍ପଷ୍ଟ ପ୍ରତିଶ୍ରୁତି ନ ମିଳିବା ପର୍ଯ୍ୟନ୍ତ ଏହି ତାଲାବନ୍ଦ ଓ ଆନ୍ଦୋଳନ ଅନିଶ୍ଚିତକାଳ ପର୍ଯ୍ୟନ୍ତ ଜାରି ରଖିବେ ବୋଲି ସୁରଜ ମହାନ୍ତ, ଦୁର୍ଗା ମହାନ୍ତ, ଆଶିଷ ମହାନ୍ତ, ମାଇଁନ ମହାନ୍ତ, ହସେନ ମହାନ୍ତ, ଗୀତାଞ୍ଜଳି ମହାନ୍ତ, ସାବିତ୍ରୀ ମହାନ୍ତ, ମଠ ଦେହୁରୀ, କାଳିଆ ଦେହୁରୀ, ଶିରୀମୋତି ଦେହୁରୀ, ରାଣୀ ନାଏକ, ଗୁରୁବାରୀ ନାଏକ ସୋମବାରୀ ନାଏକ, ଲାଲା ନାଏକ, ନାରାନ ନାଏକ, ବିର ସିଂ ନାଏକ, ଶମ୍ଭୁ ମହାନ୍ତ,ଧୋନୁ ନାଏକ, ଛୋଟରାୟ ନାଏକ, ବାଇଜୁ ନାଏକ, କୁସୁନୁ ନାଏକ, ବାବୁଲା ନାଏକଙ୍କ ବ୍ୟତୀତ ସମସ୍ତ ମୋରମ ସାହି ବାସୀ ଚେତାବନୀ ଦେଇଛନ୍ତି ।

Panchayat office locked over road issues: ରାସ୍ତା ସମସ୍ୟାକୁ ନେଇ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
କେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ... – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓକେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ...YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Baripada Interview Preparation Training Camp: ବାରିପଦା ମହିଳା ମହାବିଦ୍ୟାଳୟରେ ସାକ୍ଷାତକାର ପ୍ରସ୍ତୁତି ପ୍ରଶିକ୍ଷଣ ଶିବିର