ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ଶିଶୁମାନେ ନିଆରା ଢଙ୍ଗରେ ପାଳିଲେ ଜନ୍ମାଷ୍ଟମୀ

ଶିଶୁମାନେ ନିଆରା ଢଙ୍ଗରେ ପାଳିଲେ ଜନ୍ମାଷ୍ଟମୀ – ସମୀକ୍ଷା ଖବର

ଦୁର୍ଗା ପ୍ରସାଦ ଦାଶ/ଜିଲ୍ଲା ପ୍ରତିନିଧି /ସମୀକ୍ଷା ନିୟୁଜ/ଖୋର୍ଦ୍ଧା :


ଟାଙ୍ଗୀ ୪/୯/୨୬: ସାରା ଦେଶରେ ଆଜି ଆନନ୍ଦ ଉଲ୍ଲାସର ସହ ପାଳିତ ହେଉଛି ପ୍ରଭୂ ଶ୍ରୀକୃଷ୍ଣଙ୍କ ଜନ୍ମ ଦିବସ। ଏହି ଅବସରରେ ଆଜି ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ବୃନ୍ଦାବନ ବିହାରୀପୁର ଗ୍ରାମରେ ନିଆରା ଢଙ୍ଗରେ ପାଳିତ ହୋଇଛି ପ୍ରଭୂ ଶ୍ରୀକୃଷ୍ଣଙ୍କର ଜନ୍ମ ଦିବସ।

ଶିଶୁମାନେ ନିଆରା ଢଙ୍ଗରେ ପାଳିଲେ ଜନ୍ମାଷ୍ଟମୀ – ସମୀକ୍ଷା

ଚାନ୍ଦପୁର ସ୍ଥିତ ସରସ୍ବତୀ ବିଦ୍ୟାମନ୍ଦିରର କୁନି କୁନି ପିଲାମାନେ ଶ୍ରୀ କୃଷ୍ଣଙ୍କ ବିଭିନ୍ନ ଲୀଳାଖେଳା ସମ୍ପର୍କିତ ବେଶରେ ସଜ୍ଜିତ ହୋଇ ଗ୍ରାମ ପରିକ୍ରମା କରି ଭଗବାନ କୃଷ୍ଣଙ୍କ ବାର୍ତା ବାଣ୍ଟିଥିଲେ। କୁନି କୁନି ପିଲାମାନେ ଗାଁ ଦାଣ୍ଡରେ ରାଧାକୃଷ୍ଣ, ଗୋପ ଗୋପାଙ୍ଗନା, ନନ୍ଦ,ଦେବକୀ, ବାସୁଦେବ ପରି ଅନେକ ଚରିତ୍ର ବେଶଭୁଷା ଧାରଣ କରି ଧାଡିକି ଧାଡି ହୋଇ କୁନି କୁନି ପାଦରେ ଆଗେଇ ଚାଲିଥିଲେ। ଆଉ ବୃନ୍ଦାବନ ବିହାରୀପୁର ଗ୍ରାମର ମା ଭଉଣୀ ମାନେ ହାତରେ ପୁଲଚନ୍ଦନ ଧୂପଦୀପ ଧରି ନଗର ପରିକ୍ରମା କରିଥିବା ବିଭିନ୍ନ ଚରିତ୍ର ବେଶଭୂଷା ସୁସଜ୍ଜିତ ହୋଇଥିବା କୁନିକୁନି ପିଲାମାନଙ୍କୁ ବନ୍ଦାପନା କରିଥିଲେ।ଆଧୁନିକ ନାଁରେ ଆଜି ପଶ୍ଚାତ ସଭ୍ୟତାର ମାୟା ଜାଲ ଆମକୁ ଗ୍ରାସ କରିବାରେ ଲାଗିଛି। ଏଣୁ ବୃନ୍ଦାବନ ବିହାରୀପୁର ଗ୍ରାମର ଉଦ୍ୟମୀ ଯୁବକଙ୍କ ମନରେ ଆମ ସଂସ୍କୃତି ପରମ୍ପରାକୁ ଉଜ୍ଜୀବିତ କରିବାପାଇଁ ଗ୍ରାମବାସୀଙ୍କ ସହଯୋଗରେ ଆଜି ପବିତ୍ର ଜନ୍ମାଷ୍ଟମୀ ଅବସରରେ ଏହି ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି। କାରଣ ଗୋଟିଏ ଶିଶୁକୁ ସଂସ୍କାର ଦେଲେ ନିଶ୍ଚିତ ପରିବାର ସଂସ୍କାରିତ ହୋଇ ପାରିବ ବୋଲି କହିଛନ୍ତି ଆୟୋଜକ।

ଶିଶୁମାନେ ନିଆରା ଢଙ୍ଗରେ ପାଳିଲେ ଜନ୍ମାଷ୍ଟମୀ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ୧୩୪ ବର୍ଷର ଐତିହ୍ୟ, ଯତ୍ନ ନେବାକୁ ନାହାନ୍ତି କର୍ମଚାରୀ:ହେରିଟେଜ୍ ମାନ୍ୟତା ପରେ ବି ଅବହେଳିତ ଝାରସୁଗୁଡ଼ାର ପୁରାତନ ଡାକଘର