ବିଜୟ କୁମାର ମହାପାତ୍ର / ସମୀକ୍ଷା ନିୟୁଜ/ ପିପିଲି:
ପିପିଲି -ପିପିଲି ଥାନା ଅନ୍ତର୍ଗତ ମଠସାହି ଦୟା ନଦୀର ତୋଟା ପଡା ଘାଟ ନିକଟରେ ଜଣେ ୧୮ବର୍ଷର ଯୁବକ ର ମୃତ୍ୟୁ ଶରୀରକୁ ପିପିଲି ପୋଲିସ ଉଦ୍ଧାର କରିଛି। କିଛି ଦୂର ନିକଟରେ ଏକ କଳା ରଙ୍ଗର ସ୍କୁଟି ଗାଡି ରହିଥିବା ବେଳେ ସେଠାରେ ଆଇ କାର୍ଡ, ପ୍ୟାଣ୍ଟ, ଜୋତା, ଆଧାର କାର୍ଡ କୁ ପୋଲିସ ଜବତ କରିଛି। ମୃତକ ଙ୍କ ନାମ ଅବଦୁଲ ଅଜିଜ (୧୮) ଭବାନୀପୁର ପିପିଲି ଏନଏସି ହୋଇଥିବା ପୋଲିସ କୁ ପରିଚୟ ଜଣା ପଡିଛି। ସେ ଓମ ଶାନ୍ତି କଲେଜ ର ଛାତ୍ର ଅଟନ୍ତି। ଅନ୍ୟ ଜଣେ ସାଥିର ପ୍ୟାଣ୍ଟ ସାର୍ଟ ହୋଇଥିବା ନେଇ ପରିବାର ଲୋକ ଚିହ୍ନଟ କରଥିବା ବେଳେ ସେ ନିଖୋଜ ରହିଛନ୍ତି। ତାର ନାମ ମିର୍ଜା ଆସ୍ଫାକ (୧୮)ଅଟେ । ପିପିଲି ପୋଲିସ ମୃତ୍ୟୁ ଶରୀରକୁ ଜବତ କରିଛି। ମୃତକ ବାପା ସେକ ସରଫତ ଙ୍କ ଅଭିଯୋଗ କ୍ରମେ ଏକ ଅପମୃତୁ ମାମଲା ୨୩/୨୬ରୁଜୁ କରି ଶବ ବ୍ୟବଛେଦ ପାଇଁ ପୂରୀ ପଠାଇ ତଦନ୍ତ ଚଳାଇଥିବା ପୋଲିସ କହିଛି






