ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ଓଡ଼ିଆ ଉଚ୍ଚାରଣ ଅନୁରୂପ ସ୍ଥାନନାମର ସଂଶୋଧିତ ଇଂରାଜୀ ବନାନର ସମାନ ଓ ସର୍ବତ୍ର ବ୍ୟବହାର ପାଇଁ ଜିଲ୍ଲାପାଳମାନଙ୍କୁ ରାଜସ୍ୱ ବିଭାଗର କଡ଼ା ନିର୍ଦ୍ଦେଶ

ଓଡ଼ିଆ ଉଚ୍ଚାରଣ ଅନୁରୂପ ସ୍ଥାନନାମର ସଂଶୋଧିତ ଇଂରାଜୀ ବନାନର ସମାନ ଓ ସର୍ବତ୍ର ବ୍ୟବହାର ପାଇଁ ଜିଲ୍ଲାପାଳମାନଙ୍କୁ ରାଜସ୍ୱ ବିଭାଗର କଡ଼ା ନିର୍ଦ୍ଦେଶ – ସମୀକ୍ଷା ଖବର
ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର:
  ଯେଉଁ ସରକାରୀ କାର୍ଯ୍ଯାଳୟର ସାଇନବୋର୍ଡରେ ସଂଶୋଧିତ ବନାନ୍ ପରିବର୍ତ୍ତନ ହୋଇନାହିଁ, ତାକୁ ସାତ ଦିନ ଭିତରେ ସାରିବାକୁ ରାଜସ୍ବ ସଚିବଙ୍କ ନିର୍ଦ୍ଦେଶ। ରାଜ୍ୟ କ୍ୟାବିନେଟ୍‌ର ନିଷ୍ପତ୍ତି ଅନୁଯାୟୀ ଓଡ଼ିଆ ଉଚ୍ଚାରଣ ସହ ସମନ୍ୱୟ ରଖି ସଂଶୋଧିତ ହୋଇଥିବା ବିଭିନ୍ନ ସ୍ଥାନନାମର ଇଂରାଜୀ ବନାନକୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନରେ ସମାନ ଭାବେ ବ୍ୟବହାର ସୁନିଶ୍ଚିତ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀ, ଏ ସମ୍ପର୍କରେ ସମସ୍ତ ଜିଲ୍ଲାପାଳଙ୍କୁ ପତ୍ର ଲେଖି ନିଜ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନର ନାମଫଳକ ତଥା ସାଇନ୍‌ବୋର୍ଡ୍  ଗୁଡ଼ିକରେ ସଂଶୋଧିତ ବନାନର ବ୍ୟାପକ ବ୍ୟବହାର ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।ପ୍ରକାଶ ଥାଉ କି, ଗତ ୨୨ ଜୁନ୍‌, ୨୦୨୬ରେ ଓଡ଼ିଶା ସରକାରଙ୍କ ପ୍ରକାଶିତ ଗେଜେଟ୍‌ ବିଜ୍ଞପ୍ତି ଅନୁଯାୟୀ, ସଂଶୋଧିତ ବନାନକୁ ସରକାରୀ କାର୍ଯ୍ୟାଳୟ ଓ ପ୍ରତିଷ୍ଠାନଗୁଡ଼ିକର ସାଇନ୍‌ବୋର୍ଡରେ ଏକ ମାସ ମଧ୍ୟରେ ଲାଗୁ କରିବାକୁ ସମୟସୀମା ଧାର୍ଯ୍ୟ କରାଯାଇଥିଲା। ସେହିପରି, ବେସରକାରୀ ଓ ଅଣ-ସରକାରୀ ପ୍ରତିଷ୍ଠାନଗୁଡ଼ିକ ପାଇଁ ଛଅ ମାସର ସମୟସୀମା ରଖାଯାଇଛି l ସରକାରଙ୍କ ଏହି ନିଷ୍ପତ୍ତି ଅନେକ ଜିଲ୍ଲାରେ ସଫଳତାର ସହ କାର୍ଯ୍ୟକାରୀ ହୋଇଛି। ଏହାର ଅଂଶସ୍ୱରୂପ Angulକୁ Anugola, Balasoreକୁ Baleshwar, Kendraparaକୁ Kendrapada ଏବଂ Cuttackକୁ KATAKA ଭାବେ ସଂଶୋଧିତ ଇଂରାଜୀ ବନାନରେ ବ୍ୟବହାର କରାଯାଉଛି। ତେବେ, କେତେକ ସରକାରୀ କାର୍ଯ୍ୟାଳୟର ସାଇନ୍‌ବୋର୍ଡରେ ଏପର୍ଯ୍ୟନ୍ତ ପୁରୁଣା ଇଂରାଜୀ ବନାନ ବ୍ୟବହୃତ ହେଉଥିବା ରାଜ୍ୟସରକାରଙ୍କ ଦୃଷ୍ଟିଗୋଚର ହୋଇଛି l ଏଥିମଧ୍ୟରେ “Jeypore” ଏବଂ “Soro” ଭଳି ପୁରୁଣା ବନାନ ମଧ୍ୟ ରହିଛି। ଏଗୁଡ଼ିକର ସ୍ଥାନରେ ସରକାରଙ୍କ ଦ୍ୱାରା ଅନୁମୋଦିତ “Jayapur” ଏବଂ “Sora” ବନାନ ବ୍ୟବହାର ସୁନିଶ୍ଚିତ କରିବାକୁ କୁହାଯାଇଛି।

        ରାଜ୍ୟ କ୍ୟାବିନେଟ୍‌ର ନିଷ୍ପତ୍ତି ଅନୁଯାୟୀ ସରକାରୀ ସ୍ଥାନନାମରେ ସଂଗତି ବଜାୟ ରଖିବା ଅତ୍ୟାବଶ୍ୟକ। ସରକାରୀ ସାଇନ୍‌ବୋର୍ଡରେ ପୁରୁଣା ବନାନର ବ୍ୟବହାର ଜାରି ରହିଲେ ସରକାରୀ ନାମକରଣରେ ଅସଙ୍ଗତି ସୃଷ୍ଟି ହେବା ସହ କ୍ୟାବିନେଟ୍‌ ନିଷ୍ପତ୍ତିର ଉଦ୍ଦେଶ୍ୟ ପ୍ରଭାବିତ ହେବ। ଏହି ପରିପ୍ରେକ୍ଷୀରେ ସମସ୍ତ ଜିଲ୍ଲାପାଳଙ୍କୁ ନିଜ ଜିଲ୍ଲାର ସମସ୍ତ ସରକାରୀ କାର୍ଯ୍ୟାଳୟ, ପ୍ରତିଷ୍ଠାନ ଓ ଅନ୍ୟାନ୍ୟ ସରକାରୀ ସାଇନ୍‌ବୋର୍ଡର ସମୀକ୍ଷା କରି ସଂଶୋଧିତ ଇଂରାଜୀ ବନାନର ସମାନ ଓ ସମୁଚିତ ବ୍ୟବହାର ସୁନିଶ୍ଚିତ କରିବାକୁ କୁହାଯାଇଛି। ଏଥିସହ ବେସରକାରୀ ଓ ଅଣ-ସରକାରୀ ପ୍ରତିଷ୍ଠାନଗୁଡ଼ିକ ଦ୍ଵାରା ମଧ୍ୟ ଏହି ପରିବର୍ତ୍ତନକୁ ସକରାତ୍ମକ ଭାବେ ଗ୍ରହଣ କରି ସଂଶୋଧିତ ବନାନର ବ୍ୟାପକ ବ୍ୟବହାର ସୁନିଶ୍ଚିତ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।
ଏହି କାର୍ଯ୍ୟକୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରି ସମ୍ପୂର୍ଣ୍ଣ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ସହ ଏ ସମ୍ପର୍କରେ ଏକ ସପ୍ତାହ ମଧ୍ୟରେ ଅନୁପାଳନ ରିପୋର୍ଟ ଦାଖଲ କରିବାକୁ ଜିଲ୍ଲାପାଳମାନଙ୍କୁ କୁହାଯାଇଛି।


ଓଡ଼ିଆ ଉଚ୍ଚାରଣ ଅନୁରୂପ ସ୍ଥାନନାମର ସଂଶୋଧିତ ଇଂରାଜୀ ବନାନର ସମାନ ଓ ସର୍ବତ୍ର ବ୍ୟବହାର ପାଇଁ ଜିଲ୍ଲାପାଳମାନଙ୍କୁ ରାଜସ୍ୱ ବିଭାଗର କଡ଼ା ନିର୍ଦ୍ଦେଶ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଦୀର୍ଘ ଦିନର ଅପେକ୍ଷାରେ ଅନ୍ତ, ଆରମ୍ଭ ହେଲା ଡ୍ରେନ ନିର୍ମାଣ, ଦୁଇ ମାସରେ କାମ ସାରିବାକୁ ଅଦାଲତଙ୍କ ନିର୍ଦ୍ଦେଶ