ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ସମସ୍ତ ମୌଳିକ ସୁବିଧା ରୁ ବଞ୍ଚିତ ଅସହାୟ ଚୈତନ୍ୟ ମୁଣ୍ଡା,ସମସ୍ୟାର ସମାଧାନ ପାଇଁ ପହଞ୍ଚିଲେ ପାଟଣା ବିଧାୟକ ଙ୍କ ପ୍ରତିନିଧି

ସମସ୍ତ ମୌଳିକ ସୁବିଧା ରୁ ବଞ୍ଚିତ ଅସହାୟ ଚୈତନ୍ୟ ମୁଣ୍ଡା,ସମସ୍ୟାର ସମାଧାନ ପାଇଁ ପହଞ୍ଚିଲେ ପାଟଣା ବିଧାୟକ ଙ୍କ ପ୍ରତିନିଧି – ସମୀକ୍ଷା ଖବର

ନିରଞ୍ଜନ ପାଣି/ଜିଲ୍ଲା ପ୍ରତିନିଧି /କେନ୍ଦୁଝର/ସମୀକ୍ଷା ନିୟୁଜ:

ଚମ୍ପୁଆ -୦୯/୦୯, ଚମ୍ପୁଆ ବ୍ଲକ ସଡ଼ଙ୍ଗୀ ପଞ୍ଚାୟତ ଅନ୍ତର୍ଗତ ଖୁଣ୍ଟାପଡ଼ା ଗ୍ରାମy ରୁଗୁଡ଼ିସାହି ରେ ରୁହନ୍ତି ଚୈତନ୍ୟ ମୁଣ୍ଡା (୬୫) l ଅନେକ ବର୍ଷ ହେଲା ତାଙ୍କ ପିତା ଟସେ ମୁଣ୍ଡା ପରଲୋକ ଗମନ କରିଛନ୍ତି l ଚୈତନ୍ୟ ଅବିବାହିତ l ତା ‘ର ସାହା ଭରସା କେହି ନାହିଁ l ଚୈତନ୍ୟ ର ନା ଅଛି ବାସଗୃହ, ନା ଅଛି ଆଧାର କାର୍ଡ l
ଏପରିକି ଖାଦ୍ୟ ସୁରକ୍ଷା ଯୋଜନାରେ ରାସନ କାର୍ଡ ମଧ୍ୟ ପାଇ ପାରୁନାହାନ୍ତି l
ବୟସ ୬୫ ରୁ ଉର୍ଦ୍ଧ ହେଲେ ମଧ୍ୟ ବାର୍ଦ୍ଧକ୍ୟ ଭତ୍ତା ଏ ପ୍ରଯ୍ୟନ୍ତ ପାଇ ପାରି ନାହାଁନ୍ତି l ଶାରୀରିକ ପରିଶ୍ରମ କରି ପାରୁ ନ ଥିବାରୁ ଗ୍ରାମରେ ଏଠି ସେଠି ମାଗି ଯାଚି ଚଳୁଥିବା ଦେଖାଯାଇଛି l ଅସହାୟ ଚୈତନ୍ୟ ମୁଣ୍ଡା ର ଦୁର୍ଦଶା କଥା ଅବଗତ ହେବା ପରେ ବୁଧବାର ପୂର୍ବlହ୍ନରେ ପାଟଣା ବିଧାୟକଙ୍କ ଚମ୍ପୁଆ ବ୍ଲକ ପ୍ରତିନିଧି ସମାଜସେବୀ ଭାବଗ୍ରାହୀ ମହାନ୍ତ ଖୁଣ୍ଟାପଡ଼ା ଗ୍ରାମକୁ

ସମସ୍ତ ମୌଳିକ ସୁବିଧା ରୁ ବଞ୍ଚିତ ଅସହାୟ ଚୈତନ୍ୟ ମୁଣ୍ଡା,ସମସ୍ୟାର ସମାଧାନ ପାଇଁ ପହଞ୍ଚିଲେ ପାଟଣା ବିଧାୟକ ଙ୍କ ପ୍ରତିନିଧି – ସମୀକ୍ଷା


ଯାଇ ସ୍ଥିତି ପରଖି ଚୈତନ୍ୟ କୁ ଭେଟି ଅଶ୍ଵlସନା ଦେଇ ଆର୍ଥିକl ସହାୟତା ର ହାତ ବଢ଼ାଇଛନ୍ତି l ଚୈତନ୍ୟ ର ମୌଳିକ ସମସ୍ୟାର ସମାଧାନ ପାଇଁ ଚମ୍ପୁଆ ଗୋଷ୍ଟୀ ଉନ୍ନୟନ ଅଧିକାରୀ ସ୍ମୃତି ରଞ୍ଜନ ସାହୁ, ଡେପୁଟି ସବକଲେକ୍ଟର ଚନ୍ଦନ ମଣ୍ଡଳ ଓ ତହସିଲଦାର ସତ୍ୟବ୍ରତ ସାହୁ ଏବଂl ସଡ଼ଙ୍ଗୀ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ ଲୋକନାଥନାଏକଙ୍କୁ ଚୈତନ୍ୟ ବାବଦରେ ଅବଗତ କରାଇଛନ୍ତି ଓ ଖୁବ ଶୀଘ୍ର ତା ‘ ସମସ୍ୟାର ସମାଧାନ ପାଇଁ ପ୍ରତିଶୃତି ଦେଇଥିବା ଜଣାଯାଇଛି l
ଆଜିର କାର୍ଯ୍ୟକ୍ରମରେ ବିଜେପି କାର୍ଯ୍ୟକର୍ତ୍ତା ବୃଷଭ ମହାନ୍ତ, ଅଚ୍ୟୁତନନ୍ଦ କର,ଜ୍ୟୋତିପୁର ମଣ୍ଡଳ ଯୁବ ମୋର୍ଚ୍ଚା ସାଧାରଣ ସମ୍ପାଦକ ରୋହିତ କୁମାର ସାହୁ, ପଞ୍ଚାୟତ ପ୍ରମୁଖ ବାବୁଲୁ ନାଏକ, ସୁରେନ୍ଦ୍ର ମହାନ୍ତ, ସୁନୀଲ ମହାନ୍ତ ପ୍ରମୁଖ ସାମିଲ ଥିଲେ l ଅସହାୟ ଚୈତନ୍ୟ ମୁଣ୍ଡା ଙ୍କ ପ୍ରତି ଏତାଦୃଶ ସହାୟତା ପାଇଁ ବିଧାୟକ ପ୍ରତିନିଧି ଭାବଗ୍ରାହୀ ମହାନ୍ତ ଙ୍କୁ ଖୁଣ୍ଟାପଡ଼ା ଗ୍ରାମବାସୀଙ୍କ ତରଫରୁ କୃତଜ୍ଞତା ଜ୍ଞାପନ କରାଯାଇଛି l

ସମସ୍ତ ମୌଳିକ ସୁବିଧା ରୁ ବଞ୍ଚିତ ଅସହାୟ ଚୈତନ୍ୟ ମୁଣ୍ଡା,ସମସ୍ୟାର ସମାଧାନ ପାଇଁ ପହଞ୍ଚିଲେ ପାଟଣା ବିଧାୟକ ଙ୍କ ପ୍ରତିନିଧି – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର କେନ୍ଦୁଝର:ହାଣ୍ଡିଭଙ୍ଗା ଗ୍ରାମରେ ସଖୀ ଓନ୍ ଷ୍ଟପ୍ ସେଣ୍ଟରର ସଚେତନତା କାର୍ଯ୍ୟକ୍ରମ