ଅଜୟ କୁମାର ଦାଶ/ ବଡ଼ଚଣା ସାମ୍ବାଦିକ/ସମୀକ୍ଷା ନ୍ୟୁଜ:
ବଡଚଣା ୧୭/୧୧ ଯାଜପୁର ଜିଲ୍ଲା ବଡଚଣା ବ୍ଲକ ରେ ମଙ୍ଗଳବାର ଦିତୀୟ ପର୍ଯ୍ୟାୟରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସୋମବାର ପ୍ରଥମ ପର୍ଯ୍ୟାୟରେ ତିନୋଟି ଜୋନ୍ କୁ ନେଇ ଭତ୍ତା ବଣ୍ଟନ କରାଯାଇଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟ ବାଲିଚନ୍ଦ୍ରପୁର ମଣ୍ଡଳ ଓ ଓଳାଶୁଣୀ ମଣ୍ଡଳ ଅନ୍ତର୍ଗତ ଅଠର ଗୋଟି ପଞ୍ଚାୟତ ର ନୂତନ କରି ବାର୍ଦ୍ଧକ୍ୟ /ବିଧବା /ଶାରୀରିକ ଭିନ୍ନକ୍ଷମ /ସ୍ଵାମୀ ପରିତ୍ୟକ୍ତା/ଅବିବାହିତା ମହିଳା ହିତାଧିକାରୀ ମାନଙ୍କୁ ପ୍ରଦାନ କରାଯାଇଛି। ଏହି ଅବସରରେ ବାଲିଚନ୍ଦ୍ରପୁର ପଞ୍ଚାୟତ ସ୍ଥିତ ଜଗନ୍ନାଥ କଲ୍ଯାଣ ମଣ୍ଡପ ଠାରେ ଆୟୋଜିତ କାର୍ଯ୍ୟକ୍ରମରେ ବଡଚଣା ବି ଡି ଓ ରବିନ୍ଦ୍ର କୁମାର ପ୍ରଧାନ ଅଧ୍ୟକ୍ଷତା କରିଥିବା ବେଳେ ଅଜୟ କୁମାର ସାହୁ ସଞ୍ଚାଳନ କରିଥିଲେ ।ଉତ୍ସବ ରେ ବଡ଼ଚଣା ବିଧାୟକ ଅମର କୁମାର ନାୟକ ମୁଖ୍ଯ ଅତିଥି ଭାବେ ଯୋଗଦେଇ ଦୁଇଟି ଜୋନ୍ ରେ ୧୭୬୯ ଜଣ ଯୋଗ୍ୟ ହିତାଧିକାରୀ ଙ୍କୁ ନୂତନ ଭତ୍ତା ପ୍ରଦାନ କରିଥିଲେ। ବ୍ଲକ ରେ ମୋଟ୍ ୪୩୦୭ ଜଣ ନୂତନ ଭତ୍ତା ମଞ୍ଜୁର ହୋଇଥିବା ବି ଡି ଓ ଶ୍ରି ପ୍ରଧାନ ସୂଚନା ଦେଇଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପରିଷଦ ଉପାଧ୍ୟକ୍ଷ ଗଣେଶ୍ଵର ବରାଳ,ବ୍ଲକ ଅଧ୍ୟକ୍ଷା ଙ୍କ ପ୍ରତିନିଧି ନିରଞ୍ଜନ ସେନାପତି ବ୍ଲକ ଉପାଧ୍ୟକ୍ଷ ବିଭାଷ ଚନ୍ଦ୍ର ନନ୍ଦ, ଜିଲାପରିଷଦ ସଦସ୍ଯ ଅରବିନ୍ଦ ସାମଲ, ଜିତେନ୍ଦ୍ର ପ୍ରସାଦ ନାୟକ, ଆତ୍ମା ଅଧ୍ୟକ୍ଷ ଜଗନ୍ନାଥ ଖଣ୍ଡେଇ, ସଂସାଦ ଙ୍କ ବ୍ଲକ ପ୍ରତିନିଧି ରବିନ୍ଦ୍ର କୁମାର ରାଉତ ଓଳାଶୁଣୀ ମଣ୍ଡଳ ସଭାପତି ମନୋଜ କୁମାର ପ୍ରଧାନ, ବାଲିଚନ୍ଦ୍ରପୁର ମଣ୍ଡଳ ସଭାପତି ଅଶୋକ କୁମାର ସିଂ, ଅମୀୟ କୁମାର ସାହାଣୀ ପ୍ରମୂଖ ଯୋଗ ଦେଇଥିବାବେଳେ ବାଲିଚନ୍ଦ୍ରପୁର ସରପଞ୍ଚ ଅନୁପମା ବଳ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ କୁ ପଞ୍ଚାୟତ ସମିତି ବଡ଼ଚଣା ର ଅଧିକାରୀ ଓ କର୍ମଚାରୀ ମାନେ ପରିଚାଳନା କରିଥିଲେ ।






