ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ସୁଆର ନିଯୋଗ କର୍ମକର୍ତ୍ତାଙ୍କ ସହ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଆଲୋଚନା:ମହାପ୍ରସାଦ ପ୍ରସ୍ତୁତି ପାଇଁ ଜାଳେଣି କାଠ ଯୋଗାଣର ସ୍ଥାୟୀ ସମାଧାନ ଉପରେ ଗୁରୁତ୍ୱ

ସୁଆର ନିଯୋଗ କର୍ମକର୍ତ୍ତାଙ୍କ ସହ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଆଲୋଚନା:ମହାପ୍ରସାଦ ପ୍ରସ୍ତୁତି ପାଇଁ ଜାଳେଣି କାଠ ଯୋଗାଣର ସ୍ଥାୟୀ ସମାଧାନ ଉପରେ ଗୁରୁତ୍ୱ – ସମୀକ୍ଷା ଖବର

ମନୋଜ କୁମାର ବାରିକ/ସ୍ୱତନ୍ତ୍ର ପ୍ରତିନିଧି/ସମୀକ୍ଷା ନ୍ୟୁଜ/ଭୁବନେଶ୍ୱର :

ଭୁବନେଶ୍ୱର, ତା- ୧୮. ୦୯. ୨୦୨୬ : ଶ୍ରୀମନ୍ଦିରର ମହାପ୍ରସାଦ ପ୍ରସ୍ତୁତି ସହ ଜଡ଼ିତ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ନେଇ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ଶ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ସୁଆର ନିଯୋଗର କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରିଛନ୍ତି। ଆଲୋଚନା ସମୟରେ ନିଯୋଗ ପକ୍ଷରୁ ଉପସ୍ଥାପିତ ବିଭିନ୍ନ ପ୍ରସ୍ତାବ ଉପରେ ବିସ୍ତୃତ ମତବିନିମୟ ହୋଇଥିଲା।

ସୁଆର ନିଯୋଗ କର୍ମକର୍ତ୍ତାଙ୍କ ସହ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଆଲୋଚନା:ମହାପ୍ରସାଦ ପ୍ରସ୍ତୁତି ପାଇଁ ଜାଳେଣି କାଠ ଯୋଗାଣର ସ୍ଥାୟୀ ସମାଧାନ ଉପରେ ଗୁରୁତ୍ୱ – ସମୀକ୍ଷା

ଲୋକସେବା ଭବନ ସ୍ଥିତ ଆଇନ ବିଭାଗ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ବୈଠକରେ ମହାପ୍ରସାଦ ପ୍ରସ୍ତୁତି ପାଇଁ ଆବଶ୍ୟକ କାଠ ଯୋଗାଣର ଏକ ସ୍ଥାୟୀ ବ୍ୟବସ୍ଥା କରିବା ଉପରେ ଆଲୋଚନାରେ ବିଶେଷ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ଜାଳେଣି କାଠର ଆବଶ୍ୟକତା ପୂରଣ ଓ ଭବିଷ୍ୟତରେ ଏହାର ଅଭାବ ଦୂର କରିବା ପାଇଁ ସରକାରୀ ଏବଂ ଶ୍ରୀମନ୍ଦିର ଜମିରେ ନୂତନ ଜଙ୍ଗଲ ସୃଷ୍ଟି କରିବା ନେଇ ମଧ୍ୟ ଆଲୋଚନା ହୋଇଥିଲା। ସେହିପରି ସ୍ଥାନୀୟ ଲୋକଙ୍କ ପାଇଁ ମହାପ୍ରସାଦର ସୁବିଧାଜନକ ଉପଲବ୍ଧତା, ମହାପ୍ରସାଦର ନିର୍ଦ୍ଧାରିତ ଦର ତାଲିକା ପ୍ରଦର୍ଶନ ଏବଂ ଆନନ୍ଦ ବଜାରକୁ ଅଧିକ ସୁବ୍ୟବସ୍ଥିତ କରିବା ନେଇ ମଧ୍ୟ ବିଚାରବିମର୍ଶ କରାଯାଇଥିଲା।

ସୁଆର ନିଯୋଗ କର୍ମକର୍ତ୍ତାଙ୍କ ସହ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଆଲୋଚନା:ମହାପ୍ରସାଦ ପ୍ରସ୍ତୁତି ପାଇଁ ଜାଳେଣି କାଠ ଯୋଗାଣର ସ୍ଥାୟୀ ସମାଧାନ ଉପରେ ଗୁରୁତ୍ୱ – ସମୀକ୍ଷା

ଶ୍ରୀମନ୍ଦିରର ପାରମ୍ପରିକ ବ୍ୟବସ୍ଥା ଓ ମହାପ୍ରସାଦର ମହିମା ଅକ୍ଷୁଣ୍ଣ ରଖି ଭକ୍ତମାନଙ୍କ ପାଇଁ ଆନନ୍ଦ ବଜାରକୁ ସୁବ୍ୟବସ୍ଥିତ ଓ ସୁବିଧାଜନକ କରିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବା ଉପରେ ଆଲୋଚନାରେ ଗୁରୁତ୍ୱ ଦିଆଯାଇଥିଲା। ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଶ୍ରୀ ଅରବିନ୍ଦ ପାଢ଼ୀ, ଆଇନ ବିଭାଗ ଅତିରିକ୍ତ ଶାସନ ସଚିବ ଶିବ ପ୍ରସାଦ ମହାପାତ୍ର, ସୁଆର ନିଯୋଗ ସଭାପତି ପଦ୍ମନାଭ ମହାସୁଆର, ସମ୍ପାଦକ ନାରାୟଣ ମହାସୁଆର ସମେତ ଦାମୋଦର ମହାସୁଆର, ବୈଦନାଥ ମହାସୁଆର, ବଳଭଦ୍ର ମହାପାତ୍ର ଓ ଚିନ୍ତାମଣି ସାହିନାୟକ ପ୍ରମୁଖ ଉପସ୍ଥିତ ଥିଲେ I

ସୁଆର ନିଯୋଗ କର୍ମକର୍ତ୍ତାଙ୍କ ସହ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ଆଲୋଚନା:ମହାପ୍ରସାଦ ପ୍ରସ୍ତୁତି ପାଇଁ ଜାଳେଣି କାଠ ଯୋଗାଣର ସ୍ଥାୟୀ ସମାଧାନ ଉପରେ ଗୁରୁତ୍ୱ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଭୁବନେଶ୍ୱର:ପ୍ରଭୁ ଗଣେଶଙ୍କ ରୂପେ ପୂଜିତ ହେଲା ଗଛ