ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ପାରାଦୀପ:ବିଶ୍ୱକର୍ମା ପୂଜାରେ ଭାଙ୍ଗିଲା ଲାଇଟ୍ ଗେଟ୍, ଅଳ୍ପକେ ବଞ୍ଚିଲେ ଲୋକେ

ପାରାଦୀପ:ବିଶ୍ୱକର୍ମା ପୂଜାରେ ଭାଙ୍ଗିଲା ଲାଇଟ୍ ଗେଟ୍, ଅଳ୍ପକେ ବଞ୍ଚିଲେ ଲୋକେ – ସମୀକ୍ଷା ଖବର

ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନିଉଜ:

ପାରାଦୀପ, ୧୭/୯ : ବିଶ୍ୱକର୍ମା ପୂଜା ଚାଲିଥିବା ବେଳେ ପାରାଦୀପରେ ଘଟିଛି ଅଘଟଣ। ବର୍ଷା ଓ ପବନରେ ଭାଙ୍ଗି ପଡ଼ିଛି ଏକ ଲାଇଟ୍ ଗେଟ୍। ଆଜି ମଧ୍ୟାହ୍ନ ସମୟରେ ପାରାଦୀପରେ ପ୍ରବଳ ବର୍ଷା ସହ ଝଡ଼ତୋଫାନ ଓ ପବନ ହୋଇଥିଲା। ଏହି ସମୟରେ ପୂଜା ପଡ଼ିଆକୁ ଯାଇଥିବା ରାସ୍ତା ଉପରେ ନିର୍ମାଣ ହୋଇଥିବା ଏକ ଲାଇଟ୍ ଗେଟ୍ ହଠାତ୍ ଭାଙ୍ଗି ପଡ଼ିଥିଲା। ଲାଇଟ୍ ଗେଟ୍ଟି ଭାଙ୍ଗି ପଡ଼ିବାରୁ ତା’ ତଳେ ଏକ କାର ଓ ଦୁଇଟି ବାଇକ୍ ଚାପି ହୋଇଯାଇଥିଲା। ଘଟଣା ପରେ ସ୍ଥାନୀୟ ଲୋକେ ତୁରନ୍ତ ସେଠାରେ ପହଞ୍ଚି କାର ଓ ବାଇକ୍ ମଧ୍ୟରେ ଥିବା ଲୋକମାନଙ୍କୁ ସୁରକ୍ଷିତ ଭାବେ ବାହାର କରିଥିଲେ। ତେବେ ଏହି ଘଟଣାରେ କାହାରି କୌଣସି ଆହତ କିମ୍ବା ଜୀବନହାନି ହୋଇନଥିବା ଜଣାପଡ଼ିଛି।

ପାରାଦୀପ:ବିଶ୍ୱକର୍ମା ପୂଜାରେ ଭାଙ୍ଗିଲା ଲାଇଟ୍ ଗେଟ୍, ଅଳ୍ପକେ ବଞ୍ଚିଲେ ଲୋକେ – ସମୀକ୍ଷା


ଖବର ପାଇ ପୁଲିସ ପ୍ରଶାସନ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଲାଇଟ୍ ଗେଟ୍କୁ ହଟାଇ ରାସ୍ତା ସଫା କରାଯିବା ସହ ଯାତାୟାତ ସ୍ୱାଭାବିକ କରାଯାଇଥିଲା। ସମଗ୍ର ଅଞ୍ଚଳରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ଗତକାଲି ରାତିଠାରୁ ପାରାଦୀପରେ ବର୍ଷା ଲାଗି ରହିଥିବା ବେଳେ ଆଜି ପବନର ବେଗ ବଢ଼ିଥିଲା। ତେବେ ଅଳ୍ପକେ ଏକ ବଡ଼ ଅଘଟଣ ଟଳିଯାଇଛି।

ପାରାଦୀପ:ବିଶ୍ୱକର୍ମା ପୂଜାରେ ଭାଙ୍ଗିଲା ଲାଇଟ୍ ଗେଟ୍, ଅଳ୍ପକେ ବଞ୍ଚିଲେ ଲୋକେ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ପାରାଦୀପ ରାଡର୍ ଖରାପ କୁ ନେଇ ଉଠିଥିବା ଗୁଜବକୁ ଖଣ୍ଡନ କଲେ ସାଇଣ୍ଟିକି ଅଫିସର ୱାନ ସପନ କୁମାର ଦାସ