ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ପାଇଖାନା ଟାଙ୍କି ନେଲା ୩ ଜୀବନ:ପଦ୍ମପୁରରେ ଶ୍ୱାସରୁଦ୍ଧ ହୋଇ ୩ ମୃତ

ପାଇଖାନା ଟାଙ୍କି ନେଲା ୩ ଜୀବନ:ପଦ୍ମପୁରରେ ଶ୍ୱାସରୁଦ୍ଧ ହୋଇ ୩ ମୃତ – ସମୀକ୍ଷା ଖବର

ରାୟଗଡ଼ା ଜିଲ୍ଲା ପଦ୍ମପୁର ଥାନା ଅନ୍ତର୍ଗତ ଗୁଲୁଗୁଡ଼ା ପଞ୍ଚାୟତର ତାରପାଗୁଡ଼ା ଗାଁରେ ଘଟିଛି ଅଘଟଣ ।
ନୂଆ କରି ତିଆରି ହୋଇଥିବା ପାଇଖାନା ଟାଙ୍କିର ସେଣ୍ଟ୍ରିଙ୍ଗ ବାହାର କରିବା ବେଳେ ଶ୍ୱାସରୁଦ୍ଧ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣା ପଡିଛି ।ସୂଚନା ଅନୁସାରେ, ବିଶ୍ୱନାଥ ବାରିକଙ୍କ ନବ ନିର୍ମିତ ପାଇଖାନା ଟାଙ୍କି ସଫା କରିବା ଏବଂ ସେଣ୍ଟ୍ରିଙ୍ଗ ବାହାର କରିବା ପାଇଁ ଜଣଙ୍କ ପରେ ଜଣେ ଟାଙ୍କି ଭିତରକୁ ଓହ୍ଲାଇଥିଲେ ।ହେଲେ ଟାଙ୍କି ଭିତରେ ଅମ୍ଳଜାନର ଅଭାବ ଯୋଗୁଁ ସେମାନେ ଶ୍ୱାସରୁଦ୍ଧ ହୋଇଥିବା ଜଣାପଡ଼ିଛି । ମୃତକମାନେ ହେଲେ ପଦ୍ମପୁର ବ୍ଲକ ଜୀବଜଗତପୁର ଗାଁର ହରିଶ୍ଚନ୍ଦ୍ର ବୀର, ଆଲୋକ କରଡ଼ା ଏବଂ ପ୍ରକାଶ ଲିମା । ମୃତକଙ୍କ ମଧ୍ୟରେ ଜଣେ ମିସ୍ତ୍ରୀ ଥିବା ଜଣାପଡ଼ିଛି ।

ପାଇଖାନା ଟାଙ୍କି ନେଲା ୩ ଜୀବନ:ପଦ୍ମପୁରରେ ଶ୍ୱାସରୁଦ୍ଧ ହୋଇ ୩ ମୃତ – ସମୀକ୍ଷା


ଘଟଣା ପରେ ପଦ୍ମପୁର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଟାଙ୍କି ଭିତରୁ ତିନି ଜଣଙ୍କୁ ଉଦ୍ଧାର କରିଥିଲା । ସେମାନଙ୍କୁ ତୁରନ୍ତ ପଦ୍ମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା । ହେଲେ ସେଠାରେ ଡାକ୍ତର ସମସ୍ତଙ୍କୁ ମୃତ ଘୋଷଣା କରିଥିଲେ । ଅନ୍ୟପଟେ, ଏହି ଅଘଟଣ କିଭଳି ଘଟିଲା, ଟାଙ୍କି ଭିତରେ କେଉଁ ପରିସ୍ଥିତିରେ ତିନି ଜଣ ଓହ୍ଲାଇଥିଲେ, ସେନେଇ ତଦନ୍ତ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ପଦ୍ମପୁର ଥାନା ପୋଲିସ ପକ୍ଷରୁ କୁହାଯାଇଛି । ମୃତକ ଙ୍କ ଶବ ବ୍ୟବଛେଦ ଯଥା ଶୀଘ୍ର କରିବା ପାଇଁ ପ୍ରଶାସନ ପକ୍ଷରୁ ପୋଲିସ ଓ ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଥିବା ଜଣା ପଡିଛି.

ପାଇଖାନା ଟାଙ୍କି ନେଲା ୩ ଜୀବନ:ପଦ୍ମପୁରରେ ଶ୍ୱାସରୁଦ୍ଧ ହୋଇ ୩ ମୃତ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଲଘୁଚାପ ଜନିତ ଲଗାଣ ବର୍ଷା ରେ ବୁଡ଼ିଲା ପୋଲ ମାଲକାନଗିରି ଜିଲ୍ଲା ଠାରୁ ମୋଟୁ. କାଲିମେଳା ଠାରୁ ପଡିଆ ବ୍ଲକ ବିଛିନ୍ନ