ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଡେଲାଙ୍ଗ:ଲଗାଣ ବର୍ଷାରେ ବିଦ୍ୟାଳୟ ର ପ୍ରାଚୀର ଭୁଶୁଡିଲା

ଡେଲାଙ୍ଗ:ଲଗାଣ ବର୍ଷାରେ ବିଦ୍ୟାଳୟ ର ପ୍ରାଚୀର ଭୁଶୁଡିଲା – ସମୀକ୍ଷା ଖବର


ବିଜୟ କୁମାର ମହାପାତ୍ର / ସମୀକ୍ଷା ନିୟୁଜ/ ପିପିଲି:

ଡେଲାଙ୍ଗ, ତା୧୫।୯(ପିଏନଏସ)ଲଘୁଚାପ ଜନିତ ଲଗାଣ ବର୍ଷାରେ ଡେଲାଙ୍ଗ ବ୍ଲକ ଜେନାପୁର ପଂଚାୟତ ଅର୍ନ୍ତଗତ ପାଇକସାହି ଠାରେ ଥିବା ସରକାରୀ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟର ପ୍ରାଚୀର ଭୁସୁଡି ପଡିଛି । ଛୁଟି ଦିନ ହୋଇଥିବାରୁ ବଡ ଅଘଟଣରୁ ଛତ୍ରଛାତ୍ରୀ ବର୍ତି ଯାଇଥିବା ଗ୍ରାମବାସୀ କହିଛନ୍ତି । ତେବେ ମିଳିଥିବା ସୁଚନାନୁଯାଇ ଲଗାଣ ବର୍ଷା ପାଇଁ ବିଦ୍ୟାଳୟ ପରିସରରେ ବର୍ଷା ଲହଡା ମାରି ଜମି ରହିଛି ।

ଡେଲାଙ୍ଗ:ଲଗାଣ ବର୍ଷାରେ ବିଦ୍ୟାଳୟ ର ପ୍ରାଚୀର ଭୁଶୁଡିଲା – ସମୀକ୍ଷା

ବିଦ୍ୟାଳୟର ଉତର ପାଶ୍ୱର୍ରେ ତଥା ଡେଲାଙ୍ଗ ରାସ୍ତା ପାର୍ଶ୍ଵକୁ ସଲଗ୍ନ ପ୍ରାଚୀରଟି ପାଣି ପଶି ଦୃର୍ବଳ ହୋଇ ରହିଥିବା ବେଳେ ମଙ୍ଗଳବାର ଅପରାହ୍ନରେ ଓଲଟି ପଡିଛି । ଯଥାଶିଘ୍ର ବିଦ୍ୟାଳୟର ପ୍ରାଚୀର ନିର୍ମାଣ ପାଇଁ ଦାବୀ ଜୋର ଧରିଛି । ଏଥିପ୍ରତି ଶିକ୍ଷା ବିଭାଗ ତପ୍ତରତାର ସହ ବିଦ୍ୟାଳୟର ପ୍ରାଚୀର ନିର୍ମାଣ କରି ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ଵ ଦେବାକୁ ବିଦ୍ୟାଳୟ ପରିଚାଳନା କମିଟି ପକ୍ଷରୁ ଦାବୀ କରାଯାଇଛି ।ଅନ୍ୟ ପଟେ ବିଗତ ୫ ବର୍ଷ ପୂର୍ବେ ନିର୍ମାଣ ସମୟରେ ପ୍ରାଚୀରରେ ପିଲାର ଦିଆ ଯାଇଥିଲେ ସରକାରୀ ଅର୍ଥ ପାଣିରେ ପଡି ନଥାନ୍ତା ବୋଲି ବୁଦ୍ଧିଜୀବୀ ମାନେ ମତବ୍ୟକ୍ତ କରିଛନ୍ତି । ପିଲାମାନଙ୍କ ସୁରକ୍ଷା ଦୃଷ୍ଟିଟିକୁ ନେଇ ଯୁବ ନେତା ମନୋରଞ୍ଜନ ବରାଳ ଏନେଇ ବିଧାୟକଙ୍କ ଦୃଷ୍ଟି ଆକର୍ଷଣ କରି ତୁରନ୍ତ ପ୍ରାଚୀର ନିର୍ମାଣ ପାଇଁ ଦାବି କରିଛନ୍ତି ।

ଡେଲାଙ୍ଗ:ଲଗାଣ ବର୍ଷାରେ ବିଦ୍ୟାଳୟ ର ପ୍ରାଚୀର ଭୁଶୁଡିଲା – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଝାରପଡା ଗ୍ରାମ୍ୟରାସ୍ତା ଅବସ୍ଥା ଶୋଚନୀୟ ; ଶୁଣିଲାନି ପ୍ରଶାସନ ଅଂଟା ଭିଡିଲେ ଗ୍ରାମ ଯୁବକ