ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

JTOA ନିର୍ବାଚନକୁ ନେଇ ନୂତନ ଦଳର ପ୍ରସ୍ତୁତି ବୈଠକ,ଗାଡ଼ି ମାଲିକଙ୍କ ସମସ୍ୟା ସମାଧାନ ପାଇଁ ନିର୍ବାଚନ ମଇଦାନରେ ରଞ୍ଜିତ ମହାକୁଡ଼

JTOA ନିର୍ବାଚନକୁ ନେଇ ନୂତନ ଦଳର ପ୍ରସ୍ତୁତି ବୈଠକ,ଗାଡ଼ି ମାଲିକଙ୍କ ସମସ୍ୟା ସମାଧାନ ପାଇଁ ନିର୍ବାଚନ ମଇଦାନରେ ରଞ୍ଜିତ ମହାକୁଡ଼ – ସମୀକ୍ଷା ଖବର

ଟଙ୍କଧର ପାତ୍ର/ ଯୋଡ଼ା/ ସମୀକ୍ଷା ନ୍ୟୁଜ :

କେନ୍ଦୁଝର ଜିଲ୍ଲା ଏକ ଖଣିବହୁଳ ଅଞ୍ଚଳ ହୋଇଥିବାରୁ ଜିଲ୍ଲାର ଅନେକ ଲୋକ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଖଣି ଶିଳ୍ପ ଉପରେ ନିର୍ଭରଶୀଳ। ବିଶେଷକରି ଯୋଡ଼ା–ବଡ଼ବିଲ ଅଞ୍ଚଳରେ ଅନେକ ଗାଡ଼ି ମାଲିକ ଭାରୀଯାନ ଟ୍ରକ୍ କିଣି ଏହା ମାଧ୍ୟମରେ ନିଜ ପରିବାରର ଜୀବିକା ନିର୍ବାହ କରୁଛନ୍ତି। ତେବେ ଦିନକୁ ଦିନ ଗାଡ଼ି ମାଲିକମାନେ ନିଜ ଗାଡ଼ି ଲୋଡ୍ କରିବା ସହ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହେଉଛି। ଗାଡ଼ି ମାଲିକମାନଙ୍କ ଏହି ସମସ୍ୟାର ସମାଧାନ ଓ ସେମାନଙ୍କ ସ୍ୱାର୍ଥର ସୁରକ୍ଷାକୁ ନେଇ ଆଗାମୀ ଦିନରେ ଯୋଡ଼ା ଟ୍ରକ୍ ମାଲିକ ସଂଘ (JTOA)ର ନିର୍ବାଚନ ହେବାକୁ ଯାଉଛି।

JTOA ନିର୍ବାଚନକୁ ନେଇ ନୂତନ ଦଳର ପ୍ରସ୍ତୁତି ବୈଠକ,ଗାଡ଼ି ମାଲିକଙ୍କ ସମସ୍ୟା ସମାଧାନ ପାଇଁ ନିର୍ବାଚନ ମଇଦାନରେ ରଞ୍ଜିତ ମହାକୁଡ଼ – ସମୀକ୍ଷା

ଏହି ନିର୍ବାଚନକୁ ନେଇ ଯୋଡ଼ା ଅଞ୍ଚଳରେ ରାଜନୈତିକ ଓ ସଂଗଠନାତ୍ମକ ଚଞ୍ଚଳତା ବଢ଼ିଛି। ଏହି କ୍ରମରେ ଗାଡ଼ି ମାଲିକମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିବା ଜଣାପଡ଼ିଛି। ଯୋଡ଼ା ଅଞ୍ଚଳର ପରିଚିତ ବ୍ୟକ୍ତି ରଞ୍ଜିତ ମହାକୁଡ଼ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଗାଡ଼ି ମାଲିକମାନଙ୍କ ବିଭିନ୍ନ ସମସ୍ୟା, ଗାଡ଼ି ଲୋଡିଂରେ ହେଉଥିବା ଅସୁବିଧା ଏବଂ ସଂଘର ଆଗାମୀ ନିର୍ବାଚନ ସମ୍ପର୍କରେ ଆଲୋଚନା ହୋଇଥିବା କୁହାଯାଉଛି। ବୈଠକରେ ରଞ୍ଜିତ ମହାକୁଡ଼ ଗାଡ଼ି ମାଲିକମାନଙ୍କ ସମସ୍ୟାକୁ ପ୍ରାଥମିକତା ଦେଇ ଏକ ନୂତନ ଦଳ ଗଠନ କରି ଆଗାମୀ JTOA ନିର୍ବାଚନ ଲଢ଼ିବା ନେଇ ନିଜ ମତ ପ୍ରକାଶ କରିଥିବା ଜଣାପଡ଼ିଛି। ନୂତନ ଦଳ ନିର୍ବାଚିତ ହେଲେ ଗାଡ଼ି ମାଲିକମାନଙ୍କ ସମସ୍ୟାର ସମାଧାନ, ସେମାନଙ୍କ ଅଧିକାର ଓ ସ୍ୱାର୍ଥର ସୁରକ୍ଷା ପାଇଁ କାର୍ଯ୍ୟ କରାଯିବ ବୋଲି ବୈଠକରେ ଆଲୋଚନା ହୋଇଥିବା କୁହାଯାଇଛି।

JTOA ନିର୍ବାଚନକୁ ନେଇ ନୂତନ ଦଳର ପ୍ରସ୍ତୁତି ବୈଠକ,ଗାଡ଼ି ମାଲିକଙ୍କ ସମସ୍ୟା ସମାଧାନ ପାଇଁ ନିର୍ବାଚନ ମଇଦାନରେ ରଞ୍ଜିତ ମହାକୁଡ଼ – ସମୀକ୍ଷା

ଅନ୍ୟପକ୍ଷରେ, ପୂର୍ବରୁ ସଂଘରେ ନିର୍ବାଚିତ ହୋଇଥିବା କିଛି ସଦସ୍ୟ ଗାଡ଼ି ମାଲିକମାନଙ୍କ ସମସ୍ୟାକୁ ଆଶାନୁରୂପ ଗୁରୁତ୍ୱ ଦେଇନଥିବା ନେଇ ବୈଠକରେ ଅସନ୍ତୋଷ ପ୍ରକାଶ ପାଇଥିବା ଦାବି କରାଯାଇଛି। ଆଗାମୀ JTOA ନିର୍ବାଚନକୁ ଆଉ କିଛି ଦିନ ବାକି ଥିବା ବେଳେ ନୂତନ ଦଳର ଏହି ପ୍ରସ୍ତୁତି ବୈଠକକୁ ନେଇ ଯୋଡ଼ା ଅଞ୍ଚଳର ଗାଡ଼ି ମାଲିକଙ୍କ ମଧ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି। ଆଗାମୀ ନିର୍ବାଚନରେ କେଉଁ ଦଳ କେତେ ରଣନୀତି ଆପଣାଇବ ଏବଂ ଗାଡ଼ି ମାଲିକମାନଙ୍କ ସମର୍ଥନ କାହା ସପକ୍ଷରେ ଯିବ, ତାହା ଉପରେ ସମସ୍ତଙ୍କ ନଜର ରହିଛି। ଶେଷରେ,JTOAର ଆଗାମୀ ନିର୍ବାଚନରେ ନୂତନ ଦଳ କେତେ ପ୍ରଭାବ ପକାଇବ ଏବଂ ଗାଡ଼ି ମାଲିକମାନଙ୍କ ଆସ୍ଥା ଜିତିପାରିବ କି ନାହିଁ, ତାହା ନିର୍ବାଚନ ଫଳାଫଳ ପରେ ହିଁ ସ୍ପଷ୍ଟ ହେବ।

JTOA ନିର୍ବାଚନକୁ ନେଇ ନୂତନ ଦଳର ପ୍ରସ୍ତୁତି ବୈଠକ,ଗାଡ଼ି ମାଲିକଙ୍କ ସମସ୍ୟା ସମାଧାନ ପାଇଁ ନିର୍ବାଚନ ମଇଦାନରେ ରଞ୍ଜିତ ମହାକୁଡ଼ – ସମୀକ୍ଷା

ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଅବ୍ୟବସ୍ଥା ଘେରରେ ଖୋର୍ଦ୍ଧା ଗୋପବନ୍ଧୁ ଜିଲ୍ଲା ଚିକିତ୍ସାଳୟ