ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ମୟୂରଭଞ୍ଜ /ସମୀକ୍ଷା ନ୍ୟୁଜ:
ବେତନଟୀ, ୧୫/୧୧/୩୬ – ରବିବାର ପ୍ରତିଭା ପୂଜନ ଅନୁଷ୍ଠାନ, ବେତନଟୀ ତାର ପଞ୍ଚମ ପ୍ରତିଭା ସମ୍ବର୍ଦ୍ଧନା ପ୍ରଦାନ ଉତ୍ସବ ପାଳନ କରିଅଛି । ଏଥିରେ ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ୨୧ଜଣ ପ୍ରତିଭାଧରଙ୍କ ସହ ବଡ଼ସାହି ଓ ବେତନଟୀ ଅଞ୍ଚଳରୁ ଶତାଧିକ ଶୁଭେଚ୍ଛୁ, ସାମ୍ବାଦିକ, ବିଭିନ୍ନ ସାମାଜିକ ଅନୁଷ୍ଠାନର କର୍ମକର୍ତ୍ତା, ଆଇନଜୀବୀ, କଳାକାର, ସାହିତ୍ୟିକ, ସାମାଜିକ କର୍ମୀ, ହିତୈଷୀଗଣ ଉପସ୍ଥିତ ଥିଲେ । ମୁଖ୍ୟଟ୍ରଷ୍ଟି ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ସଚ୍ଚିଦାନନ୍ଦ ମହାନ୍ତିଙ୍କ ସଭପତିତ୍ଵରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସମାରୋହରେ ପ୍ରତିଭାଧାରୀଙ୍କୁ ମଞ୍ଚରେ ଉପଢୌକନ, ମାନପତ୍ର, ପ୍ରତିଭା ମେଡେଲ, ମମେଣ୍ଟୋ ସହ ଓ ପୁଷ୍ପଗୁଛ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ବେତନଟୀସ୍ଥ ପି.ଏମ.ଶ୍ରୀ.ଏମ.ପି.ସି. ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ଏହି ଏକ ଦିବସୀୟ କାର୍ଯ୍ୟକ୍ରମକୁ ସଂପୃକ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଅର୍ଜୁନ ସିଂ ଆନୁଷ୍ଠାନିକ ଭାବେ ଉଦଘାଟନ କରି ପ୍ରତିଭା ପୂଜନର ପରମ୍ପରାକୁ ଭୂୟସୀ ପ୍ରଶଂସା କରିଥିଲେ । ପ୍ରାରମ୍ଭରେ ଜାତୀୟ ସଂଗୀତ ଗାନପରେ ଅନ୍ୟତମ ଟ୍ରଷ୍ଟି ତଥା ବରିଷ୍ଠ ଶିକ୍ଷାବିତ ହରିଶଚନ୍ଦ୍ର ନନ୍ଦ ଗୋସ୍ୱାମୀ ସଂପାଦକୀୟ ବିବରଣୀରେ ଅନୁଷ୍ଠାନ ଗଠନର ଉଦ୍ଦେଶ୍ୟ ଏବଂ ଏଯାବତ୍ ଗ୍ରହଣ କରାଯାଉଥିବା କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ । ମୁଖ୍ୟ ଅତିଥି ଭାବେ ବାଲେଶ୍ଵର ପ୍ରେସ କ୍ଳବ୍ ସଭାପତି ବିପ୍ଲବ କୁମାର ମହାନ୍ତି ତାଙ୍କ ବକ୍ତବ୍ୟରେ ଗ୍ରାମାଞ୍ଚଳର ବଣମଲ୍ଲୀଙ୍କ ପ୍ରତିଭା ବିକାଶରେ ଏହି ଅନୁଷ୍ଠIନର ଉଦ୍ୟମ ପ୍ରଶଂସନୀୟ ବୋଲି କହିଲେ । ମୁଖ୍ୟବକ୍ତା ବିଶିଷ୍ଟ ସ୍ତମ୍ଭକାର କବି ବିଷ୍ଣୁ ଶତପଥୀ ତାଙ୍କ ବକ୍ତବ୍ୟରେ ଲୁକ୍କାୟିତ ପ୍ରତିଭାମାନଙ୍କୁ ଲୋକଲୋଚନକୁ ଆଣି ଆହୁରି କିଛି ପ୍ରତିଭା ସୃଷ୍ଟିର ଅନୁଷ୍ଠାନର ଉଦ୍ୟମକୁ ସାଧୁବାଦ ଜଣାଇଥିଲେ । ବିଶେଷ ଅତିଥି ମାନବଧର୍ମୀ ଧର୍ମରତ୍ନ ପୂର୍ଣ୍ଣଚନ୍ଦ୍ର ବୁଗୁଡେଇ ଅନୁଷ୍ଠାନଟିଏ ଗଢିବା ଯେତେ ସହଜ, ପରିଚାଳନା ସେତେ କଷ୍ଟକର ବୋଲି ବକ୍ତବ୍ୟ ରଖିଥିଲେ । ତନ୍ମଧ୍ୟରେ ଦୀର୍ଘ ପାଞ୍ଚବର୍ଷରେ ଓଡ଼ିଶାର କୋଣଅନୁକୋଣରୁ ଏ ପର୍ଯ୍ୟନ୍ତ ଏକଶହଜଣରୁ ଉର୍ଦ୍ଧ୍ଵ ପ୍ରତିଭାଧାରୀ ସମ୍ବର୍ଦ୍ଧିତ ହେବା ଉଲ୍ଲେଖନୀୟ ବୋଲି ବର୍ଣ୍ଣନା କରିଥିଲେ । ଅନ୍ୟତମ ଟ୍ରଷ୍ଟି ବାସୁଦେବ ନାପିତ ପ୍ରତିଭା ପୂଜନର ଅନୁସନ୍ଧିତ୍ସୁ କାର୍ଯ୍ୟଧାରାରେ ମୁଖ୍ୟଟ୍ରଷ୍ଟି ଶ୍ରୀ ମହାନ୍ତିଙ୍କ ବିଶେଷ ଭୂମିକା ଏବଂ ଟ୍ରଷ୍ଟି ରବୀନ୍ଦ୍ର ନ।ଥ ଖଟୁଆ ଅନୁଷ୍ଠାନ ନିଜସ୍ଵ ଅନୁଦାନରେ ବଳିଷ୍ଠ ବୋଲି ବକ୍ତବ୍ୟ ରଖିଥିଲେ । ଟ୍ରଷ୍ଟ ସଦସ୍ୟ ପଦାରବିନ୍ଦ ମହାନ୍ତି ଆଗାମୀ ଦିନରେ ଅନୁଷ୍ଠାନକୁ ଆହୁରି ପ୍ରାଣବନ୍ତ କରିବାକୁ ସମସ୍ତଙ୍କର ସହଯୋଗ ଓ ସମର୍ଥନ ଆଶା କରିଥିଲେ । କବି ନୀରୋଦ ସୁନ୍ଦର ଜେନା ପ୍ରତିଭାଧାରୀଙ୍କୁ ମଞ୍ଚ ଆହ୍ଵାନ ଓ ପ୍ରଦତ୍ତ ସମସ୍ତ ମାନପତ୍ରର ପଠନ କାର୍ଯ୍ୟ କରିଥିଲା ବେଳେ ସମାଜସେବୀ ରୋଟାରୀଅ।ନ ରବୀନ୍ଦ୍ରନାଥ ମିଶ୍ର ମଞ୍ଚପରିଚାଳନା କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଫୋର୍ଡ ଅନୁଷ୍ଠାନର ସମ୍ପାଦକ ସନ୍ତୋଷ କୁମାର ଖଣ୍ଡା, ସାମ୍ବାଦିକ କମଳ ଲୋଚନ କର, ଦୁର୍ଯୋଧନ ସିଂ, ଭାସ୍କର ଚନ୍ଦ୍ର ଦାସ, ଶ୍ରୀକୃଷ୍ଣ ମହାନ୍ତ, ସର୍ବେଶ୍ବର ଦାସ, ବାସନ୍ତୀ ସାହୁ, ହୃଷୀକେଶ ବେହେରା ପ୍ରମୁଖ ସହଯୋଗ କରିଥିଲେ । ସର୍ବ ଶେଷରେ ବରିଷ୍ଠ ସାମ୍ବାଦିକ ତଥା ସଦସ୍ୟ ଅରୁଣ କୁମାର ଓତା ଧନ୍ୟବାଦ ଅର୍ପଣ କରିଥିଲେ ।






