ସୁଶାନ୍ତ ପଣ୍ଡା / ପଶ୍ଚିମ ଓଡ଼ିଶା ମୁଖ୍ୟ / ସମୀକ୍ଷା ନ୍ୟୁଜ
ବରଗଡ,୨୪। ୯
ସରକଣ୍ଡା ହାଇସ୍କୁଲର ପ୍ରତିଷ୍ଠାତା ତଥା ଅଞ୍ଚଳର ବିଶିଷ୍ଟ ଶିକ୍ଷକ ସ୍ୱର୍ଗତ ମେଘନାଦ ପଧାନଙ୍କ ଏକାଦଶାହ ତିଥି ଅବସରରେ ଗୁରୁବାର ଖରମୁଣ୍ଡା ଗ୍ରାମରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସ୍ୱର୍ଗତ ପଧାନ ଙ୍କୁ ସ୍ଥାନୀୟ ଅଞ୍ଚଳରେ ସ୍ନେହରେ ‘ମେଘ ମାଷ୍ଟ୍ରେ’ ବୋଲି ସମ୍ବୋଧନ କରାଯାଉଥିଲା । ତାଙ୍କ ବିୟୋଗ ରେ ଖାରମୁଣ୍ଡା,ସରକଣ୍ଡା ସମେତ ଆଖପାଖ ଅଞ୍ଚଳ ଶୋକସନ୍ତପ୍ତ ହୋଇ ପଡ଼ିଛି । ସ୍ୱର୍ଗତ ମେଘନାଦ ପଧାନ ଅମ୍ବାଭୋନା ଓ ଭଟଲୀ ବ୍ଲକ ଅଞ୍ଚଳରେ ଜଣେ ଆଦର୍ଶ ଶିକ୍ଷକ ଭାବେ ସୁନାମ ଅର୍ଜନ କରିଥିଲେ । ଶିକ୍ଷାଦାନ ସହ ଅଞ୍ଚଳର ଶିକ୍ଷା ବିକାଶରେ ତାଙ୍କର ଅବଦାନ ଉଲ୍ଲେଖନୀୟ ଥିଲା । ସରକଣ୍ଡା ହାଇସ୍କୁଲର ପ୍ରତିଷ୍ଠା ସହ ତାଙ୍କ ନାମ ଅଙ୍ଗାଙ୍ଗୀ ଭାବେ ଜଡ଼ିତ ଥିବାରୁ ତାଙ୍କ ବିୟୋଗକୁ ସରକଣ୍ଡା ବାସୀ ଏକ ଶିକ୍ଷାପ୍ରେମୀ ବ୍ୟକ୍ତିତ୍ୱର ଅବସାନ ଭାବେ ଗ୍ରହଣ କରିଛନ୍ତି ।

ଏହି ଅବସରରେ ସୁରେନ୍ଦ୍ର ମେହେର ଙ୍କ ସଞ୍ଚାଳନାରେ ଆୟୋଜିତ ସଭାରେ ବରଗଡ଼ ଜିଲ୍ଳା ଶିକ୍ଷା ଅଧିକାରୀ ସରୋଜ କୁମାର ଭୁଏ, ଗୋଷ୍ଠୀ ଅଧିକାରୀ ଭଟଲି,କୃଷକ ନେତା ଲିଙ୍ଗରାଜ, ସୁବ୍ରତ ସିଂ, ଟେକ୍ ଚାନ୍ଦ ଦୁଆନ, , ରବିଶଙ୍କର ପଧାନ, ବୈଷ୍ଣବ ଭୋଇ, ମହେଶ ବାରିକ, ବିଶ୍ୱ ସା, ନିତ୍ୟାନନ୍ଦ ପ୍ରଧାନ,ବୁଦ୍ଧଦେବ ବିଶି, ହର ବଣିଆ, ସୁଶୀଳ ସାହୁ, ବିଘ୍ନରାଜ ଦାଶ, ନାରାୟଣ ମିଶ୍ର, କୀର୍ତ୍ତି ଦୁଆନ, ପ୍ରବୋଧ ଭୋଇ ଓ ଗିରିଜା ଶଙ୍କର ଆଚାର୍ଯ୍ୟ ପ୍ରମୁଖ ଯୋଗଦେଇ ସ୍ୱର୍ଗତ ପଧାନଙ୍କ ସ୍ମୃତିଚାରଣ କରିବା ସହ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ସ୍ୱର୍ଗତ ମେଘନାଦ ପଧାନଙ୍କ ଜୀବନ ଓ କର୍ମମୟ ଅବଦାନକୁ ନେଇ ପ୍ରସ୍ତୁତ ସ୍ମୃତି ପୁସ୍ତିକା ‘ସ୍ମୃତିରେ ମେଘ ମାଷ୍ଟ୍ରେ’ ପ୍ରକାଶିତ ହୋଇଥିଲା । ପୁସ୍ତିକା ରେ ତାଙ୍କ ସହ ଜଡ଼ିତ ବିଭିନ୍ନ ସ୍ମୃତି ଓ ଅନୁଭୂତିକୁ ସ୍ଥାନ ଦିଆ ଯାଇଛି । ମେଘ ମାଷ୍ଟ୍ରେଙ୍କ ଏକାଦଶାହ ଅବସରରେ ଅଞ୍ଚଳର ହଜାର ହଜାର ଲୋକଙ୍କ ସମାଗମ ହୋଇଥିଲା । ଶିକ୍ଷକ, ଛାତ୍ର, ପୂର୍ବତନ ଛାତ୍ର ଓ ଅଞ୍ଚଳବାସୀଙ୍କ ଉପସ୍ଥିତିରେ ଖରମୁଣ୍ଡାର ପରିବେଶ ଶୋକାକୁଳ ହୋଇଉଠିଥିଲା । ଜଣେ ଆଦର୍ଶ ଶିକ୍ଷକ ଓ ସରକଣ୍ଡା ହାଇସ୍କୁଲର ପ୍ରତିଷ୍ଠାତା ଭାବେ ସ୍ୱର୍ଗତ ମେଘନାଦ ପଧାନଙ୍କ ଅବଦାନ ଅଞ୍ଚଳବାସୀଙ୍କ ସ୍ମୃତିରେ ଚିରସ୍ଥାୟୀ ହୋଇ ରହିବ ବୋଲି ଉପସ୍ଥିତ ବ୍ୟକ୍ତିମାନେ ମତପ୍ରକାଶ କରିଥିଲେ ।






