ମୁଖ୍ୟ ବିଷୟକୁ ଯାଆନ୍ତୁ
ଶୁକ୍ରବାର, ୨୦ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ଖୋର୍ଦ୍ଧା ବରଗଡ଼ କେନ୍ଦ୍ରାପଡ଼ା ମାଲକାନଗିରି କୋରାପୁଟ

Cultural Programme Phula Baulabeni: ସାଂସ୍କୃତିକ କାର୍ଯ୍ୟକ୍ରମ ଫୁଲ ବଉଳବେଣୀ ଉଦଯାପିତ

Cultural Programme Phula Baulabeni: ସାଂସ୍କୃତିକ କାର୍ଯ୍ୟକ୍ରମ ଫୁଲ ବଉଳବେଣୀ ଉଦଯାପିତ – ସମୀକ୍ଷା ଖବର

ଅଜୟ କୁମାର ଦାଶ/ ବଡ଼ଚଣା ସାମ୍ବାଦିକ/ସମୀକ୍ଷା ନ୍ୟୁଜ:

ବଡ଼ଚଣା, 4/୧୧: ବାଲିଚନ୍ଦ୍ରପୁର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଚଳିତ ବର୍ଷ ଗଜଲକ୍ଷ୍ମୀ ପୂଜା ଅବସରରେ ମଙ୍ଗଳବାର ‘ଫୁଲ ବଉଳ ବେଣୀ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପ୍ରକାଶ ଚନ୍ଦ୍ର ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବାଲିଚନ୍ଦ୍ରପୁର ଥାନା ଅଧିକାରୀ ଦିଲୀପ କୁମାର ମହାନ୍ତି ମୁଖ୍ୟଅତିଥି ଭାବେ ଯୋଗଦେଇ କୁନି କୁନି କଳାକାର ମାନଙ୍କ ପ୍ରତିଭା ଏହି କାର୍ଯ୍ୟକ୍ରମ ଦ୍ୱାରା ପରିସ୍ଫୁଟିତ ହୋଇଥାଏ । ଗ୍ରାମାଞ୍ଚଳରେ ଲୁଚି ରହିଥିବା ପ୍ରତିଭାର ପରିପ୍ରକାଶ ଏହା ଏକ ମାଧ୍ୟମ ବୋଲି କହିଥିଲେ । ମୁଖ୍ୟ ବକ୍ତା ଭାବେ ଶ୍ୟାମ ସୁନ୍ଦର ବଜାର କମିଟି ସଭାପତି ପ୍ରଦୀପ୍ତ କୁମାର ପୃଷ୍ଟି, ସମ୍ମାନୀତ ଅତିଥି ଭାବେ ପୂର୍ବତନ ସରପଂଚ ଫନିଦ୍ର ନାଥ ପଣ୍ଡା ଓ ମାନସ ରଞ୍ଜନ ଦେଓ ଯୋଗଦେଇ ବାଲିଚନ୍ଦ୍ରପୁର ମାଟି କଳା ସଂସ୍କୃତି ର ମାଟି, ଏଠାରୁ ବହୁ କଳାକାର ସୃଷ୍ଟି ହୋଇ ବିଭିନ୍ନ ସ୍ଥାନରେ ପରିଚୟ ସୃଷ୍ଟି କରିଛନ୍ତି ବୋଲି କହିଥିଲେ । ଖବର ଦାତା ପ୍ରବାସ କୁମାର ଦାଶ ପ୍ରାରମ୍ଭିକ ସୂଚନା ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ବିଶିଷ୍ଟ ପୁରୁଖା ବ୍ୟବସାୟୀ ନିର୍ମଳ ଚନ୍ଦ୍ର ରାଉତ ରାୟ, ବିଶିଷ୍ଟ ମୂର୍ତ୍ତିକାର ଶ୍ୟାମ ସୁନ୍ଦର ବେହେରା ମେଢ଼ ନିର୍ମାତା ତ୍ରିଲୋଚନ ପ୍ରଧାନ ଓ ପୂଜକ ନିରଞ୍ଜନ ମିଶ୍ରଙ୍କୁ ମାନପତ୍ର ଓ ଉପଢ଼ୌକନ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇ ଥିଲା । ରଣଜିତ ସାହୁ ମାନପତ୍ର ପଠନ କରିଥିବା ବେଳେ ଧନ୍ୟବାଦ ଅର୍ପଣ କରିଥିଲେ ରମେଶ ଚନ୍ଦ୍ର ପୃଷ୍ଟି । ସମସ୍ତ ଶିଶୁ କଳାକାର ମାନଙ୍କୁ ସାର୍ଟିଫିକେଟ ସହ ସମ୍ବର୍ଦ୍ଧିତ କରାଯାଇ ଥିଲା ।

Cultural Programme Phula Baulabeni: ସାଂସ୍କୃତିକ କାର୍ଯ୍ୟକ୍ରମ ଫୁଲ ବଉଳବେଣୀ ଉଦଯାପିତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
କେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ... – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓକେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ...YouTube · SAMIKSHA NEWS LIVE ପରବର୍ତ୍ତୀ ଖବର KALI PUJA: କାଳୀପୂଜାର ପର୍ବ: ହାତୀ ଲେଖେନ ପରବ-ବାନ୍ଦନା