ମୁଖ୍ୟ ବିଷୟକୁ ଯାଆନ୍ତୁ
ଗୁରୁବାର, ୧୯ ନଭେମ୍ବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ଜଗତସିଂହପୁର କୋରାପୁଟ ବାଲେଶ୍ୱର ନୂଆପଡ଼ା ବରଗଡ଼ ନୟାଗଡ଼

A Commitment to Truth and Impartiality: ସତ୍ୟ ଓ ନିରପେକ୍ଷତାର ସଂକଳ୍ପ ସହ ଦଣ୍ଡପାଟ ଗଣମାଧ୍ୟମ ସଂଘର ନୂତନ କର୍ମକର୍ତ୍ତା ଚୟନ

A Commitment to Truth and Impartiality: ସତ୍ୟ ଓ ନିରପେକ୍ଷତାର ସଂକଳ୍ପ ସହ ଦଣ୍ଡପାଟ ଗଣମାଧ୍ୟମ ସଂଘର ନୂତନ କର୍ମକର୍ତ୍ତା ଚୟନ – ସମୀକ୍ଷା ଖବର

ସମୀକ୍ଷା ବ୍ୟୁରୋ ନ୍ୟୁଜ / କଳାହାଣ୍ଡି:

ଧର୍ମଗଡ଼ : ସାମ୍ବାଦିକତା କେବଳ ଖବର ପ୍ରକାଶରେ ସୀମିତ ନୁହେଁ, ବରଂ ସମାଜର ସତ୍ୟକୁ ସାମ୍ନାକୁ ଆଣିବା ଓ ଜନସାଧାରଣଙ୍କ ସ୍ୱରକୁ ଶାଣିତ କରିବା ଏହାର ମୂଳ ଉଦ୍ଦେଶ୍ୟ। ଏହି ମହତ୍ ଲକ୍ଷ୍ୟକୁ ଆଗରେ ରଖି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ବେହେରାଗୁଡ଼ାଠାରେ ଦଣ୍ଡପାଟ ଗଣମାଧ୍ୟମ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇ ନୂତନ କର୍ମକର୍ତ୍ତା ଚୟନ କରାଯାଇଛି।ବୈଠକରେ ସର୍ବସମ୍ମତିକ୍ରମେ ବରିଷ୍ଠ ସାମ୍ବାଦିକ ଲକ୍ଷ୍ୟଜ୍ୟୋତି ଜାଲଙ୍କୁ ସଂଘର ସଭାପତି ଭାବେ ଚୟନ କରାଯାଇଥିବା ବେଳେ ଉପସଭାପତି ଭାବେ ସୋଭିତ ଗାନ୍ଧୀ ଓ ନିରାକାର ଗୋପାଳଙ୍କୁ ଦାୟିତ୍ୱ ଦିଆଯାଇଛି। ସେହିପରି ସମ୍ପାଦକ ଭାବେ ସୁଧୀର ଗୋପାଳ, ସହସମ୍ପାଦକ ଭାବେ ଖଗପତି ନାଏକ, କାମେଶ ନାଗ ଓ ହୃଷିକେଶ ଗୋପାଳ ଚୟନ ହୋଇଛନ୍ତି।କୋଷାଧ୍ୟକ୍ଷ ଭାବେ ସେତୁରାମ ଭକ୍ତ ଓ ଯଦୁମଣି ଦୁର୍ଗାଙ୍କୁ ଚୟନ କରାଯାଇଥିବା ବେଳେ କାର୍ଯ୍ୟକାରୀ ସଦସ୍ୟ ଭାବେ ଚିତ୍ତରଞ୍ଜନ ନାଏକ, ଦିଲୀପ ଦୁରିଆ, ପ୍ରଦୀପ ସେଠିଆ, ଉଦିତ ଠାକୁର, କ୍ଷେତ୍ରମୋହନ ନାଗ ଓ କୃଷ୍ଣଚନ୍ଦ୍ର ଦୁର୍ଗାଙ୍କୁ ମନୋନୀତ କରାଯାଇଛି।ବୈଠକରେ ସାମ୍ବାଦିକତାର ନୈତିକତା ଓ ମୂଳ ଦାୟିତ୍ୱ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଥିଲା। ସତ୍ୟ ଖବର ପ୍ରକାଶ, ନିରପେକ୍ଷ ରିପୋର୍ଟିଂ, ଜନସାଧାରଣଙ୍କ ସ୍ୱାର୍ଥର ସୁରକ୍ଷା, ଅନ୍ୟାୟ ଓ ଅବହେଳା ବିରୋଧରେ ସ୍ୱର ଉତ୍ତୋଳନ ସହ କ୍ଷମତାସୀନ ବ୍ୟକ୍ତି ଓ ପ୍ରତିଷ୍ଠାନକୁ ଜବାବଦିହି କରିବା ସାମ୍ବାଦିକଙ୍କ ପ୍ରମୁଖ କର୍ତ୍ତବ୍ୟ ବୋଲି ଆଲୋଚନା ହୋଇଥିଲା।ସାମ୍ବାଦିକଙ୍କ ପାଇଁ ସତ୍ୟ ହିଁ ସବୁଠାରୁ ବଡ଼ ଧର୍ମ। ବ୍ୟକ୍ତିଗତ, ରାଜନୈତିକ ଓ ବ୍ୟବସାୟିକ ସ୍ୱାର୍ଥଠାରୁ ଊର୍ଦ୍ଧ୍ୱରେ ରହି ନିରପେକ୍ଷ ଭାବେ ଖବର ପରିବେଷଣ କରିବା ସହ ସାଧାରଣ ଲୋକଙ୍କ ସମସ୍ୟାକୁ ପ୍ରାଥମିକତା ଦେବା ଆବଶ୍ୟକ। ଗଣମାଧ୍ୟମର ବିଶ୍ୱସନୀୟତା ସାମ୍ବାଦିକଙ୍କ ସତ୍ୟନିଷ୍ଠା ଓ ନୈତିକତା ଉପରେ ନିର୍ଭର କରେ ବୋଲି ନବନିର୍ବାଚିତ ସଭାପତି ଲକ୍ଷ୍ୟଜ୍ୟୋତି ଜାଲ ମତବ୍ୟକ୍ତ କରିଥିଲେ।ନୂତନ କର୍ମକର୍ତ୍ତାଙ୍କ ଚୟନ ପରେ ଦଣ୍ଡପାଟ ଅଞ୍ଚଳର ବିଭିନ୍ନ ଜନସମସ୍ୟାକୁ ଗଣମାଧ୍ୟମ ମାଧ୍ୟମରେ ସାମ୍ନାକୁ ଆଣିବା ସହ ଲୋକଙ୍କ ସ୍ୱାର୍ଥ ଓ ଅଧିକାର ପାଇଁ ସଂଘ ନିଜର ଦାୟିତ୍ୱ ନିର୍ବାହ କରିବ ବୋଲି ଆଶା ପ୍ରକାଶ ପାଇଛି।

A Commitment to Truth and Impartiality: ସତ୍ୟ ଓ ନିରପେକ୍ଷତାର ସଂକଳ୍ପ ସହ ଦଣ୍ଡପାଟ ଗଣମାଧ୍ୟମ ସଂଘର ନୂତନ କର୍ମକର୍ତ୍ତା ଚୟନ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ.. – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ🔹ଭିତରକନିକା ରେ ବନ୍ଦ ହେଲା ଇକୋ ରିଟ୍ରିଟ..YouTube · SAMIKSHA NEWS LIVE ପରବର୍ତ୍ତୀ ଖବର Viksit Bharat Young Leader Dialogue: ଜିଲ୍ଲାସ୍ତରୀୟ ‘ବିକଶିତ ଭାରତ ୟଙ୍ଗ ଲିଡର ଡାଇଲଗ’ ପି.ପି.ଟି ପ୍ରତିଯୋଗିତା ଅନୁଷ୍ଠିତ