ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଶରତ ବଜାରରେ ଭତ୍ତା ଅନିୟମିତତାକୁ ନେଇ ରାସ୍ତାରୋକ ଓ ବିକ୍ଷୋଭ: ୯ଟି ପଞ୍ଚାୟତର ସରପଞ୍ଚଙ୍କ ସାମିଲ

ଶରତ ବଜାରରେ ଭତ୍ତା ଅନିୟମିତତାକୁ ନେଇ ରାସ୍ତାରୋକ ଓ ବିକ୍ଷୋଭ: ୯ଟି ପଞ୍ଚାୟତର ସରପଞ୍ଚଙ୍କ ସାମିଲ – ସମୀକ୍ଷା ଖବର

ଯଶୋବନ୍ତ ପରିଡା/_ କପ୍ତିପଦା ଉପଖଣ୍ଡ/_ ୦୯/୦୯/୨୬/_ (ସମୀକ୍ଷା ନ୍ୟୁଜ):

​ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ବ୍ଲକ ଅନ୍ତର୍ଗତ ଶରତ ବଜାରଠାରେ ଥାଳି ପାଉଚାରେ ଅନିୟମିତତା ଏବଂ ବିଭିନ୍ନ ଦାବି ନେଇ ୦୯ ଗୋଟି ଗ୍ରାମପଞ୍ଚାୟତର ସରପଞ୍ଚ ଓ ଜନସାଧାରଣଙ୍କ ପକ୍ଷରୁ ବ୍ୟାପକ ରାସ୍ତାରୋକ ଓ ବିକ୍ଷୋଭ ପ୍ରଦର୍ଶିତ ହୋଇଯାଇଛି।

ଶରତ ବଜାରରେ ଭତ୍ତା ଅନିୟମିତତାକୁ ନେଇ ରାସ୍ତାରୋକ ଓ ବିକ୍ଷୋଭ: ୯ଟି ପଞ୍ଚାୟତର ସରପଞ୍ଚଙ୍କ ସାମିଲ – ସମୀକ୍ଷା


​ପ୍ରାପ୍ତ ସୂଚନା ଅନୁଯାୟୀ, ଆନ୍ଦୋଳନକାରୀମାନେ ସକାଳ ୦୭:୦୦ ଘଟିକାରୁ ସନ୍ଧ୍ୟା ୦୭:୦୦ ଘଟିକା ପର୍ଯ୍ୟନ୍ତ ରାସ୍ତା ଅବରୋଧ କରି ରଖିଥିଲେ। ପ୍ରଶାସନର କାର୍ଯ୍ୟାନୁଷ୍ଠାନରେ ଅସନ୍ତୋଷ ପ୍ରକାଶ କରି ସେମାନେ ମୁଖ୍ୟତଃ ନିମ୍ନଲିଖିତ ଦାବିଗୁଡ଼ିକ ଉପସ୍ଥାପନ କରିଛନ୍ତି:
​ବାର୍ଦ୍ଧକ୍ୟ, ବିଧବା ଏବଂ ବିକଳାଙ୍ଗ ଭତ୍ତା ହିତାଧିକାରୀମାନଙ୍କୁ ପୂର୍ବଭଳି ପଞ୍ଚାୟତରେ ନଗଦ କ୍ୟାସ୍ ଆକାରରେ ଭତ୍ତା ଟଙ୍କା ପ୍ରଦାନ କରାଯାଉ।
​ଦୀର୍ଘ ୨ ବର୍ଷ ହେବ ନୂଆ ଭତ୍ତା ପାଇଁ ଆବେଦନ କରିଥିବା ହିତାଧିକାରୀଙ୍କ ଆବେଦନକୁ ତୁରନ୍ତ ମଞ୍ଜୁର କରାଯାଉ।
​୭୦ ବର୍ଷରୁ ଉର୍ଦ୍ଧ୍ୱ ବୟସ୍କ ଭତ୍ତା ହିତାଧିକାରୀଙ୍କୁ ବ୍ୟାଙ୍କ୍ ଜରିଆରେ ଟଙ୍କା ପ୍ରଦାନ ପ୍ରକ୍ରିୟା ବନ୍ଦ କରାଯାଉ।
​ସମସ୍ତ ହିତାଧିକାରୀଙ୍କୁ ମାସିକ ୩,୦୦୦/- (ତିନି ହଜାର) ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କରାଯାଉ।
​ଏହି ବିକ୍ଷୋଭ କାର୍ଯ୍ୟକ୍ରମରେ ଅଞ୍ଚଳର ବହୁ ଜନସାଧାରଣ ଏବଂ ୯ଟି ପଞ୍ଚାୟତର ସରପଞ୍ଚମାନେ ଯୋଗଦେଇ ସରକାର ଓ ପ୍ରଶାସନ ବିରୋଧରେ ସ୍ୱର ଉତ୍ତୋଳନ କରିଥିଲେ।

ଶରତ ବଜାରରେ ଭତ୍ତା ଅନିୟମିତତାକୁ ନେଇ ରାସ୍ତାରୋକ ଓ ବିକ୍ଷୋଭ: ୯ଟି ପଞ୍ଚାୟତର ସରପଞ୍ଚଙ୍କ ସାମିଲ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ପୁଣି ଚର୍ଚ୍ଚାରେ ଉଦଳା ଲୁଇପା ଡିଗ୍ରୀ ମହାବିଦ୍ୟାଳୟ: କୋଟି କୋଟି ଟଙ୍କାର ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଜାରି