ମୁଖ୍ୟ ବିଷୟକୁ ଯାଆନ୍ତୁ
ଶନିବାର, ୨୧ ନଭେମ୍ବର ୨୦୨୬
News Update
୬ ମିନିଟ ପୂର୍ବେMalkangiri Rehabilitation & Protection of Children: ମାଲକାନଗିରିର ଚାରି ପିତୃମାତୃହୀନ ଶିଶୁଙ୍କ ଥଇଥାନ ଓ ସୁରକ୍ଷା ୧୫ ମିନିଟ ପୂର୍ବେHelpless lives on the highway: ରାଜପଥ ଉପରେ ଅସହାୟ ଜୀବନ, ସରକାରଙ୍କ ଦୃଷ୍ଟିପଡିବ କେବେ ? ୨୫ ମିନିଟ ପୂର୍ବେBaliguda Public Relations Department office deplorable Condition: ବାଲିଗୁଡ଼ା ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟର ଦୟନୀୟ ଅବସ୍ଥା ୪୧ ମିନିଟ ପୂର୍ବେRoad construction India ranks second world: ରାସ୍ତା ନିର୍ମାଣରେ ବିଶ୍ୱରେ ଦ୍ୱିତୀୟ ସ୍ଥାନରେ ଭାରତ ୫୧ ମିନିଟ ପୂର୍ବେBollywood actress Nora Fatehi ₹200 crore fraud case: ଅଡୁଆରେ ବଲିଉଡ୍ ଅଭିନେତ୍ରୀ ନୋରା ଫତେହି! ₹୨୦୦ କୋଟି ଠକେଇ ମାମଲାରେ କୋର୍ଟରେ ହାଜର ୫୭ ମିନିଟ ପୂର୍ବେGaisima Health Awareness Camp: ଗାଇସୀମାରେ ଆୟୁଷ ସ୍ବାସ୍ଥ୍ୟ ସଚେତନତା ଶିବିର ୧ ଘଣ୍ଟା ପୂର୍ବେPanchapidha Women’s College Sexual Harassment Program: ପାଞ୍ଚପିଢ଼ ମହିଳା ମହାବିଦ୍ୟାଳୟରେ ଯୌନ ଉତ୍ପୀଡ଼ନ ନିରୋଧ ସଚେତନତା କାର୍ଯ୍ୟକ୍ରମ ୧ ଘଣ୍ଟା ପୂର୍ବେZero Casualties evacuation process intensified: ଜିରୋ କାଜୁଆଲିଟିକୁ ପ୍ରଶାସନ ଗୁରୁତ୍ୱ, ସ୍ଥାନାନ୍ତର ପ୍ରକ୍ରିୟା ଜୋରଦାର ୧ ଘଣ୍ଟା ପୂର୍ବେCyclone Akvan Weather department issues: ବାତ୍ୟା ଅକଭାନ କୁ ନେଇ ପାଣିପାଗ ବିଭାଗର ସତର୍କ ସୂଚ଼ନା ୧ ଘଣ୍ଟା ପୂର୍ବେAkvan Breaks the farmers back: ଅକଭାନ ଭାଙ୍ଗିଦେଲା ଚାଷୀଙ୍କ ଅଣ୍ଟା! ପାଣିରେ ଭାସୁଛି ଶହ ଶହ ଏକର ଧାନ ଫସଲ
ଚର୍ଚ୍ଚାରେ ମୟୂରଭଞ୍ଜ ଖୋର୍ଦ୍ଧା ଜଗତସିଂହପୁର ମାଲକାନଗିରି କେନ୍ଦୁଝର ବରଗଡ଼ ନବରଙ୍ଗପୁର

Gita Recitation Competition: ବ୍ଲକ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗୀତା

Gita Recitation Competition: ବ୍ଲକ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗୀତା – ସମୀକ୍ଷା ଖବର

ସିଦ୍ଧାର୍ଥ ଶଙ୍କର ମିଶ୍ର /ଧାମନଗର ପ୍ରତିନିଧି /ସମୀକ୍ଷା ନ୍ୟୁଜ :

ଧାମନଗର 9/11 ଭାରତୀୟ ଜ୍ଞାନ, ଆଧ୍ୟାତ୍ମିକ ଚେତନା ଓ ନୈତିକ ମୂଲ୍ୟବୋଧର ଅମୂଲ୍ୟ ଗ୍ରନ୍ଥ ଶ୍ରୀମଦ୍ ଭଗବତ୍ ଗୀତା ର ବାଣୀ କୁ ଛାତ୍ରଛାତ୍ରୀ ଙ୍କ ନିକଟରେ ପହଞ୍ଚାଇବା ଉଦ୍ଦ୍ୟେଶରେ ଆନ୍ତର୍ଜାତୀୟ କ୍ରିୟା ଯୋଗ ଅନୁଷ୍ଠାନ “ପ୍ରଜ୍ଞାନ ମିଶନ ” ଆନୁକୁଲ୍ୟରେ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଅସୁରାଳିଠାରେ 7 ତାରିଖ ରେ 8 ମ ରାଜ୍ୟ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗୀତା ଅନୁଷ୍ଠିତ ହୋଇଯାଇଛି. ଏହି ପବିତ୍ର କାର୍ଯ୍ୟକ୍ରମରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ନିତ୍ୟାନନ୍ଦ ପତି ଙ୍କ ତତ୍ତ୍ଵାବଧାନ ଓ ଉପଦେଶ “ଘରେ ଘରେ ଗୀତା, ପ୍ରତ୍ୟେକ ଙ୍କ ହାତେ ଗୀତା ” ଉପରେ ଆଲୋଚନା କରିଥିଲେ. ବିଦ୍ୟାଳୟର ଉପଦେଷ୍ଟା ଶକ୍ତି ଶ୍ରୀ ଉତ୍କଳ ଭୂଷଣ ନାୟକ ଗୀତାର ମାହାତ୍ମ୍ୟ ଓ ଏହାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ. ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରଜ୍ଞାନ ମିଶନ ର ବରିଷ୍ଠ ସନ୍ୟାସୀ ସ୍ଵାମୀ ଅନିର୍ବାଣନନ୍ଦ ଗିରି ମହାରାଜ ଗୀତାର ଉପଦେଶ ଶୃଙ୍ଖଳିତ ଜୀବନ ପାଇଁ ପ୍ରେରଣା ଯୋଗାଇ ଥାଏ ବୋଲି କହିଥିଲେ. ବ୍ଲକ ର ବିଭିନ୍ନ ବିଦ୍ୟାଳୟରୁ 75 ଜଣ ଛାତ୍ରଛାତ୍ରୀ ଯୋଗ ଦେଇ ଗୀତା ର ଶ୍ଲୋକ ଆବୃତ୍ତି କରିଥିଲେ. କୃତି ପ୍ରତିଯୋଗୀମାନଙ୍କୁ ଆସନ୍ତା ଡିସେମ୍ବର ମାସ 6ତାରିଖ ଭଦ୍ରଖ ସ୍ଥିତ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିର, ଗାନ୍ଧୀ ପଡ଼ିଆ ନିକଟରେ ଜିଲ୍ଲା ସ୍ତରୀୟ ପ୍ରତିଯୋଗୀତା ରେ ଭାଗ ନେବା ପାଇଁ ସୂଚନା ଦିଆଯାଇଛି. ଏହି କାର୍ଯ୍ୟକ୍ରମରେ ସମୀକ୍ଷକ ଓ ବରିଷ୍ଠ ଶିକ୍ଷକ ଶ୍ରୀ ସୁବାସ ଚନ୍ଦ୍ର ନାୟକ ପିଲାମାନଙ୍କ ଉପରେ ଗୀତା ମାଙ୍କର ଆଶୀର୍ବାଦ ଶତତ ରହିଥାଉ ବୋଲି କାମନା କରିଥିଲେ. ଶେଷରେ ଶ୍ରୀ ସତ୍ୟ ସୁନ୍ଦର ପାଢୀ, ସଭାପତି ମହୋଦୟ ବିଦ୍ୟାଳୟର ଗୁରୁମା, ଗୁରୁଜୀ ସମସ୍ତ ସମୀକ୍ଷକ, ଛାତ୍ରଛାତ୍ରୀ ଓ ପ୍ରଜ୍ଞାନ ମିଶନ କୁ ଏଭଳି ସୁଯୋଗ ଦେଇଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ. ଶ୍ରୀଯୁକ୍ତ ଶ୍ରୀଧର ସାହୁ, ଶ୍ରୀ ମନୋଜ କୁମାର ଦାଶ (ପପୁ), ଶ୍ରୀ ମାଖନଲାଲ ଗୁପ୍ତା କାର୍ଯ୍ୟକ୍ରମର ପୃଷ୍ଠ ଭାଗରେ ରହି ସୁଚାରୁରୂପେ ପରିଚାଳନା କରିଥିଲେ |

Gita Recitation Competition: ବ୍ଲକ ସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗୀତା – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
କେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ... – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓକେନ୍ଦୁଝର :୪ ବର୍ଷ ଧରି ପଦୋନ୍ନତି ଅଟକିଛି, ୧୪୩ ପଦବୀ ଖାଲି: ଜିଲ୍ଲାପାଳଙ୍କ ହସ୍ତକ୍ଷେପ ଲୋଡ଼ିଲା ରାଜସ୍ୱ ସଂଘ...YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Kosagumuda Block Joint Public Grievance: କୋଷାଗୁମୁଡ଼ା ବ୍ଲକଠାରେ ମିଳିତ ଜନ ଅଭିଯୋଗ ଶୁଣାଣି ଶିବିର