ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଟାଙ୍ଗୀ:ଧଳା ଜହର ବେପାରୀ ଗିରଫ

ଟାଙ୍ଗୀ:ଧଳା ଜହର ବେପାରୀ ଗିରଫ – ସମୀକ୍ଷା ଖବର

ଦୁର୍ଗା ପ୍ରସାଦ ଦାଶ /ଜିଲ୍ଲା ପ୍ରତିନିଧି /ଖୋର୍ଦ୍ଧା ସମୀକ୍ଷା ନିୟୁଜ:

ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା କମାଗୁରୁ ଗ୍ରାମ ରାସ୍ତାରେ ଧଳା ଜହର ବିକ୍ରି କରୁଥିବା ବେଳେ ଖବର ପାଇ ବେପାରୀକୁ ମାଡି ବସିଲା ଟାଙ୍ଗୀ ଅବକାରୀ ପୋଲିସ lଧଳା ଜହର କାରବାର ଅଭିଯୋଗରେ ଜଣେ ଧଳା ଜହର ବେପାରୀ ଗିରଫ lଗିରଫ ବେପାରୀଠାରୁ ୫୨ ଗ୍ରାମ ଧଳା ଜହର ଜବତ କରିଛି ଟାଙ୍ଗୀ ଅବକାରୀ ପୋଲିସ
lଜବତ ଧଳା ଜହରର ବଜାର ଦର ୫ ଲକ୍ଷ ଟଙ୍କାରୁ ଅଧିକ ହେଵ ବୋଲି ଅବକାରୀ ପୋଲିସ ସୂଚନା ଦେଇଛି lଗିରଫ ଅଭିଯୁକ୍ତର ନାମ ପାଣ୍ଡବ ବେହେରା, ୩୨ବର୍ଷ ଘର ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ମୟୁର ଝଲିଆ ଗ୍ରାମରେ ବୋଲି ଜଣା ପଡିଛି l

ଟାଙ୍ଗୀ:ଧଳା ଜହର ବେପାରୀ ଗିରଫ – ସମୀକ୍ଷା

ଅଭିଯୁକ୍ତ ପାଣ୍ଡବ ରୀତିମତ ଭାବେ ଗାଁ ଗାଁ ରେ ଧଳା ଜହର ବିକ୍ରି କରି ଆସୁଥିଲା lଫଳରେ ଯୁବପିଢ଼ିମାନେ ନିଶା ଗ୍ରସ୍ତହୋଇ ଗାଁ ଗହଳି ରେ ଅଶାନ୍ତି ସୃଷ୍ଟି କରୁଥିଲେ lଏନେଇ ଖବର ପାଇବା ପରେ ଟାଙ୍ଗୀ ଅବକାରୀ ଇନିସପେକ୍ଟର ଅଜିତ କୁମାର ପାତ୍ର ନେତୃତ୍ୱ ରେ ଏସ ଆଇ ରାଜେନ୍ଦ୍ର କୁମାର ସିଂ,କର୍ମଚାରୀ ଶମ୍ଭୁନାଥ ପାତ୍ର, ମନୋଜ କୁମାର ଜୟସିଂ, ଅନିଲ କୁମାର ପ୍ରଧାନ,ସୁନିତା ମହାରଣା ପ୍ରମୁଖ କମାଗୁରୁ ଗାଁ ଜଙ୍ଗଲ ନିକଟରେ ଛକି ରହିଥିଲେ lପାଣ୍ଡବ ବେହେରା ଧଳା ଜହର ଧରି ଆସିବା ବେଳେ ଅବକାରୀ କର୍ମଚାରୀ ମାନେ ମାଡି ବସିଥିଲେ l ଅଭିଯୁକ୍ତକୁ ଗିରଫ କରିବାପରେ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ପୋଲିସ ତରଫରୁ ସୂଚନା ମିଳିଛି lଆଗକୁ ପୂଜା ଆସୁଥିବାରୁ ଜୋରଦାର ଚଢ଼ାଉ କରାଯିବ ବୋଲି ଇନ୍ସପେକ୍ଟର ଅଜିତ କୁମାର ପାତ୍ର ସୂଚନା ଦେଇଛନ୍ତି l

ଟାଙ୍ଗୀ:ଧଳା ଜହର ବେପାରୀ ଗିରଫ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ମାଲକାନଗିରି:୫୫ଟି ଜୀବନ୍ତ କଇଁଚ ଜବତ,୪ ଚୋରାଚାଲାଣକାରୀ ଗିରଫ