ମୁଖ୍ୟ ବିଷୟକୁ ଯାଆନ୍ତୁ
ଶୁକ୍ରବାର, ୨୦ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର ଖୋର୍ଦ୍ଧା ବରଗଡ଼ କେନ୍ଦ୍ରାପଡ଼ା ମାଲକାନଗିରି କୋରାପୁଟ

House Fire: ଭୟଙ୍କର ଘରପୋଡ଼ିରେ ଦୁଇ ମହିଳା ଦୁଇ ଶିଶୁ ମୃତ, ଜଣେ ଆହତ

House Fire: ଭୟଙ୍କର ଘରପୋଡ଼ିରେ ଦୁଇ ମହିଳା ଦୁଇ ଶିଶୁ ମୃତ, ଜଣେ ଆହତ – ସମୀକ୍ଷା ଖବର
House Fire: ଭୟଙ୍କର ଘରପୋଡ଼ିରେ ଦୁଇ ମହିଳା ଦୁଇ ଶିଶୁ ମୃତ, ଜଣେ ଆହତ – ସମୀକ୍ଷା

ଅଜୟ କୁମାର ଦାଶ/ ବଡ଼ଚଣା ସାମ୍ବାଦିକ/ସମୀକ୍ଷା ନ୍ୟୁଜ:

ବଡ଼ଚଣା ,୯/୧୧ ଦିପାବଳୀ ଆଲୋକରେ ସାରା ଦୁନିଆ ଝଲସୁବାକୁ ଥିବା ବେଳେ ଠିକ୍ ତାର ଦିନକ ପୂର୍ବରୁ ଯାଜପୁର ଜିଲ୍ଲା ବଡ଼ଚଣା ବାଲିଚନ୍ଦ୍ରପୁର ଥାନା ଅଂଚଳରେ ଘଟିଛି ଏକ ଅଭାବନୀୟ ଛାତିଥରା ଘଟଣା । ଅଗ୍ନିକାଣ୍ଡ ଛଡ଼ାଇନେଇଛି ଚାରି ଚାରିଟି ଅମୂଲ୍ୟ ଜୀବନ । ଘରେ ରୋଷେଇ ଚାଲିଥିବା ବେଳେ ହଠାତ୍ ନିଆଁ ଲାଗିଯାଇଥିଲା । ଚାହୁଁ ଚାହୁଁ ହୁ ହୁ ହୋଇ ନିଆଁ ଜଳି ଘରଟି ସମ୍ପୂର୍ଣ୍ଣ ପୋଡ଼ି ପାଉଁସ ହୋଇଯାଇଥିଲା । ଏହି ଭୟବହ ଅଗ୍ନିକାଣ୍ଡ ରାତି ୮ ଟା ରୁ ୮.୩୦ ମଧ୍ୟରେ ଘଟିଥିବା ବେଳେ ଏଥିରେ ଦୁଇ ମହିଳା ଏବଂ ଦୁଇ ଶିଶୁ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଜଣେ ଆହତ ହୋଇଛନ୍ତି । ଘଟଣାଟି ଘଟିଛି ଦର୍ପଣ ତହସିଲ ଅଧିନ ନଳୀପୁର ପଂଚାୟତସ୍ଥିତ ସେକ୍ ମହଲ୍ଲା ଗ୍ରାମରେ । ଏହି ଗ୍ରାମର ସେକ୍ ନିଜାମୁଦ୍ଦିନ୍ଙ୍କ ବଡ଼ ପୁଅ ସେକ୍ ନୁରୁଦ୍ଦିନ୍ ଙ୍କ ପତ୍ନୀ ତାବାସୁମ୍ ବିବି (୪୧), ନିଜାମୁଦ୍ଦିନ୍ଙ୍କ ଝିଅ ଗୁଲାଫସା ବିବି (୨୮) ଯିଏକି କଟକ ଜିଲ୍ଲା ଭଦ୍ରେଶ୍ୱର ଥାନା ଅଧିନ ଝାଡ଼େଶ୍ୱରପୁର ଗ୍ରାମରେ ସେକ୍ ଆଲାରଖାଙ୍କୁ ବିବାହ କରିଥିଲେ । ଆଲାରଖା ରାଜ୍ୟ ବାହାରେ ଚାକିରି କରୁଥିବାରୁ ଗୁଲଫସା ତାଙ୍କ ଝିଅ ରସନି ପରୱିନ୍ (୧୧), ପୁଅ ସେକ୍ ଆରହାନ୍ (୯)ଙ୍କୁ ନେଇ ତାଙ୍କ ବାପଘର ନଳୀପୁର ପଂଚାୟତ ସେକ୍ ମହଲ୍ଲା ଗ୍ରାମରେ ଗୋଟିଏ ଦିନ ପୂର୍ବରୁ ଆସି ରହିଥିବା ବେଳେ ସେମାନେ ମଧ୍ୟ ଅଗ୍ନିକାଣ୍ଡର ଶୀକାର ହୋଇ ମୃତୁ୍ୟବରଣ କରିଛନ୍ତି । କେହି କେହି ବିଦୁ୍ୟତ୍ ସଟସର୍କିଟ୍ ଯୋଗୁ ନିଆଁ ଲାଗିଥିବା କହୁଥିବା ବେଳେ କେହି କେହି ଗ୍ୟାସ ସିଲିଣ୍ଡଫାଟି ନିଆଁ ଲାଗିଥିବା କହୁଛନ୍ତି । ତେବେ ଏପର୍ଯ୍ୟନ୍ତ ପ୍ରକୃତ କାରଣ ସ୍ପଷ୍ଟ ହୋଇନାହିଁ । ଗ୍ରାମର ଯୁବକ ମାନେ ନିଆଁ ଲିଭାଇବାକୁ ସତଚେଷ୍ଟା କରି ବିଫଳ ହୋଇଥିବା ବେଳେ ଖବର ପାଇ ବାଲିଚନ୍ଦ୍ରପୁର ପୋଲିସ ପହଞ୍ଚିବା ପରେ ଚଣ୍ଡିଖୋଲ ଅଗ୍ନିସମବାହିନୀ ପହଞ୍ଚି ନିଆଁକୁ ଆୟତ କରିଥିଲା ବେଳେ ଘରଟି ସମ୍ପୂର୍ଣ୍ଣ ଜଳି ପାଉଁସ ହୋଇଯାଇଥିଲା ।

House Fire: ଭୟଙ୍କର ଘରପୋଡ଼ିରେ ଦୁଇ ମହିଳା ଦୁଇ ଶିଶୁ ମୃତ, ଜଣେ ଆହତ – ସମୀକ୍ଷା

ଘଟଣାସ୍ଥଳରେ ହଜାର ହଜାର ସଂଖ୍ୟକ ଜନସାଧାରଣଙ୍କ ଭିଡ଼ ଜମିଥିବା ବେଳେ ବଡ଼ଚଣା କଂଗ୍ରେସ ନେତା ଅଜୟ କୁମାର ସାମଲ, ନଳୀପୁର ସରପଂଚ ସେକ୍ ଅବଦୁଲ ଗନି, ଚରିନଙ୍ଗଳ ସରପଂଚ ପ୍ରତିନିଧି ଗୋଲାମ କିବିରିଆ ଖାଁ, ସମିତି ସଭ୍ୟା ପ୍ରତିନିଧି ରଂଜିତ ସାମଲ, ବାଲିଚନ୍ଦ୍ରପୁର ସରପଂଚ ପ୍ରତିନିଧି ଅମୀୟ କୁମାର ସାହାଣୀ, ପୂର୍ବତନ ସରପଂଚ ସେକ୍ ରିଆସତ ଅଲ୍ଲି, ମନ୍ମଥ କେଶରୀ ସାହେବରାୟ, ବିଳାସ ଚନ୍ଦ୍ର ବାରିକ, ମନୋରଞ୍ଜନ ମଲ୍ଲିକ, ପ୍ରାକ୍ତନ ସମିତି ସଭ୍ୟ ସେକ୍ ମୋଇନ ଅହେମ୍ମଦ, ରଶ୍ମିରଞ୍ଜନ ବଳ, ଆଇନଜୀବୀ ପ୍ରତାପ ଚନ୍ଦ୍ର ନାୟକ, ସେକ୍ ଇକବାଲ ହୁସେନ୍, ଉକôଳ କେଶରୀ ସାମଲ, ମୁସଲେଉଦ୍ଦିନ୍ ଖାଁ, ନିୟାଜୁଦ୍ଦିନ୍ ଖାଁ, ବାଲିଚନ୍ଦ୍ରପୁର ମଣ୍ଡଳ ସଭାପତି ଅଶୋକ କୁମାର ସିଂହ, ଚାରିନଙ୍ଗଳ ବିଜେପି ସଭାପତି ପ୍ରଦ୍ୟେତ କେଶରୀ ସାମଲ, ସେକ୍ ସାହାଆଲାମ୍, ସମସୁଦ୍ଦିନ୍ ଖାଁ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ମରଶରୀରକୁ ବଡ଼ଚଣା ଗୋଷ୍ଠି ସ୍ୱୋସ୍ଥ୍ୟ କେନ୍ଦ୍ର ପର୍ଯ୍ୟନ୍ତ ନେଇକି ଯାଇଥିଲେ । ଡ଼ାକ୍ତରଖାନାରେ ବଡ଼ଚଣା ବିଧାୟକ ଅମର କୁମାର ନାୟକ ପହଂଚି ସମସ୍ତ ଆନୁସାଂଗିକ ବ୍ୟବସ୍ଥା କରାଇ ପରିବାର ଲୋକଙ୍କୁ ଆସ୍ୱାସନା ଦେଇଥିଲେ । ପରଦିନ ବ୍ୟବଚ୍ଛେଦ ହୋଇ ମରଶରୀର ପହଞ୍ଚିବା ପରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା । ବଡ଼ଚଣା ବିଧାୟକ ଅମର କୁମାର ନାୟକ, ପ୍ରାକ୍ତନ ମନ୍ତ୍ରୀ ଅମର ପ୍ରସାଦ ଶତପଥି, ପ୍ରାକ୍ତନ ସାଂସଦ ସମ୍ରିଷ୍ଟା ସେଠୀ, ବିଜେଡ଼ି ନେତା କ୍ୟାପଟେନ ରାଜନାରାୟଣ ମହାପାତ୍ର, ପ୍ରଦେଶ କଂଗ୍ରେସ କମିଟି ସଭାପତି ଭକ୍ତ ଚରଣ ଦାସ, କଂଗ୍ରେସ ସେବା ଦଳ ଅଧ୍ୟକ୍ଷ ଶୁଭେନ୍ଦୁ କୁମାର ମହାନ୍ତି, ଯୁବକଂଗ୍ରେସ ନେତା ସନ୍ତୋଷ କୁମାର ବଳ, ସୁଦୀପ କୁମାର ସାମଲ, ମହାବାହୁ ଗୃପର ପ୍ରତିଷ୍ଠାତା ଶିବ ପ୍ରସାଦ ସାମଲ, ଇଂ.ଯଶୋଦୀପ୍ତ ସାମଲ, ବିଶ୍ୱ ପ୍ରକାଶ ସାମଲ, ରସିକୁଦ୍ଦିନ୍ ଖାଁ, ଚାନ୍ଦ ଖାଁ, ଅଶୋକ କୁମାର ରାଉତ, ଅଶୋକ ବେହେରା, ୟାକୁବ୍ ମହମ୍ମଦ ପ୍ରମୁଖ ପହଂଚି ଶେଷଦର୍ଶନ କରିଥିଲେ । ଧମୀୟ ରିତିନୀତି ଅନୁଯାୟୀ ଶେଷକୃତ୍ୟ ସମ୍ପନ୍ନ ହୋଇଥିଲା । ଥାନା ପକ୍ଷରୁ ୨୧/୨୬ରେ ଅପମୃତ ମାମଲା ରୁଜୁ ହୋଇ ତଦନ୍ତ ଜାରିରହିଥିବା ଥାନାଧିକାରୀ ଦୀଲ୍ଲିପ କୁମାର ମହାନ୍ତି ସୂଚନା ଦେଇଛନ୍ତି ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
କେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ... – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓକେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ...YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Gita Recitation Competition: ବ୍ଲକ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗୀତା