ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଡେଲାଙ୍ଗ:ପୋଖରୀ ପାଣିରେ ପଡି ବୃଦ୍ଧଙ୍କ ମୃତ୍ୟୁ

ଡେଲାଙ୍ଗ:ପୋଖରୀ ପାଣିରେ ପଡି ବୃଦ୍ଧଙ୍କ ମୃତ୍ୟୁ – ସମୀକ୍ଷା ଖବର


ବିଜୟ କୁମାର ମହାପାତ୍ର / ସମୀକ୍ଷା ନିୟୁଜ/ ପିପିଲି:

ଡେଲାଙ୍ଗ,ତା୧୭।୯ ଡେଲାଙ୍ଗ ଥାନା ଅନ୍ତର୍ଗତ ଅରିଶଲ ପଡା କଁଅରସାହିରେ ଏକ ଅଭାନୀୟ ଘଟଣା ଘଟିଛି। ଜଣେ ବୃଦ୍ଧ ଶୌଚ ହେବାକୁ ବୁଧବାର ସନ୍ଧ୍ୟାରେ ପୋଖରୀ କୁ ଯାଇ ଆଉ ଘରକୁ ଫେରି ନଥିଲେ। ବିଳମ୍ବ ହେବାରୁ ପାଣିରେ ପଡି ଯାଇଥିବା ସନ୍ଦେହ କରି ପରିବାର ଲୋକ ପୋଖରୀ ରେ ବହୁତ ସମୟ ଖୋଜାଖୋଜି କରିଥିଲେ ସୁଦ୍ଧା ତାଙ୍କର କୌଣସି ସନ୍ଧାନ ପାଇ ନଥିଲେ। ସକାଳୁ ପୋଖରୀ ପାଣିରେ ଭାସୁଥିବା ଦେଖି ସ୍ଥାନୀୟ ଲୋକ ପରିବାର ଲୋକଙ୍କୁ ଖବର ଦେଇଥିଲେ।ପରିବାର ଲୋକ ସେଠାରୁ ଉଦ୍ଧାର କରି ଡେଲାଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ଡାକ୍ତର ସେଠାରେ ମୃତ୍ୟୁ ହୋଇଥିବା ଘୋଷଣା କରିଥିଲେ।

ଡେଲାଙ୍ଗ:ପୋଖରୀ ପାଣିରେ ପଡି ବୃଦ୍ଧଙ୍କ ମୃତ୍ୟୁ – ସମୀକ୍ଷା

ମୃତକ ହେଲେ ଅଦୈତ୍ୱ ପରିଡା (୭୦) ଅରିସଲ ପଡାକଅଁର ସାହି ର ଅଟନ୍ତି। ଖବର ପାଇ ଡେଲାଙ୍ଗ ପୋଲିସ ମେଡିକାଲ ରେ ପହଂଚି ମୃତ୍ୟୁ ଶରୀରକୁ ଜବତ କରି ତଦନ୍ତ ଚଳାଇଛି।ଏନେଇ ମୃତକ ଙ୍କ ପୁଅ ବଟକୃଷ୍ଣ ପରିଡା ଡେଲାଙ୍ଗ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ଡେଲାଙ୍ଗ ପୋଲିସ ଏକ ଅପମୃତୁ ମାମଲା ୧୬/୨୬ରେ କେଶ ରୁଜୁ କରି ମୃତୁ ଶରୀରକୁ ବ୍ୟବଛେଦ ପାଇଁ ପୁରୀ ପଠାଇ ପୋଲିସ ତଦନ୍ତ ଚଳାଇବ ବୋଲି ଥାନା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି।

ଡେଲାଙ୍ଗ:ପୋଖରୀ ପାଣିରେ ପଡି ବୃଦ୍ଧଙ୍କ ମୃତ୍ୟୁ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବେଆଇନ ମଦ କାରବାର ବିରୋଧରେ ମହିଳାଙ୍କ ଥାନା ଓ ଅବକାରୀ ବିଭାଗର ଦ୍ୱାରସ୍ଥ ରାଜରାସ୍ତାକୁ ଓହ୍ଲାଇବାକୁ ଚେତାବନୀ