ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ରାଜରାସ୍ତାରେ ଛାତ୍ରଛାତ୍ରୀ

ରାଜରାସ୍ତାରେ ଛାତ୍ରଛାତ୍ରୀ – ସମୀକ୍ଷା ଖବର

ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ /ସମୀକ୍ଷା ନ୍ୟୁଜ/ବଡ଼ସାହି:

୨୧/୯/୨୬- ବାରିପଦା ରୁ ଉଦଳା ରାସ୍ତାରେ ଆଜି ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି । ସହସ୍ରାଧିକ ବିଦ୍ୟାର୍ଥୀଙ୍କ ମୁଖ୍ୟ ରାସ୍ତା ଉପରେ ପଦଯାତ୍ରା ଆଜି ଜିଲ୍ଲାର ମୁଖ୍ୟ ଆଲୋଚ୍ୟ ଖବର ହୋଇଛି ତଥା ଶିକ୍ଷାବିଭାଗ ନିନ୍ଦିତ ହୋଇଛି । ପ୍ରଧାନଶିକ୍ଷକଙ୍କ ଖାମଖିଆଲ ନୀତି ସହ ହଷ୍ଟେଲରେ ଦୁଇ ମାସରୁ ଉର୍ଦ୍ଧ୍ବ ହେବ ନାହିଁ ମୌଳିକ ସୁବିଧା ତଥା ପୋକରା ଚାଉଳ ଭାତ, ପୁଣି ନାହିଁ ପାଣିର ସୁବିଧା ନେଇ ବାରମ୍ବାର ଅଭିଯୋଗ ପାଇଁ ଆଜି ଅନ୍ତେବାସୀ ଛାତ୍ରଛାତ୍ରୀ ରାଜରାସ୍ତାକୁ ଓହ୍ଲାଇବା ପାଇଁ ବାଧ୍ୟ ହୋଇଛନ୍ତି । ବିଦ୍ୟାଳୟ ହଷ୍ଟେଲ ରୁ ବାହାରି ୯ କିଲୋମିଟର ଚାଲିଚାଲି ଯାଉଥିବା ଅନ୍ତେବାସୀଙ୍କ ଫୋଟ ଓ ଭିଡିଓ ଭାଇରାଲ ହୋଇଛି ।

ରାଜରାସ୍ତାରେ ଛାତ୍ରଛାତ୍ରୀ – ସମୀକ୍ଷା

ଘଟଣାକ୍ରମେ ସୋମବାର ସକାଳୁ ଏଭଳି ଅଭାବନୀୟ ଘଟଣା ଘଟିଛି ବିସିପୁର ଆଶ୍ରମ ବିଦ୍ୟାଳୟର ଅନ୍ତେବାସୀଙ୍କୁ ନେଇ । ଏହି ବୃନ୍ଦାବନ ଚନ୍ଦ୍ରପୁର ସ୍ଥିତ ଆଶ୍ରମ ବିଦ୍ୟାଳୟ ହଷ୍ଟେଲରେ ପ୍ରାୟ ୧ଶହ ଛାତ୍ର ଏବଂ ୧୫୦ ଜଣ ଛାତ୍ରୀ ରହିଛନ୍ତି । ଏହି ଅନ୍ତେବାସୀଙ୍କ ପାଇଁ ଦୁଇ ମାସରୁ ଉର୍ଦ୍ଧ୍ବ ହେବ ପାନୀୟ ଜଳ ଏବଂ ବିଦ୍ୟୁତ ଆସୁବିଧା ଭଳି ସମସ୍ୟାରେ ଗତି କରିଛନ୍ତି ଅନ୍ତେବାସୀ । କେବଳ ଯେ ସେତିକିରେ ଅଭିଯୋଗ ସୀମିତ ତା ନୁହେଁ, ହଷ୍ଟେଲରେ ଅନ୍ତେବାସୀ ମାନଙ୍କୁ ପୋକରା ଚାଉଳର ଭାତ ମଧ୍ୟ ଖାଇବାକୁ ଦିଆଯାଇଛି ଭଳି ଅଭିଯୋଗ ସେମାନେ ସାମ୍ନାକୁ ଆଣିଛନ୍ତି । ଯାହାକୁ ନେଇ ବାରମ୍ବାର ଅନ୍ତେବାସୀ ସମୂହ ହଷ୍ଟେଲ ଦାୟିତ୍ୱରେ ଥିବା ଅଧିକାରୀ ଏବଂ ମେଟ୍ରୋନଙ୍କୁ ବହୁବାର ଅବଗତ କରିଥିଲେ ମଧ୍ୟ ସେମାନେ ଗାଳିଗୁଲଜର ସାମ୍ନା ହେଇଥାନ୍ତି ପ୍ରକାଶ କରିଛନ୍ତି । ଏପରିକି ମେଟ୍ରୋନ ଏ ବାବଦରେ ପ୍ରଧାନ ଶିକ୍ଷକଙ୍କୁ ଜଣାଉଥିଲେ ସୁଦ୍ଧା ପ୍ରଧାନ ଶିକ୍ଷକ ଏହି ସମସ୍ୟା ପ୍ରତି କର୍ଣ୍ଣପାତ କରୁନାହାନ୍ତି ଓ ସମାଧାନ କରୁନାହାନ୍ତି । ବରଂ ଅନେକ ସମୟରେ ନିଶାସକ୍ତ ଅବସ୍ଥାରେ ବିଦ୍ୟାଳୟ ଆସି ଅନ୍ତେବାସୀ ମାନଙ୍କୁ ଗାଳିଗୁଲଜ କରୁଥିବା ନେଇ ଦୁଃଖର ସହ ପ୍ରକାଶ କରିଛନ୍ତି ସମସ୍ତ ଛାତ୍ରଛାତ୍ରୀ । ଯେଉଁଥିପାଇଁ ବାରମ୍ବାର ସମସ୍ୟା ବାବଦରେ ଜଣାଇ କୌଣସି ସମାଧାନ ନହେବାରୁ ଶେଷରେ ଆଜି ଅନ୍ତେବାସୀ ଗଣ ହଷ୍ଟେଲରୁ ବାହାରି ଚାଲି ଚାଲି ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ଏବଂ ଶିକ୍ଷା ଅଧିକାରୀଙ୍କୁ ଭେଟି ସମସ୍ତ ଅଭିଯୋଗ ସମାଧାନ ପାଇଁ ରାସ୍ତାରେ ଚାଲିଚାଲି ଯାଉଥିବା ନେଇ ତାଙ୍କୁ ଅଟକେଇ ପଚାରିବାରୁ ସମସ୍ତ ଘଟଣା ସାମ୍ନାକୁ ଆସିଛି ।

ରାଜରାସ୍ତାରେ ଛାତ୍ରଛାତ୍ରୀ – ସମୀକ୍ଷା

ଉଦଳା – ବାରିପଦା ରାଜ୍ୟ ରାଜପଥରେ ଅନ୍ତେବାସୀ ମାନେ ଚାଲି ଚାଲି ଯାଉଥିବା ବେଳେ ରାସ୍ତାରେ ପୋଲିସ ଏବଂ ବିଦ୍ୟାଳୟ କର୍ତୃପକ୍ଷ ଅଟକାଇ ସେମାନଙ୍କୁ ବୁଝାସୁଝା କରିଥିଲେ ସୁଦ୍ଧା କୌଣସି ସୁଫଳ ମିଳିପାରିନଥିଲା । ଅନ୍ତେବାସୀ ମାନେ ଦୀର୍ଘ ୯ କିମି ଚାଲି ଚାଲି ଅଧିକାରୀଙ୍କୁ ଭେଟିବାକୁ ଆଗକୁ ବଢୁଥିବା ଅତ୍ୟନ୍ତ ନିରାଶ ଜନକ ପରିସ୍ଥିତିକୁ ସୂଚାଉଥିଲା । ବିଭିନ୍ନ ବିଭାଗୀୟ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତାଙ୍କ ଖାଇବା ପିଇବା ବନ୍ଦୋବସ୍ତ କରିବା ବ୍ୟତୀତ ତାଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରିଥିଲେ ମଧ୍ୟ ଛାତ୍ରଛାତ୍ରୀ ତାଙ୍କ ନିଷ୍ପତ୍ତିରେ ଅଟଳ ରହିଥିଲେ । ତେବେ ବୁଝାସୁଝା ସହ ସମସ୍ତଙ୍କୁ
ବିଦ୍ୟାଳୟକୁ ଫେରାଇ ଆଣିବା ପରେ ମଧ୍ୟ ଛାତ୍ରଛାତ୍ରୀ ଧାରଣା ଦେଇଥିଲେ । ପୁଣି ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟ ସମ୍ମୁଖ ରାଜ୍ୟ ରାଜପଥ ଅବରୋଧ କରି କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। ଯାହାକୁ ନେଇ ଘଟଣା ସ୍ଥଳରେ ଉପସ୍ଥିତ ଅତିରିକ୍ତ ଜିଲ୍ଲାପାଳ, ଜିଲ୍ଲା ମଙ୍ଗଳ ଅଧିକାରୀ, ଉପ ଜିଲ୍ଲାପାଳଙ୍କ ସମେତ ବହୁ ପ୍ରଶାସନିକ ଅଧିକାରୀ ସେମାନଙ୍କ ସହ ଆଲୋଚନା କରିଥିଲେ। ଖୁବଶୀଘ୍ର ନିଶାସକ୍ତ ହୋଇ ବିଦ୍ୟାଳୟ ଆସୁଥିବା ପ୍ରଧାନ ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିଵା ସହିତ ହଷ୍ଟେଲ ବ୍ୟବସ୍ଥା ସୁଧାର ଆଣିବାର ପ୍ରତିଶୃତି ଦେବା ପରେ ଛାତ୍ରଛାତ୍ରୀ ଆନ୍ଦୋଳନରୁ ଓହରିଥିବା ଜଣାପଡିଛି । ଶିକ୍ଷାଅନୁଷ୍ଠାନରେ ଏଭଳି ଘଟଣାକୁ ବିଭିନ୍ନ ସ୍ତରରେ ବ୍ୟାପକ ନିନ୍ଦା କରାଯିବା ସହ କାର୍ଯ୍ୟାନୁଷ୍ଠାନକୁ ଅପେକ୍ଷା କରିଛନ୍ତି ଅବିଭାବକ ଗଣ ଓ ଅଞ୍ଚଳବାସୀ ।

ରାଜରାସ୍ତାରେ ଛାତ୍ରଛାତ୍ରୀ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଭୁବନେଶ୍ୱରରେ ପଡିଲା ଡିପ ଡିପ୍ରେସନର ପ୍ରଭାବ… କିଛି ସ୍ଥାନରେ ପ୍ରବଳ ବର୍ଷା ଯୋଗୁଁ ବୁଡ଼ିଲା ରାସ୍ତାଘାଟ