ମୁଖ୍ୟ ବିଷୟକୁ ଯାଆନ୍ତୁ
ଗୁରୁବାର, ୧୯ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର କୋରାପୁଟ ବାଲେଶ୍ୱର ନୂଆପଡ଼ା ବରଗଡ଼ ନୟାଗଡ଼

RK Foundation Distribute blankets: ଆର କେ ଫାଉଣ୍ଡେସନ ତରଫରୁ କମ୍ବଳ ବଣ୍ଟନ

RK Foundation Distribute blankets: ଆର କେ ଫାଉଣ୍ଡେସନ ତରଫରୁ କମ୍ବଳ ବଣ୍ଟନ – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ବାରିପଦା, ୧୫/୧୧/୨୬ – ଆର କେ ଫାଉଣ୍ଡେସନ ତରଫରୁ ବାରିପଦା ମୁନିସିପାଲିଟି ଅନ୍ତର୍ଗତ ୧ନଂ ୱାର୍ଡ ସ୍ଥିତ ରାଜୀବ କଲୋନୀ, କେଶବ ବାବା ସାହି ଓ ଟାଙ୍କିସାହି ବାସିନ୍ଦାଙ୍କୁ କମ୍ବଳ ବଣ୍ଟନ କରାଯଇଛି I ଚଳିତ ଶୀତକୁ ଲକ୍ଷ୍ୟକରି ଫାଉଣ୍ଡେସନ ତରଫରୁ ପ୍ରତିବର୍ଷ ପରି ଏବର୍ଷ ମଧ୍ୟ ଏହି ପଦକ୍ଷେପ ନିଆଯାଇଛି ବୋଲି ଫାଉଣ୍ଡେସନର ପ୍ରତିଷ୍ଠାତା ତଥା କାଉନସିଲର ସୁକେଶିନୀ ସେଠି ଜଣାଇଛନ୍ତି I ଫାଉଣ୍ଡେସନର ସଦସ୍ୟ ମାନସ କୁମାର ଆଚାର୍ଯ୍ୟ କମ୍ବଳ ପ୍ରଦାନ କରିଥିବା ବେଳେ ଅତିଥି ଭାବେ ଡ଼. ଶୁଭଶ୍ରୀ ଆଚାର୍ଯ୍ୟ, ସମାଜସେବୀ ଅମର କୁମାର ସେଠି ଓ ସୋମନାଥ ସିଂହ, ବୁଲବୁଲ ଆଚାର୍ଯ୍ୟ ଯୋଗଦେଇ ୬୦ ଜଣ ହିତାଧାରୀଙ୍କୁ କମ୍ବଳ ବଣ୍ଟନ କରିଥିଲେ I ଅବିନାଶ ସେଠି, ଭଗବତୀ ଭୂୟାଁ, ରାଜଶ୍ରୀ ଦାସ, ରୀନା ଭଞ୍ଜଦେଓ, ଝିଲି ମାଇତି ଓ ସୁପ୍ରଭା ଭଞ୍ଜଦେଓ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ଏଭଳି ମହତ କାର୍ଯ୍ୟ ପାଇଁ ସ୍ଥାନୀୟବାସୀଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି ।

RK Foundation Distribute blankets: ଆର କେ ଫାଉଣ୍ଡେସନ ତରଫରୁ କମ୍ବଳ ବଣ୍ଟନ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର PCC President Bhakta Charan Das visit Mayurbhanj : ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ମୟୂରଭଞ୍ଜ ଗସ୍ତ