ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ଚୂଡ଼ାନ୍ତ ଭୋଟର ତାଲିକାରେ ଖୋରଧା ର ୮୫୪୬ ଭୋଟର ବୃଦ୍ଧି, ୫ ଟି ନିର୍ବାଚନ ମଣ୍ଡଳୀରେ ମୋଟ ଭୋଟର ୧୦ ଲକ୍ଷ ୬୦ ହଜାର ୧୩୭ ; ମହିଳା ଭୋଟର ୪୭୧୭ ବଢ଼ିଲେ, ଜଟଣୀରେ ସର୍ବାଧିକ ୨୧୭୧ ଭୋଟର ସାମିଲ

ଚୂଡ଼ାନ୍ତ ଭୋଟର ତାଲିକାରେ ଖୋରଧା ର ୮୫୪୬ ଭୋଟର ବୃଦ୍ଧି, ୫ ଟି ନିର୍ବାଚନ ମଣ୍ଡଳୀରେ ମୋଟ ଭୋଟର ୧୦ ଲକ୍ଷ ୬୦ ହଜାର ୧୩୭ ; ମହିଳା ଭୋଟର ୪୭୧୭ ବଢ଼ିଲେ, ଜଟଣୀରେ ସର୍ବାଧିକ ୨୧୭୧ ଭୋଟର ସାମିଲ – ସମୀକ୍ଷା ଖବର

ପ୍ରଭାତ କୁମାର ପାଇକରାୟ /ସ୍ୱତନ୍ତ୍ର ପ୍ରତିନିଧି / ଖୋରଧା/ ସମୀକ୍ଷା ନ୍ୟୁଜ:

ଖୋରଧା, ସେପ୍ଟେମ୍ବର ୨୧: ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ପରେ ଖୋରଧା ଜିଲ୍ଲାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଚିଠା ଭୋଟର ତାଲିକା ତୁଳନାରେ ଚୂଡ଼ାନ୍ତ ତାଲିକାରେ ଜିଲ୍ଲାର ୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ମୋଟ ୮,୫୪୬ ଜଣ ଭୋଟର ବୃଦ୍ଧି ପାଇଛନ୍ତି। ଫଳରେ ଏବେ ଜିଲ୍ଲାର ଏହି ୫ଟି ନିର୍ବାଚନ ମଣ୍ଡଳୀରେ ମୋଟ ଭୋଟରଙ୍କ ସଂଖ୍ୟା ୧୦ ଲକ୍ଷ ୬୦ ହଜାର ୧୩୭ରେ ପହଞ୍ଚିଛି। ଚିଠା ତାଲିକାରେ ଜିଲ୍ଲାରେ ମୋଟ ୧୦ ଲକ୍ଷ ୫୧ ହଜାର ୫୯୧ ଜଣ ଭୋଟର ଥିବାବେଳେ ଚୂଡ଼ାନ୍ତ ତାଲିକାରେ ଏହି ସଂଖ୍ୟା ୧୦ ଲକ୍ଷ ୬୦ ହଜାର ୧୩୭କୁ ବୃଦ୍ଧି ପାଇଛି। ଅର୍ଥାତ ଚିଠାରୁ ଚୂଡ଼ାନ୍ତ ତାଲିକା ମଧ୍ୟରେ ମୋଟ ୮,୫୪୬ ଜଣ ନୂଆ ଭୋଟର ସାମିଲ ହୋଇଛନ୍ତି। ଚୂଡ଼ାନ୍ତ ତାଲିକା ଅନୁଯାୟୀ ଜିଲ୍ଲାରେ ପୁରୁଷ ଭୋଟରଙ୍କ ସଂଖ୍ୟା ୫ ଲକ୍ଷ ୪୯ ହଜାର ୩୯୧, ମହିଳା ଭୋଟରଙ୍କ ସଂଖ୍ୟା ୫ ଲକ୍ଷ ୧୦ ହଜାର ୬୭୦ ଏବଂ ଅନ୍ୟାନ୍ୟ ବର୍ଗର ଭୋଟରଙ୍କ ସଂଖ୍ୟା ୭୬ ରହିଛି। ନିର୍ବାଚନ ମଣ୍ଡଳୀ ଭିତ୍ତିକ ତଥ୍ୟକୁ ଦେଖିଲେ ୧୧୫ ଜଟଣୀ ବିଧାନସଭା ନିର୍ବାଚନ ମଣ୍ଡଳୀରେ ସର୍ବାଧିକ ୨,୧୭୧ ଜଣ ଭୋଟର ବୃଦ୍ଧି ପାଇଛନ୍ତି। ଚିଠା ତାଲିକାରେ ଜଟଣୀରେ ୨ ଲକ୍ଷ ୨୪ ହଜାର ୮୭ ଜଣ ଭୋଟର ଥିବାବେଳେ ଚୂଡ଼ାନ୍ତ ତାଲିକାରେ ଏହା ୨ ଲକ୍ଷ ୨୬ ହଜାର ୨୫୮କୁ ବୃଦ୍ଧି ପାଇଛି।

ଚୂଡ଼ାନ୍ତ ଭୋଟର ତାଲିକାରେ ଖୋରଧା ର ୮୫୪୬ ଭୋଟର ବୃଦ୍ଧି, ୫ ଟି ନିର୍ବାଚନ ମଣ୍ଡଳୀରେ ମୋଟ ଭୋଟର ୧୦ ଲକ୍ଷ ୬୦ ହଜାର ୧୩୭ ; ମହିଳା ଭୋଟର ୪୭୧୭ ବଢ଼ିଲେ, ଜଟଣୀରେ ସର୍ବାଧିକ ୨୧୭୧ ଭୋଟର ସାମିଲ – ସମୀକ୍ଷା


ଚିଠା ତାଲିକାରେ ଜଟଣୀରେ ୧ ଲକ୍ଷ ୧୪ ହଜାର ୫୭୫ ପୁରୁଷ, ୧ ଲକ୍ଷ ୯ ହଜାର ୪୭୮ ମହିଳା ଏବଂ ୩୪ ଜଣ ଅନ୍ୟାନ୍ୟ ବର୍ଗର ଭୋଟର ଥିଲେ। ଚୂଡ଼ାନ୍ତ ତାଲିକାରେ ୧ ଲକ୍ଷ ୧୫ ହଜାର ୫୩୨ ପୁରୁଷ, ୧ ଲକ୍ଷ ୧୦ ହଜାର ୬୯୦ ମହିଳା ଏବଂ ୩୬ ଜଣ ଅନ୍ୟାନ୍ୟ ବର୍ଗର ଭୋଟର ରହିଛନ୍ତି। ଅର୍ଥାତ୍ ପୁରୁଷ ଭୋଟର ୯୫୭ ଏବଂ ମହିଳା ଭୋଟର ୧,୨୧୨ ଜଣ ବଢ଼ିଛନ୍ତି।
୧୧୭-ଖୋର୍ଦ୍ଧା ବିଧାନସଭା ନିର୍ବାଚନ ମଣ୍ଡଳୀରେ ମଧ୍ୟ ଭୋଟର ସଂଖ୍ୟାରେ ଉଲ୍ଲେଖନୀୟ ବୃଦ୍ଧି ଘଟିଛି। ଚିଠା ତାଲିକାରେ ଏଠାରେ ମୋଟ ୨ ଲକ୍ଷ ୩୧ ହଜାର ୧୨୨ ଜଣ ଭୋଟର ଥିଲେ। ଏଥିରେ ୧ ଲକ୍ଷ ୧୮ ହଜାର ୯୪୯ ପୁରୁଷ, ୧ ଲକ୍ଷ ୧୨ ହଜାର ୧୬୩ ମହିଳା ଓ ୧୦ ଜଣ ଅନ୍ୟାନ୍ୟ ବର୍ଗର ଭୋଟର ଥିଲେ।
ଚୂଡ଼ାନ୍ତ ତାଲିକାରେ ଖୋର୍ଦ୍ଧାର ମୋଟ ଭୋଟର ସଂଖ୍ୟା ୨ ଲକ୍ଷ ୩୨ ହଜାର ୯୯୩ରେ ପହଞ୍ଚିଛି। ଏଥିରେ ୧ ଲକ୍ଷ ୧୯ ହଜାର ୭୯୩ ପୁରୁଷ, ୧ ଲକ୍ଷ ୧୩ ହଜାର ୧୯୦ ମହିଳା ଏବଂ ୧୦ ଜଣ ଅନ୍ୟାନ୍ୟ ବର୍ଗର ଭୋଟର ଅଛନ୍ତି। ଚିଠା ତାଲିକା ତୁଳନାରେ ଏଠାରେ ମୋଟ ୧,୮୭୧ ଜଣ ଭୋଟର ବୃଦ୍ଧି ହୋଇଛନ୍ତି। ଏଥିରେ ପୁରୁଷ ଭୋଟର ୮୪୪ ଏବଂ ମହିଳା ଭୋଟର ୧,୦୨୭ ଜଣ ବଢ଼ିଛନ୍ତି।
୧୧୮-ଚିଲିକା ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚିଠା ତାଲିକାରେ ୨ ଲକ୍ଷ ୨୦ ହଜାର ୧୧ ଜଣ ଭୋଟର ଥିଲେ। ଏଥିରେ ୧ ଲକ୍ଷ ୧୫ ହଜାର ୭୮୩ ପୁରୁଷ, ୧ ଲକ୍ଷ ୪ ହଜାର ୨୨୨ ମହିଳା ଓ ୬ ଜଣ ଅନ୍ୟାନ୍ୟ ବର୍ଗର ଭୋଟର ରହିଥିଲେ।

ଚୂଡ଼ାନ୍ତ ଭୋଟର ତାଲିକାରେ ଖୋରଧା ର ୮୫୪୬ ଭୋଟର ବୃଦ୍ଧି, ୫ ଟି ନିର୍ବାଚନ ମଣ୍ଡଳୀରେ ମୋଟ ଭୋଟର ୧୦ ଲକ୍ଷ ୬୦ ହଜାର ୧୩୭ ; ମହିଳା ଭୋଟର ୪୭୧୭ ବଢ଼ିଲେ, ଜଟଣୀରେ ସର୍ବାଧିକ ୨୧୭୧ ଭୋଟର ସାମିଲ – ସମୀକ୍ଷା


ଚୂଡ଼ାନ୍ତ ତାଲିକାରେ ମୋଟ ଭୋଟର ସଂଖ୍ୟା ୨ ଲକ୍ଷ ୨୧ ହଜାର ୮୫୬କୁ ବୃଦ୍ଧି ପାଇଛି। ଏଥିରେ ୧ ଲକ୍ଷ ୧୬ ହଜାର ୬୨୪ ପୁରୁଷ, ୧ ଲକ୍ଷ ୫ ହଜାର ୨୨୬ ମହିଳା ଏବଂ ୬ ଜଣ ଅନ୍ୟାନ୍ୟ ବର୍ଗର ଭୋଟର ଅଛନ୍ତି। ଚିଠା ତାଲିକା ତୁଳନାରେ ଚିଲିକାରେ ମୋଟ ୧,୮୪୫ ଜଣ ଭୋଟର ବଢ଼ିଛନ୍ତି। ପୁରୁଷ ଭୋଟର ୮୪୧ ଏବଂ ମହିଳା ଭୋଟର ୧,୦୦୪ ଜଣ ବୃଦ୍ଧି ପାଇଛନ୍ତି।
୧୧୧-ଜୟଦେବ ବିଧାନସଭା ନିର୍ବାଚନମଣ୍ଡଳୀରେ ଚିଠା ତାଲିକାରେ ମୋଟ ୧ ଲକ୍ଷ ୭୩ ହଜାର ୧୨୨ ଜଣ ଭୋଟର ଥିଲେ। ଏଥିରେ ୮୯ ହଜାର ୯୨୯ ପୁରୁଷ, ୮୩ ହଜାର ୧୮୦ ମହିଳା ଓ ୧୩ ଜଣ ଅନ୍ୟାନ୍ୟ ବର୍ଗର ଭୋଟର ଥିଲେ।
ଚୂଡ଼ାନ୍ତ ତାଲିକାରେ ମୋଟ ଭୋଟର ସଂଖ୍ୟା ୧ ଲକ୍ଷ ୭୪ ହଜାର ୫୮୮କୁ ବୃଦ୍ଧି ପାଇଛି। ଏଥିରେ ୯୦ ହଜାର ୫୫୫ ପୁରୁଷ, ୮୪ ହଜାର ୨୦ ମହିଳା ଏବଂ ୧୩ ଜଣ ଅନ୍ୟାନ୍ୟ ବର୍ଗର ଭୋଟର ଅଛନ୍ତି। ଅର୍ଥାତ୍ ଚିଠା ତାଲିକା ତୁଳନାରେ ଏଠାରେ ୧,୪୬୬ ଜଣ ଭୋଟର ବଢ଼ିଛନ୍ତି। ପୁରୁଷ ଭୋଟର ୬୨୬ ଏବଂ ମହିଳା ଭୋଟର ୮୪୦ ଜଣ ବୃଦ୍ଧି ପାଇଛନ୍ତି।

ଚୂଡ଼ାନ୍ତ ଭୋଟର ତାଲିକାରେ ଖୋରଧା ର ୮୫୪୬ ଭୋଟର ବୃଦ୍ଧି, ୫ ଟି ନିର୍ବାଚନ ମଣ୍ଡଳୀରେ ମୋଟ ଭୋଟର ୧୦ ଲକ୍ଷ ୬୦ ହଜାର ୧୩୭ ; ମହିଳା ଭୋଟର ୪୭୧୭ ବଢ଼ିଲେ, ଜଟଣୀରେ ସର୍ବାଧିକ ୨୧୭୧ ଭୋଟର ସାମିଲ – ସମୀକ୍ଷା


୧୧୬-ବେଗୁନିଆ ବିଧାନସଭା ନିର୍ବାଚନ ମଣ୍ଡଳୀରେ ଚିଠା ତାଲିକାରେ ମୋଟ ୨ ଲକ୍ଷ ୩ ହଜାର ୨୪୯ ଜଣ ଭୋଟର ଥିଲେ। ଏଥିରେ ୧ ଲକ୍ଷ ୬ ହଜାର ୩୨୮ ପୁରୁଷ, ୯୬ ହଜାର ୯୧୦ ମହିଳା ଏବଂ ୧୧ ଜଣ ଅନ୍ୟାନ୍ୟ ବର୍ଗର ଭୋଟର ଥିଲେ।
ଚୂଡ଼ାନ୍ତ ତାଲିକାରେ ବେଗୁନିଆର ମୋଟ ଭୋଟର ସଂଖ୍ୟା ୨ ଲକ୍ଷ ୪ ହଜାର ୪୪୨କୁ ବୃଦ୍ଧି ପାଇଛି। ଏଥିରେ ୧ ଲକ୍ଷ ୬ ହଜାର ୮୮୭ ପୁରୁଷ, ୯୭ ହଜାର ୫୪୪ ମହିଳା ଏବଂ ୧୧ ଜଣ ଅନ୍ୟାନ୍ୟ ବର୍ଗର ଭୋଟର ରହିଛନ୍ତି। ଚିଠା ତାଲିକା ତୁଳନାରେ ଏଠାରେ ମୋଟ ୧,୧୯୩ ଜଣ ଭୋଟର ବଢ଼ିଛନ୍ତି। ପୁରୁଷ ଭୋଟର ୫୫୯ ଏବଂ ମହିଳା ଭୋଟର ୬୩୪ ଜଣ ବୃଦ୍ଧି ପାଇଛନ୍ତି।

ଚୂଡ଼ାନ୍ତ ଭୋଟର ତାଲିକାରେ ଖୋରଧା ର ୮୫୪୬ ଭୋଟର ବୃଦ୍ଧି, ୫ ଟି ନିର୍ବାଚନ ମଣ୍ଡଳୀରେ ମୋଟ ଭୋଟର ୧୦ ଲକ୍ଷ ୬୦ ହଜାର ୧୩୭ ; ମହିଳା ଭୋଟର ୪୭୧୭ ବଢ଼ିଲେ, ଜଟଣୀରେ ସର୍ବାଧିକ ୨୧୭୧ ଭୋଟର ସାମିଲ – ସମୀକ୍ଷା


ଚିଠାରୁ ଚୂଡ଼ାନ୍ତ ଭୋଟର ତାଲିକା ମଧ୍ୟରେ ସମଗ୍ର ଜିଲ୍ଲାରେ ମହିଳା ଭୋଟରଙ୍କ ବୃଦ୍ଧି ପୁରୁଷଙ୍କ ତୁଳନାରେ ଅଧିକ ରହିଛି। ଚିଠା ତାଲିକାରେ ମହିଳା ଭୋଟରଙ୍କ ସଂଖ୍ୟା ୫ ଲକ୍ଷ ୫ ହଜାର ୯୫୩ ଥିବାବେଳେ ଚୂଡ଼ାନ୍ତ ତାଲିକାରେ ଏହା ୫ ଲକ୍ଷ ୧୦ ହଜାର ୬୭୦ରେ ପହଞ୍ଚିଛି। ଫଳରେ ମହିଳା ଭୋଟର ୪,୭୧୭ ଜଣ ବୃଦ୍ଧି ପାଇଛନ୍ତି।
ସେହିପରି ପୁରୁଷ ଭୋଟରଙ୍କ ସଂଖ୍ୟା ୫ ଲକ୍ଷ ୪୫ ହଜାର ୫୬୪ରୁ ବୃଦ୍ଧି ପାଇ ୫ ଲକ୍ଷ ୪୯ ହଜାର ୩୯୧ରେ ପହଞ୍ଚିଛି। ଅର୍ଥାତ୍ ପୁରୁଷ ଭୋଟର ୩,୮୨୭ ଜଣ ବଢ଼ିଛନ୍ତି। ଅନ୍ୟାନ୍ୟ ବର୍ଗର ଭୋଟରଙ୍କ ସଂଖ୍ୟା ମଧ୍ୟ ୭୪ରୁ ବୃଦ୍ଧି ପାଇ ୭୬ରେ ପହଞ୍ଚିଛି।
ନିର୍ବାଚନମଣ୍ଡଳୀଭିତ୍ତିକ ଭାବେ ଦେଖିଲେ ଜୟଦେବରେ ୧,୪୬୬, ଜଟଣୀରେ ୨,୧୭୧, ବେଗୁନିଆରେ ୧,୧୯୩, ଖୋର୍ଦ୍ଧାରେ ୧,୮୭୧ ଏବଂ ଚିଲିକାରେ ୧,୮୪୫ ଜଣ ଭୋଟର ବୃଦ୍ଧି ପାଇଛନ୍ତି। ଏହି ପାଞ୍ଚଟି ନିର୍ବାଚନମଣ୍ଡଳୀର ବୃଦ୍ଧିକୁ ମିଶାଇଲ…

ଚୂଡ଼ାନ୍ତ ଭୋଟର ତାଲିକାରେ ଖୋରଧା ର ୮୫୪୬ ଭୋଟର ବୃଦ୍ଧି, ୫ ଟି ନିର୍ବାଚନ ମଣ୍ଡଳୀରେ ମୋଟ ଭୋଟର ୧୦ ଲକ୍ଷ ୬୦ ହଜାର ୧୩୭ ; ମହିଳା ଭୋଟର ୪୭୧୭ ବଢ଼ିଲେ, ଜଟଣୀରେ ସର୍ବାଧିକ ୨୧୭୧ ଭୋଟର ସାମିଲ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ମାଲକାନଗିରି:ଜିଲ୍ଲାସ୍ତରୀୟ ବିଜ୍ଞାନ ନାଟକ ପ୍ରତିଯୋଗିତା