ମୁଖ୍ୟ ବିଷୟକୁ ଯାଆନ୍ତୁ
ଗୁରୁବାର, ୧୯ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ କୋରାପୁଟ ଜଗତସିଂହପୁର ଗଞ୍ଜାମ ବାଲେଶ୍ୱର ବରଗଡ଼ ନୟାଗଡ଼

9th Mayurbhanj Mahotsav: ନବମ ମୟୂରଭଞ୍ଜ ମହୋତ୍ସବ -୨୦୨୬ ପାଇଁ ଭୂମିପୂଜା

9th Mayurbhanj Mahotsav: ନବମ ମୟୂରଭଞ୍ଜ ମହୋତ୍ସବ -୨୦୨୬ ପାଇଁ ଭୂମିପୂଜା – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:

ବାରିପଦା, ୧୮/୧୧/୨୬ – ସର୍ବବୃହତ ଜିଲ୍ଲା ମୟୂରଭଞ୍ଜର କଳା, ସଂସ୍କୃତି, ଐତିହ୍ୟ ଓ ପରମ୍ପରା ଏକ ଦୃଷ୍ଟାନ୍ତ । ଜିଲ୍ଲାର ପ୍ରତ୍ୟେକ ଅନୁକୋଣରେ ଭରି ରହିଛି ଭଳିକି ଭଳି ପରମ୍ପରା, କଳା ଓ ଲୋକକଳା ଯାହାର ଅବଦାନ କେବଳ ଯେ ଭାରତ ବର୍ଷ ନୁହଁ ଓଡ଼ିଶା ରାଜ୍ୟର ସୁନାମ ଗାଇବାକୁ ମଧ୍ୟ ଯଥେଷ୍ଟ । ଜାତି ବିଶେଷରେ ବିଭିନ୍ନ ପୂଜାପର୍ବ ସହ ଜଡ଼ିତ ପଦ୍ଧତି, ଖାଦ୍ୟପେୟ, ବେଶଭୂଷା, ନାଚଗୀତ ସବୁକିଛି ଅଲଗା ହୋଇଥାଏ ଏଇଠି । କେବଳ ଯେ ଛଉ, ଚଳଚ୍ଚିତ୍ର ନାୟକ ପାଇଁ ଜିଲ୍ଲାର ପ୍ରସିଦ୍ଧି ସୀମିତ ରହିଛି ତା ନୁହେଁ ବରଂ ଏ ମାଟିର ମହିଳା ମଧ୍ୟ ଶୀର୍ଷ ସ୍ଥାନରେ ରହି ଆଜି ଭାରତର ରାଷ୍ଟ୍ରପତି ଦାୟିତ୍ୱ ତୁଲାଉଛନ୍ତି । କିନ୍ତୁ ଅତ୍ୟନ୍ତ ଦୁଃଖ ଓ ପରିତାପ ଏହା ଯେ ଆଧୁନିକତାର ଛାପରେ ଏବେ ବହୁକିଛି ଲୋପ ପାଇବାକୁ ବସୁଥିବା ବେଳେ ତାକୁ ସାଉଁଟିବାରେ ପ୍ରବଳ ନିଷ୍ଠା ରହିଥାଏ ମୟୂରଭଞ୍ଜ ମହୋତ୍ସବ ଆୟୋଜକଙ୍କ ନିକଟରେ । ଆଗାମୀ ଡିସେମ୍ବର ୬ ରୁ ୧୬ ପର୍ଯ୍ୟନ୍ତ ପାଳିତ ହେବାକୁ ଥିବା ଏହି ନବମ ବର୍ଷ ମହା ମହୋତ୍ସବ ପାଇଁ ଅପ୍ରାଣ ଉଦ୍ୟମ ଜାରି ରହିଛି । ଏହି ପ୍ରସିଦ୍ଧ ମହୋତ୍ସବ ପାଇଁ ମୟୂରଭଞ୍ଜିଆ ସଂଗଠିତ ଭାବେ ଜାରି ରଖିଥାନ୍ତି ପ୍ରୟାସ, ପୁରୁଣା ସ୍ମୃତିକୁ ସାଉଁଟିବା ପାଇଁ କରିଥାଆନ୍ତି ଏହି ବିଶେଷ ଆୟୋଜନ । ଏନେଇ ଆୟୋଜକଙ୍କ ତରଫରୁ ବୁଧବାର, ପବିତ୍ର ଅଁଳାନବମୀ ଦିନ ବାରିପଦାସ୍ଥ ଛାଉପଡ଼ିଆରେ ବିଧି ମୁତାବକ ଭୂମିପୂଜା ଓ ମଞ୍ଚପ୍ରତିଷ୍ଠା ହୋଇଥିବା ଜଣାପଡିଛି ।

9th Mayurbhanj Mahotsav: ନବମ ମୟୂରଭଞ୍ଜ ମହୋତ୍ସବ -୨୦୨୬ ପାଇଁ ଭୂମିପୂଜା – ସମୀକ୍ଷା

ତେବେ ଏହି ମୟୂରଭଞ୍ଜ ମହୋତ୍ସବରେ ମୟୂରଭଞ୍ଜ ସମ୍ପର୍କିତ ବିଭିନ୍ନ ବିଷୟ ଓ ଭଂଜମାଟି କଳାକୁ ଗୁରୁତ୍ୱ ଦିଆଯିବା ବ୍ୟତୀତ ବିଭିନ୍ନ ଆଡୁ ବିଭିନ୍ନ କଳାକାରଙ୍କ (ବଲିଉଡ ଓ ଓଲିଉଡ) ପରିବେଷଣ ବ୍ୟତୀତ ଅନ୍ୟାନ୍ୟ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ସ୍ଥାନ ପାଇଥାଏ । ବିଭିନ୍ନ ଷ୍ଟଲ ମାନଙ୍କରେ ମୟୂରଭଞ୍ଜ ଖାଦ୍ୟକୁ ବହୁ ମୟୂରଭଞ୍ଜିଆ ଆନନ୍ଦରେ ଉପଭୋଗ କରନ୍ତି, ତେବେ ୟା ଭିତରେ ମୟୂରଭଞ୍ଜ ପ୍ରସିଦ୍ଧ ମୁଢିମାଂସର ଚାହିଦା ଅଧିକ ରହିଥାଏ । ଏହି ଦିନ ମାନଙ୍କରେ ଦୁଲୁକି ଯାଉଥିବା ଛାଉପଡ଼ିଆ ଓ ପାରିପାର୍ଶ୍ବିକ ସାଜସଜ୍ଜା ବ୍ୟତୀତ ପ୍ରବଳ ଜନ ସାମଗମକୁ ଯିଏ ଦେଖିଥାଏ ସିଏ ମୟୂରଭଞ୍ଜିଆଙ୍କ ନିଷ୍ଠା ଓ କଳା ପ୍ରତି ରହିଥିବା ସମ୍ମାନକୁ ଉଚ୍ଚ ପ୍ରଶଂସା କରିଥାଏ । ତେବେ ଐତିହ୍ୟ ଓ ପରମ୍ପରା ସାଉଁଟୁଥିବା ଏହି ମହୋତ୍ସବ ଡିସେମ୍ବର ୬ତାରିଖ, ରବିବାର ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦା ଜଗନ୍ନାଥ ମନ୍ଦିରରେ ପୂଜାର୍ଚ୍ଚନା ସହ ଆରମ୍ଭ ହୋଇ ଧୁମସା, ମାଦଳର ତାଳରେ ପାରମ୍ପରିକ ନୃତ୍ୟ ଶୋଭାଯାତ୍ରାରେ ସହର ପରିକ୍ରମା ପରେ ଛଉପଡ଼ିଆ ପହଞ୍ଚିବ ଏବଂ ୭ ରୁ ୧୬ ତାରିଖ ଯାଏଁ ସନ୍ଧ୍ୟା ୬ ରୁ ରାତ୍ର ୧୦ ପର୍ଯ୍ୟନ୍ତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଚାଲୁରହିବ ବୋଲି ଜଣାପଡିଛି ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Professional Organization: ପେସା ସଙ୍ଗଠନ ପକ୍ଷରୁ ବିଶାଳ ଶୋଭାଯାତ୍ରା