ମୁଖ୍ୟ ବିଷୟକୁ ଯାଆନ୍ତୁ
ଗୁରୁବାର, ୧୯ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ କୋରାପୁଟ ଜଗତସିଂହପୁର ଗଞ୍ଜାମ ବାଲେଶ୍ୱର ବରଗଡ଼ ନୟାଗଡ଼

Professional Organization: ପେସା ସଙ୍ଗଠନ ପକ୍ଷରୁ ବିଶାଳ ଶୋଭାଯାତ୍ରା

Professional Organization: ପେସା ସଙ୍ଗଠନ ପକ୍ଷରୁ ବିଶାଳ ଶୋଭାଯାତ୍ରା – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ବାରିପଦା, ୧୮/୧୧/୨୬ – ମୟୂରଭଞ୍ଜ ଜିଲ୍ଲାରେ ବେଆଇନ ବାଲି ଓ ମୋରମ ଚୋରା ଚାଲାଣ, ଖଣି ଅଧିକାରୀଙ୍କ ଦୁର୍ନୀତି ଏବଂ ଆଦିବାସୀଙ୍କ ବିଭିନ୍ନ ମୌଳିକ ସମସ୍ୟାକୁ ନେଇ ବୁଧବାର ଜିଲ୍ଲା ପେସା ଗ୍ରାମସଭା କୋ-ଅର୍ଡିନେସନ କମିଟି ଓ ପେସା ଯୁବ ସଙ୍ଗଠନ ପକ୍ଷରୁ ବାରିପଦା ଠାରେ ଏକ ବିଶାଳ ପ୍ରତିବାଦ ଶୋଭାଯାତ୍ରା ଓ ଗଣବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁଯାୟୀ, ଆଜି ସ୍ଥାନୀୟ ମଧୁବନ ପଡ଼ିଆଠାରୁ ହଜାର ହଜାର ଆଦିବାସୀ ମହିଳା ଓ ପୁରୁଷ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି ଏକ ବିଶାଳ ରାଲିରେ ବାହାରି ସହର ପରିକ୍ରମା କରିବା ସହ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପେସା ଯୁବ ସଭାପତି ଦୁଲାରାମ ମୁର୍ମୁଙ୍କ ନେତୃତ୍ୱରେ ଆୟୋଜିତ ଏହି ଆନ୍ଦୋଳନରେ ବେତନଟୀ ତହସିଲ ଅନ୍ତର୍ଗତ ଶୁଖିଲାହାର ସାମିଲ ମହୁଲିଆ ଅଞ୍ଚଳରେ ହେଉଥିବା ବେଆଇନ ବାଲି ଓ ମୋରମ ଚାଲାଣ ପ୍ରସଙ୍ଗକୁ ପ୍ରମୁଖତାର ସହ ଉଠାଯାଇଥିଲା । ଆନ୍ଦୋଳନକାରୀଙ୍କ ଅଭିଯୋଗ ଅନୁଯାୟୀ, ବାରିପଦା ଖଣି କାର୍ଯ୍ୟାଳୟର ଅଧିକାରୀମାନେ ଚୋରା ଚାଲାଣକାରୀଙ୍କ ସହ ହାତ ମିଳାଇ ସରକାରୀ ରାଜସ୍ୱ ହାନୀ କରୁଛନ୍ତି । ଗତ ଫେବୃଆରୀ ମାସରେ ସ୍ପଟ ନିଲାମ ହୋଇଥିବା ବାଲି ଓ ମୋରମକୁ ଦୀର୍ଘ ମାସ ପରେ ଅକ୍ଟୋବରରେ ଇ-ପାସ ମାଧ୍ୟମରେ ପରିବହନ ଅନୁମତି ଦିଆଯିବା ଏବଂ ପୂର୍ବରୁ ମାମଲା ଥିବା ଗାଡ଼ି ମାଲିକଙ୍କୁ ପ୍ରୋତ୍ସାହିତ କରାଯାଉଥିବା ନେଇ ସଙ୍ଗଠନ ପକ୍ଷରୁ ଅଭିଯୋଗ ହୋଇଥିଲା । ଏନେଇ ଜିଲ୍ଲାପାଳ, ଏସପି ଓ ଖଣି ନିର୍ଦ୍ଦେଶକଙ୍କୁ ଅବଗତ କରାଯାଇଥିଲେ ହେଁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ ନାହିଁ ବୋଲି ମଧ୍ୟ ଅଭିଯୋଗ ଉଠିଛି । ଏହା ବ୍ୟତୀତ ସଙ୍ଗଠନ ପକ୍ଷରୁ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ଏକ ୯ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି । ଆଗାମୀ ଦିନରେ ପ୍ରଶାସନ ଦାବି ପୂରଣ ନକଲେ ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବ ବୋଲି ସଙ୍ଗଠନ ପକ୍ଷରୁ ଚେତାବନୀ ଦିଆଯାଇଥିବା ଜଣାପଡିଛି ।

Professional Organization: ପେସା ସଙ୍ଗଠନ ପକ୍ଷରୁ ବିଶାଳ ଶୋଭାଯାତ୍ରା – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର MPC College Lockdown: MPC ମହାବିଦ୍ୟାଳୟରେ ଛାତ୍ର ସଂସଦର ତାଲାବନ୍ଦ ଆନ୍ଦୋଳନ ଜାରି