ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ପାରାଦୀପର ପ୍ରସିଦ୍ଧ ବିଶ୍ୱକର୍ମା ପୂଜା

ପାରାଦୀପର ପ୍ରସିଦ୍ଧ ବିଶ୍ୱକର୍ମା ପୂଜା – ସମୀକ୍ଷା ଖବର

ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନିଉଜ:

ପାରାଦୀପ ର ପ୍ରସିଦ୍ଧ ବିଶ୍ୱକର୍ମା ପୂଜା ପାଇଁ ପ୍ରସ୍ତୁତି ଏବେ ଚୁଡାନ୍ତ ପର୍ଯ୍ୟାୟରେ। ସୁନ୍ଦର ସୁନ୍ଦର ତୋରଣ ଏବଂ ଆଲୋକ ମାଳାରେ ଝଲସୁଛି ବନ୍ଦର ନଗରୀ। ଏହା ୭ ଦିନ ଧରି ଅନୁଷ୍ଠିତ ହେବ। ଏ ନେଇ ପଡୋଶୀ ଜିଲ୍ଳା ସମେତ ରାଜ୍ୟ ବାହାରୁ ବ୍ୟବସାୟୀ ମାନେ ପହଁଚି ନିଜର ପସରା ମେଲାଇବା ଆରମ୍ଭ କଲେଣି।

ପାରାଦୀପର ପ୍ରସିଦ୍ଧ ବିଶ୍ୱକର୍ମା ପୂଜା – ସମୀକ୍ଷା

ଅଧିକା ଜନ ସମାଗମ କୁ ଲକ୍ଷ୍ୟ କରି ପ୍ରଶାସନ ତରଫରୁ ୧୫ ପ୍ଲାଟୁନ୍ ପୁଲିସ ସହ ୬୦ ଅଫିସର ଓ ୧୫୦ କନେଷ୍ଟବଳ ନିୟୋଜିତ ହେବା ନେଇ ପୁଲିସ ପକ୍ଷରୁ ସୂଚନା ମିଳିଛି। ଚୋରି ରାହାଜାନି ଏବଂ ଅନ୍ୟ କୌଣସି ଅପ୍ରୀତିକର ପିସ୍ଥିତି ପାଇଁ ପୁଲିସ ସଜାଗ ଅଛି ବୋଲି ଏ. ଏସ. ପି. ଆଜୀଙ୍କ୍ୟା ମାନେ ସୂଚନା ଦେଇଛନ୍ତି। ତେବେ ଚଳିତ ବର୍ଷ ପୂଜା ପାଇଁ ମ୍ୟୁନିସପାଲିଟି ପକ୍ଷରୁ ସମସ୍ତ ପ୍ରକାର ଆୟଜନ ଯଥା ପାଣି, ସଫେଇ, ଆଲୋକ ଏବଂ ସୂଚନା କେନ୍ଦ୍ର ଦ୍ୱାରା ଶ୍ରଦ୍ଧାଳୁଙ୍କର ଅବଗତି ନିମନ୍ତେ ବିବରଣୀ ପ୍ରଦାନ କରାଯିବା ପାଇଁ ଅଧ୍ୟକ୍ଷ ବସନ୍ତ କୁମାର ବିଶ୍ୱାଳ ସୂଚନା ଦେଇଛନ୍ତି।

ପାରାଦୀପର ପ୍ରସିଦ୍ଧ ବିଶ୍ୱକର୍ମା ପୂଜା – ସମୀକ୍ଷା



ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଘରେ ଶୋଇଥିବା ବେଳେ ସାପ କାମୁଡ଼ାରେ ମୃତ୍ୟୁ