ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ବରଗଡ଼ରେ ‘ସେବା ସଂକଳ୍ପ ଅଭିଯାନ’ର ଶୁଭାରମ୍ଭ: ଲକ୍ଷ୍ମୀ ମନ୍ଦିର ପରିସରରେ ଜଳିଲା ୫ ହଜାର ‘ଆଶୀର୍ବାଦର ଦୀପ’

ବରଗଡ଼ରେ ‘ସେବା ସଂକଳ୍ପ ଅଭିଯାନ’ର ଶୁଭାରମ୍ଭ: ଲକ୍ଷ୍ମୀ ମନ୍ଦିର ପରିସରରେ ଜଳିଲା ୫ ହଜାର ‘ଆଶୀର୍ବାଦର ଦୀପ’ – ସମୀକ୍ଷା ଖବର

ସାନନ୍ଦ ମହାପାତ୍ର /ସ୍ଵତନ୍ତ୍ର ପ୍ରତିନିଧି /ବରଗଡ/ ସମୀକ୍ଷା ନିୟୁଜ୍:

ଦେଶର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜନ୍ମଦିବସ ଅବସରରେ ବରଗଡ଼ରେ ‘ସେବା ସଂକଳ୍ପ ଅଭିଯାନ’ର ଆନୁପଚାରିକ ଶୁଭାରମ୍ଭ ହୋଇଯାଇଛି। ଏହି ଉପଲକ୍ଷେ ମିଶନ ଶକ୍ତି ଦ୍ୱାରା ଏକ ସନ୍ଧ୍ୟାକାଳୀନ ବିଶେଷ କାର୍ଯ୍ୟକ୍ରମ ‘ଆଶୀର୍ବାଦର ଦୀପ’ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଲକ୍ଷ୍ମୀ ମନ୍ଦିର ପରିସରରେ ଆୟୋଜିତ ଏହି ସାମୂହିକ ଦୀପ ପ୍ରଜ୍ୱଳନ ଉତ୍ସବରେ ଶତାଧିକ ମହିଳା ଓ ସ୍ଥାନୀୟ ନାଗରିକ ସାମିଲ ହୋଇଥିଲେ।

ବରଗଡ଼ରେ ‘ସେବା ସଂକଳ୍ପ ଅଭିଯାନ’ର ଶୁଭାରମ୍ଭ: ଲକ୍ଷ୍ମୀ ମନ୍ଦିର ପରିସରରେ ଜଳିଲା ୫ ହଜାର ‘ଆଶୀର୍ବାଦର ଦୀପ’ – ସମୀକ୍ଷା

ଏହି କାର୍ଯ୍ୟକ୍ରମରେ ଭାରତୀୟ ଜନତା ପାର୍ଟି ର ଜିଲ୍ଲା ସଭାପତି ଅରୂପା ନନ୍ଦ ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରଥମେ ଦୀପ ପ୍ରଜ୍ୱଳନ କରି କାର୍ଯ୍ୟକ୍ରମର ଉଦ୍‌ଘାଟନ କରିଥିଲେ। ମନ୍ଦିର ପରିସରରେ ଜିଲ୍ଲା ସ୍ତରୀୟ ଫେଡେରେସନ ଅନୁଦାନରେ ପ୍ରାୟ ୫,୦୦୦ ଦୀପ ପ୍ରଜ୍ୱଳନ କରାଯିବା ସହ ଏକ ଆକର୍ଷଣୀୟ ସାମୂହିକ ରଙ୍ଗୋଲି ପ୍ରଦର୍ଶନୀ ଆୟୋଜନ କରାଯାଇଥିଲା। ଉଜ୍ଜ୍ୱଳ ଦୀପାବଳିର ଆଲୋକ ଓ ରଙ୍ଗୋଲିର ମନୋରମ ଶୋଭା ସମଗ୍ର ପରିବେଶକୁ ଆଧ୍ୟାତ୍ମିକ ଓ ସେବା ମନୋଭାବରେ ଆଲୋକିତ କରିଥିଲା। ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ମଧୁଛନ୍ଦା ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ଜିଲ୍ଲା ନିର୍ବାହୀ ଅଧିକାରୀ ଲଲାଟ ଲୁହା ଓ ଅନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ।

ବରଗଡ଼ରେ ‘ସେବା ସଂକଳ୍ପ ଅଭିଯାନ’ର ଶୁଭାରମ୍ଭ: ଲକ୍ଷ୍ମୀ ମନ୍ଦିର ପରିସରରେ ଜଳିଲା ୫ ହଜାର ‘ଆଶୀର୍ବାଦର ଦୀପ’ – ସମୀକ୍ଷା

ଏହି ଅବସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ସାହୁ କହିଥିଲେ ଯେ, “ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ଆୟୋଜିତ ଏହି ‘ଆଶୀର୍ବାଦର ଦୀପ’ କାର୍ଯ୍ୟକ୍ରମ ସମାଜରେ ଆଶା, ସମ୍ଭାବନା ଓ ସେବା ଭାବନାକୁ ସଦାସର୍ବଦା ଉଜ୍ଜୀବିତ ରଖିବା ପାଇଁ ଏକ ଅପୂର୍ବ ପ୍ରେରଣା ଯୋଗାଇବ।” କେବଳ ମୁଖ୍ୟ ମନ୍ଦିର ପରିସର ନୁହେଁ, ବରଗଡ଼ ଜିଲ୍ଲାର ବିଭିନ୍ନ ବ୍ଲକ୍, ପଞ୍ଚାୟତ ଏବଂ ହିତାଧିକାରୀଙ୍କ ଘରେ ମଧ୍ୟ ଏହି ଆଶୀର୍ବାଦର ଦୀପ ପ୍ରଜ୍ୱଳନ କରାଯାଇଛି। ଆଗାମୀ ଏକ ମାସ ବ୍ୟାପୀ ଏହି ‘ସେବା ସଂକଳ୍ପ ଅଭିଯାନ’ ଅଧୀନରେ ଜନକଲ୍ୟାଣକାରୀ ଓ ସାମାଜିକ ସେବା ସମ୍ବନ୍ଧୀୟ ବିଭିନ୍ନ କାର୍ଯ୍ୟକ୍ରମ ସାରା ଜିଲ୍ଲାରେ ଆୟୋଜିତ ହେବ।

ବରଗଡ଼ରେ ‘ସେବା ସଂକଳ୍ପ ଅଭିଯାନ’ର ଶୁଭାରମ୍ଭ: ଲକ୍ଷ୍ମୀ ମନ୍ଦିର ପରିସରରେ ଜଳିଲା ୫ ହଜାର ‘ଆଶୀର୍ବାଦର ଦୀପ’ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ନାଗା ସାଧୁ ଭେଷରେ ଆସିସୁନା ଓ ଟଙ୍କା ଲୁଟ୍, ୪ ଦୁର୍ବୃତ୍ତ ଫେରାର,ଘର ଦୋଷ କାଟିବା ନାଁରେ ସୁନା ଓ ଟଙ୍କା ଲୁଟ୍