ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଜିଲ୍ଲା ପ୍ରଶାସନ ତରଫରୁ ବରିଷ୍ଠ ଅଧିକାରୀଙ୍କ ଜିଲ୍ଲା ର ବିଭିନ୍ନ ଶିକ୍ଷାନୁଷ୍ଠାନ ଆକସ୍ମିକ ପରିଦର୍ଶନ

ଜିଲ୍ଲା ପ୍ରଶାସନ ତରଫରୁ ବରିଷ୍ଠ ଅଧିକାରୀଙ୍କ ଜିଲ୍ଲା ର ବିଭିନ୍ନ ଶିକ୍ଷାନୁଷ୍ଠାନ ଆକସ୍ମିକ ପରିଦର୍ଶନ – ସମୀକ୍ଷା ଖବର

ମନୋଜ ହଳଦର/ ନବରଙ୍ଗପୁର/ ସମୀକ୍ଷା ନ୍ୟୁଜ:

ଶିକ୍ଷାନୁଷ୍ଠାନ ଗୁଡିକୁ ଆକସ୍ମିକ ପରିଦର୍ଶନ କରି ଖାଦ୍ୟର ଗୁଣବତ୍ତା ଓ ଖାଦ୍ୟ ସାମଗ୍ରୀର ମହଜୁଦ ସ୍ଥିତି ଯାଞ୍ଚ କଲେ ଜିଲ୍ଲାର ବରିଷ୍ଠ ଅଧିକାରୀଙ୍କ । ନବରଙ୍ଗପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବିଦ୍ୟାଳୟଗୁଡ଼ିକରେ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ବ୍ୟବସ୍ଥା, ଖାଦ୍ୟର ଗୁଣବତ୍ତା ଏବଂ ସରକାରୀ ନିର୍ଦ୍ଧାରିତ ମାନଦଣ୍ଡର ଅନୁପାଳନ ସମ୍ପର୍କରେ ନିୟମିତ ତଦାରଖ କରାଯାଉଛି। ଏହି ପରିପ୍ରେକ୍ଷୀରେ ଆଜି ପାପଡ଼ାହାଣ୍ଡି ବ୍ଲକ୍‌ ଅନ୍ତର୍ଗତ ଦଳେଇଗୁଡ଼ା ଏସ୍‌ଏସ୍‌ଡି ଉଚ୍ଚ ବିଦ୍ୟାଳୟକୁ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବିଶ୍ୱଜିତ ବର୍ମାନ ଆକସ୍ମିକ ପରିଦର୍ଶନ କରିଥିଲେ। ତାଙ୍କ ସହ ଗୋଷ୍ଠୀ ଉନ୍ନୟନ ଅଧିକାରୀ କପିଳଦେବ ସାହୁ, ଜିଲ୍ଲା ପ୍ରକଳ୍ପ ଅଧିକାରୀ (ଡି.ପି.ଓ) ହିମାଂଶୁ ଶେଖର ପଟନାୟକ ଉପସ୍ଥିତ ଥିଲେ। ପରିଦର୍ଶନ ସମୟରେ ଅଧିକାରୀମାନେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପରିବେଷଣ କରାଯାଉଥିବା ଖାଦ୍ୟର ଗୁଣବତ୍ତା, ପରିମାଣ ଓ ପରିଚ୍ଛନ୍ନତା ଯାଞ୍ଚ କରିଥିଲେ। ଖାଦ୍ୟ ପ୍ରସ୍ତୁତି ଓ ପରିବେଷଣ ସମୟରେ ଆବଶ୍ୟକ ସ୍ୱଚ୍ଛତା ଏବଂ ସ୍ୱାସ୍ଥ୍ୟକର ପରିବେଶ ବଜାୟ ରହୁଛି କି ନାହିଁ, ତାହା ମଧ୍ୟ ଅନୁଧ୍ୟାନ କରାଯାଇଥିଲା।

ଜିଲ୍ଲା ପ୍ରଶାସନ ତରଫରୁ ବରିଷ୍ଠ ଅଧିକାରୀଙ୍କ ଜିଲ୍ଲା ର ବିଭିନ୍ନ ଶିକ୍ଷାନୁଷ୍ଠାନ ଆକସ୍ମିକ ପରିଦର୍ଶନ – ସମୀକ୍ଷା

ଏଥିସହ ବିଦ୍ୟାଳୟରେ ଉପଲବ୍ଧ ଚାଉଳ, ପନିପରିବା ଓ ଅନ୍ୟାନ୍ୟ ଖାଦ୍ୟ ସାମଗ୍ରୀର ଷ୍ଟକ୍‌ ସ୍ଥିତି ଯାଞ୍ଚ କରାଯାଇଥିଲା। ମହଜୁଦ ଖାଦ୍ୟ ସାମଗ୍ରୀର ପରିମାଣ, ସଂରକ୍ଷଣ ପ୍ରଣାଳୀ ଓ ରେକର୍ଡ ସମ୍ପର୍କରେ ଅଧିକାରୀମାନେ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କଠାରୁ ତଥ୍ୟ ନେଇଥିଲେ।ଜିଲ୍ଲାପ୍ରଶାସନ ପକ୍ଷରୁ ଶିକ୍ଷାନୁଷ୍ଠାନଗୁଡ଼ିକରେ ଛାତ୍ରଛାତ୍ରୀଙ୍କ କଲ୍ୟାଣ, ଉତ୍ତମ ଶିକ୍ଷା ପରିବେଶ, ପୁଷ୍ଟିକର ଖାଦ୍ୟ ଓ ଆବଶ୍ୟକ ସୁବିଧା ସୁନିଶ୍ଚିତ କରିବା ନିମନ୍ତେ କ୍ଷେତ୍ରସ୍ତରୀୟ ତଦାରଖ ଓ ଅନୁଧ୍ୟାନ ଜାରି ରହିବ ବୋଲି ଜଣାପଡ଼ିଛି। ପରିଦର୍ଶନ ଅବସରରେ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ନିର୍ଦ୍ଧାରିତ ମାନଦଣ୍ଡ ଅନୁଯାୟୀ ଗୁଣାତ୍ମକ, ପୁଷ୍ଟିକର ଓ ସୁରକ୍ଷିତ ଖାଦ୍ୟ ଯୋଗାଣ ସୁନିଶ୍ଚିତ କରିବା ସହ ଖାଦ୍ୟ ସାମଗ୍ରୀର ଯଥାଯଥ ସଂରକ୍ଷଣ ଓ ଷ୍ଟକ୍‌ ରେକର୍ଡ ନିୟମିତ ଭାବେ ଅଦ୍ୟତନ ରଖିବା ଉପରେ ଗୁରୁତ୍ୱାରୋପ କରାଯାଇଥିଲା।

ଜିଲ୍ଲା ପ୍ରଶାସନ ତରଫରୁ ବରିଷ୍ଠ ଅଧିକାରୀଙ୍କ ଜିଲ୍ଲା ର ବିଭିନ୍ନ ଶିକ୍ଷାନୁଷ୍ଠାନ ଆକସ୍ମିକ ପରିଦର୍ଶନ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଏଜେନସି ଙ୍କ ସହ ଆଲୋଚନା ପରେ ଧାରଣା ସ୍ଥଗିତ କଲା ସଂଘ