ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ବରଗଡ଼: ସଫଳ ଚାଷୀ ଯୋଗେଶ୍ୱର , ନାବାର୍ଡ ସହାୟତାରେ ପନିପରିବା ଚାଷ କରି ହୋଇଛନ୍ତି ଲାଭବାନ

ବରଗଡ଼: ସଫଳ ଚାଷୀ ଯୋଗେଶ୍ୱର , ନାବାର୍ଡ ସହାୟତାରେ ପନିପରିବା ଚାଷ କରି ହୋଇଛନ୍ତି ଲାଭବାନ – ସମୀକ୍ଷା ଖବର

ସୁଶାନ୍ତ ପଣ୍ଡା / ପଶ୍ଚିମ ଓଡ଼ିଶା ମୁଖ୍ୟ / ସମୀକ୍ଷା ନ୍ୟୁଜ:

କଥାରେ ଅଛି “ଚାଷକାମ ଯାହାର କେତେ ସୁଖ ତାହାର ସେହି ସିନା ଯୋଗାଉଛି ଦୂନିଆ କୁ ଆହାର” । ଏହି କଥାର ମହତ୍ୱକୁ ମର୍ମେମର୍ମେ ହୃଦୟଙ୍ଗ କରିଛନ୍ତି ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ତାଲପାଲି ଗ୍ରାମପଞ୍ଚାୟତ ଅନ୍ତର୍ଗତ ସେମେଲମୁଣ୍ଡା ଗ୍ରାମର ଯୋଗେଶ୍ୱର ପଧାନ ।ମେଟ୍ରିକ୍ ପଢୁଥିବା ସମୟରେ ବାପା ରାଜନ ପଧାନ ଙ୍କ ସହିତ ନିଜ ବିଲକୁ ଯାଇ ବାପାଙ୍କ ପରିଶ୍ରମକୁ ଦେଖି ପିଲାଟି ଦିନରୁ ବାପାଙ୍କୁ ଚାଷ କାମରେ ସାହାର୍ଯ୍ୟ କରୁ କରୁ ନିଜେ ଯୋଗେଶ୍ୱର ଖୁବ୍ କମ ବୟସରୁ ଚାଷ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ମେଟ୍ରିକ୍ ପାସ୍ କରି କଲେଜ କୁ ପାଠ ପଢିବା ପାଇଁ ଯାଉଥିବା ଯୋଗେଶ୍ୱର କଲେଜ ଯାଉଥିଲେ ସତ ହେଲେ ପାଠ ପଢୁଥିବା ସମୟରେ ବାପାଙ୍କ ପରିଶ୍ରମ କୁ ମନେ ପକାଇ କଲେଜ ରୁ ଯାଇ ସିଧା ପହଞ୍ଚି ଯାଉଥିଲେ ନିଜ ଚାଷ ଜମିକୁ । ଅଧିକ ପାଠ ପଢ଼ି ସରକାରୀ ଚାକିରିର ମୋହ ଠାରୁ ଦୂରେଇ ଯାଇ ଚାଷ କରି କାର ଚଢ଼ିବାର ସ୍ବପ୍ନ ଦେଖିଥିଲେ ଯୋଗେଶ୍ୱର । ଆଉ ସେବେ ଠାରୁ ନିଜେ ଆରମ୍ଭ କରିଥିଲେ ନିଜ ବାଡ଼ିରେ କିଛି ପରିବା ଚାଷ ।

ବରଗଡ଼: ସଫଳ ଚାଷୀ ଯୋଗେଶ୍ୱର , ନାବାର୍ଡ ସହାୟତାରେ ପନିପରିବା ଚାଷ କରି ହୋଇଛନ୍ତି ଲାଭବାନ – ସମୀକ୍ଷା

ନିଜ ପରିଶ୍ରମର ପ୍ରଥମ ଫସଲ କୁ ଦେଖି ବେଶ ଖୁସି ଅନୁଭବ କରିବା ସହ ପ୍ରଥମ ରୋଜଗାର ଟଙ୍କା କୁ ନିଜ ହାତରେ ଧରି ଚାଷ ପ୍ରତି ଆହୁରି ଆଗ୍ରହ ବୃଦ୍ଧି ପାଇଥିବା ପ୍ରକାଶ କରନ୍ତି ଯୋଗେଶ୍ୱର । ଅନେକ ଥର ବିଭିନ୍ନ ପ୍ରାକୃତିକ ବିପର୍ଯ୍ୟୟ ପାଇଁ ଫସଲ ନଷ୍ଟ ହୋଇ ଅନେକ କ୍ଷତି ସହିଲା ପରେ ମଧ୍ୟ ହାର ମାନି ନାହାନ୍ତି ଯୋଗେଶ୍ୱର । ନିଜର ଭବିଷ୍ୟତ ଆଉ ପରିବାର ର ପ୍ରତି ପୋଷଣ ପାଇଁ ଅର୍ଥର ଆବଶ୍ୟକ କୁ ଆଖି ଆଗରେ ରଖି ଚାଷ କରି ଅଧିକ ରୁ ଅଧିକ ରୋଜଗାର କରିବା ପାଇଁ କେନ୍ଦୁଭଟା ସ୍ଥିତ ଦେବଦତ୍ତ କ୍ଳବ୍ ମାଧ୍ୟମରେ ନାବାର୍ଡ ଏଫ୍.ଏସ.ପି.ଏଫ୍ କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ପ୍ରକାର ଜ୍ଞାନ କୌଶଳ ବିଷୟରେ ଜାଣିବା ପରେ ଉନ୍ନତି ପ୍ରଣାଳୀରେ ଚାଷ ପ୍ରତି ଆହୁରି ଆଗ୍ରହ ଜମିଥିଲା । ପରେ ନିଜର ଉଦ୍ୟମ ବଳରେ ସେ ନିଜ କ୍ଷେତରେ ୫ ଏକର ବିଶିଷ୍ଟ ଚାଷ ଜମିରେ ବିଭିନ୍ନ ପନିପରିବା ବାଇଗଣ,କୋବି,ଲଙ୍କା,ଟମାଟୋ,ପୋଟଳ,ପିଆଜ,ତରଭୁଜ, ଗେଣ୍ଡୁଫୁଲ,ମାଣ୍ଡିଆ ଓ ଧାନ ଆଦି ଚାଷ କରି ଏବେ ସେ ବହୁ ଆନନ୍ଦ ପାଆନ୍ତି । ଏହି ଚାଷ କରି ତାଙ୍କ ଅଞ୍ଚଳର ରେ ଲୋକ ମାନଙ୍କର ଅତ୍ୟାବଶ୍ୟକତା କୁ ମଧ୍ୟ ପୁରଣ କରିବା ସହ ଅନ୍ୟମାନଙ୍କୁ ପ୍ରେରଣା ଯେଗାନ୍ତି । । ତାଙ୍କ ପାଖରେ ପ୍ରାୟ ୧୫ ଜଣ ବ୍ୟକ୍ତି ଦୈନଦିନ କାର୍ଯ୍ୟକରି ନିଜର ପରିବାର ପ୍ରତିପୋଷଣ କରନ୍ତି । ବିଭିନ୍ନ ଫସଲ ଚାଷ ପାଇଁ ବର୍ଷକୁ ୮ ଲକ୍ଷ ଟଙ୍କା ଖର୍ଚ୍ଚ ରହିଥିଲେ ମଧ୍ୟ ମାସିକ ୧ ଲକ୍ଷ ରୁ ଅଧିକ ଟଙ୍କା ରୋଜଗାର କରନ୍ତି । ଏହି ଚାଷ ପାଇଁ ସେ ଯେତିକ ଅର୍ଥ ବ୍ୟୟକରୁଛନ୍ତି ।

ବରଗଡ଼: ସଫଳ ଚାଷୀ ଯୋଗେଶ୍ୱର , ନାବାର୍ଡ ସହାୟତାରେ ପନିପରିବା ଚାଷ କରି ହୋଇଛନ୍ତି ଲାଭବାନ – ସମୀକ୍ଷା
ବରଗଡ଼: ସଫଳ ଚାଷୀ ଯୋଗେଶ୍ୱର , ନାବାର୍ଡ ସହାୟତାରେ ପନିପରିବା ଚାଷ କରି ହୋଇଛନ୍ତି ଲାଭବାନ – ସମୀକ୍ଷା

ସେଥିରୁ ସେ ଭଲ ଅର୍ଥ ଲାଭ କରିପାରୁଛନ୍ତି ବୋଲି ପ୍ରକାଶ କରନ୍ତି । ଶେଷରେ ପିଲାଟି ବେଳରୁ ଚାଷ କରି କାର ଚଢ଼ିବାର ସ୍ବପ୍ନ ଦେଖିଥିବା ଯୋଗେଶ୍ୱର ନିଜ ଚାଷ ଜମିରୁ ରୋଜଗାର କରିଥିବା ଟଙ୍କାରୁ ଏକ ନୂଆ ଵଲେନୋ କାର ମଧ୍ୟ କିଣିଛନ୍ତି। ତେବେ ବର୍ତ୍ତମାନ ସମୟରେ ବିଭିନ୍ନ ଫସଲରେ ବହୁ ପରିମାଣରେ ବିଶାକ୍ତ କୀଟନାଶକ ପ୍ରୟୋଗ କରି ଅଧିକ ଆମଦାନୀ କରୁଥିବା ବେଳେ ସେ ନିଜେ ନିଜର ବୁଦ୍ଧିରେ ଆବଶ୍ୟକୀୟ ପରିମାଣରେ କମ୍ପୋଷ୍ଟ ଖତ,ସାର ପ୍ରୟୋଗ କରି ବେଶ ଅଧିକ ସଫଳ ପାଇପାରୁଥିବାର ପ୍ରକାଶ କରନ୍ତି । ବିନା କୀଟନାଶକ ରେ ଉକ୍ତ ଫସଲ ଆମଦାନୀ ହେଉଥିବାରୁ ଏହାର ଚାହିଦା ବଜାରରେ ବେଶ୍ ଅଧିକ ତେଣୁ ତାଙ୍କ ପରିବା ଭୁବନେଶ୍ୱର,କଟକ,ବ୍ରହ୍ମପୁର,ପାରାଦୀପ ଭଳି ରାଜ୍ୟର ବିଭିନ୍ନ ସହରକୁ ଯାଇଥାଏ । ତେବେ ତାଙ୍କର ଚାଷକୁ ଦେଖି ଆଖ ପାଖ ଅଞ୍ଚଳର ଅନେକ ଚାଷୀ ଅନୁକରଣ କରି ପନିପରିବା ଚାଷ କରି ଲଭାନ୍ମିତ ହେଉଥିବାର ମତ ପ୍ରକାଶ କରନ୍ତି । ଆହୁରି ମଧ୍ୟ ସେ କହନ୍ତି ଚାଷ ପାଇଁ ଅଧିକ ଅର୍ଥର ଆବଶ୍ୟକତା ନାହିଁ ଜମିକୁ ଉପଯୁକ୍ତ ଭାବେ ହଳକରି ସେଥିରେ ନିଜ ଅଞ୍ଚଳରେ ମିଳୁଥିବା କମ୍ପୋଷ୍ଟ ଖତକୁ ପକାଇ ବିଶୋଧିତ ବିହନ ବୁଣିବା ସହ ଉପଯୁକ୍ତ ସମୟରେ ଜଳ ସେଚନ କଲେ ଭଲ ଫସଲ ଅମଳ ହୋଇଥାଏ । ଆମେ ମାନେ ଧାନଫସଲ ପାଇଁ ଯେତେ ପରିଶ୍ରମ କରି ଖର୍ଚ୍ଚ କରିବାକୁ ପଡ଼େ ତାହା ଠାରୁ କମ ପରିଶ୍ରମ ଓ ଖର୍ଚ୍ଚରେ ଏହି ଫସଲ ଉପ୍ତାଦିତ ହୋଇଥାଏ । ଏହା ଦ୍ୱାରା ଦୈନ ଦିନ ଆବଶ୍ୟକ ପଡ଼ୁଥିବା ପରିବା ପତ୍ର ଉପ୍ତାଦନ କରି ନିଜେ ଓ ଉକ୍ତ ଅଞ୍ଚଳର ଲୋକମାନେ ଉପକୃତ ହୋଇଥାନ୍ତି । ବର୍ତ୍ତମାନ ଯେପରି ପନିପରିବା ଦର ଦିନକୁ ଦିନ ଆକାଶ ଛୁଆଁ ହେଉଛି ଏଥିରୁ ତ୍ରାହି ପାଇବା ପାଇଁ ଚାଷୀ ମାନେ ନିଜ ନିଜର କ୍ଷେତରେ ପନିପରିବା ସହ ଫଳ, ମାଛ ଚାଷ କରି ନିଜେ ସ୍ୱାବଲମ୍ବୀ ହେବା ଏକାନ୍ତ ଜରୁରୀ ହୋଇଛି । ଶିକ୍ଷା ଲାଭକରି ବେକାରୀ ସମସ୍ୟା ବୃଦ୍ଧି, ଦରଦାମ ଆକାଶ ଛୁଆଁ ହୋଇଥିବାରୁ ଆଗ୍ରହୀ ବ୍ୟକ୍ତି ବିଶେଷ ମାନେ ନିଜ ନିଜ ବାଡ଼ିରେ ଚାଷ କରି ନିଜେ ସୁଖରେ ବଞ୍ଚିବା ସହ ସ୍ୱାବଲମ୍ବୀ ହେବାପାଇଁ ସେ ଅନ୍ୟମାନଙ୍କୁ ଆହ୍ୱାନ ଦିଅନ୍ତି । ଚାଷ କାମରେ ନିଜ ବାପା,ମା ଓ ବଡ଼ ଭାଇ ହରିଶ୍ଚନ୍ଦ୍ର ପୂର୍ଣ୍ଣ ମାତ୍ରା ରେ ସହଯୋଗ କରୁଥିବା ବେଳେ ନିଜର ସଫଳତା ପାଇଁ ସେ ଦେବଦତ୍ତ କ୍ଳବ୍ ଓ ନାବାର୍ଡ କୁ କୃତଜ୍ଞତା ଜ୍ଞାପନ କରନ୍ତି ।

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ପ୍ରାକ୍ତନ ପ୍ରମୁଖ ଶ୍ରମ ଅଧିକାରୀ ବିଦ୍ୟାଧର ତ୍ରିପାଠୀଙ୍କ ବିୟୋଗ