ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା”ଶତାଧିକ ଏସି ଅଚଳ, ଅନ୍ଧାରରେ ଶବଗୃହ

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା”ଶତାଧିକ ଏସି ଅଚଳ, ଅନ୍ଧାରରେ ଶବଗୃହ – ସମୀକ୍ଷା ଖବର

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼ା:

ଝାରସୁଗୁଡା, ୨୫/୯ : ରୋଗୀଙ୍କୁ ଉତ୍ତମ ସ୍ୱାସ୍ଥ୍ୟସେବା ଦେବା ପାଇଁ ନିର୍ମିତ ଝାରସୁଗୁଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଏବେ ନିଜର ମୌଳିକ ସୁବିଧାକୁ ନେଇ ଚର୍ଚ୍ଚାରେ l ସାତ ମହଲା ବିଶିଷ୍ଟ ଏହି ଚିକିତ୍ସାଳୟର ନିର୍ମାଣ ବ୍ୟୟ ପ୍ରାୟ ୪୨.୨୩ କୋଟି ଟଙ୍କା ବୋଲି ହସ୍ପିଟାଲ୍‌ର ଅଧିକାରିକ ୱେବସାଇଟ୍‌ରେ ଉଲ୍ଲେଖ ରହିଛି l ଏତେ ବଡ଼ ଚିକିତ୍ସା ପ୍ରତିଷ୍ଠାନରେ ଅଧିକାଂଶ ସମୟରେ ଲିଫ୍ଟ ଅଚଳ, ଶତାଧିକ ଏସି ବନ୍ଦ, ପର୍ଯ୍ୟାପ୍ତ ସିସିଟିଭିର ଅଭାବ ଏବଂ ନୂତନ ଶବଗୃହକୁ ବିଦ୍ୟୁତ୍‌ ସଂଯୋଗ ନହେବା ଭଳି ଅଭିଯୋଗ ସାମ୍ନାକୁ ଆସିବା ପରେ ରକ୍ଷଣାବେକ୍ଷଣ ବ୍ୟବସ୍ଥା ଉପରେ ବଡ଼ ପ୍ରଶ୍ନ ଉଠିଛି l ଜିଲ୍ଲାର ସହରାଞ୍ଚଳ ସମେତ ଦୂରଦୂରାନ୍ତର ଗ୍ରାମାଞ୍ଚଳରୁ ପ୍ରତିଦିନ ଶତାଧିକ ରୋଗୀ ଏହି ଚିକିତ୍ସାଳୟ ଉପରେ ନିର୍ଭର କରୁଛନ୍ତି l ଗୁରୁତର ରୋଗୀଙ୍କ ଚିକିତ୍ସାଠାରୁ ସାଧାରଣ ରୋଗୀଙ୍କ ଓପିଡି ସେବା ପର୍ଯ୍ୟନ୍ତ ଏହି ଚିକିତ୍ସାଳୟର ଭୂମିକା ଗୁରୁତ୍ୱପୂର୍ଣ୍ଣ l ହେଲେ ମୌଳିକ ଭିତ୍ତିଭୂମିର ରକ୍ଷଣାବେକ୍ଷଣରେ ଅବହେଳା ଯୋଗୁଁ ରୋଗୀ, ସମ୍ପର୍କୀୟ, ଡାକ୍ତର ଓ କର୍ମଚାରୀ ଅସୁବିଧାରେ ପଡ଼ୁଥିବା ଅଭିଯୋଗ ହୋଇଛି l

“ଶତାଧିକ ଏସି ଅଚଳ, ଗରମରେ ରୋଗୀ”
ଚିକିତ୍ସାଳୟର ବିଭିନ୍ନ ୱାର୍ଡ, ଆଇସିୟୁ, ଓପିଡି ଓ ଡାକ୍ତରଙ୍କ ପ୍ରକୋଷ୍ଠରେ ଏସି ବ୍ୟବସ୍ଥା ରହିଛି l ହେଲେ ଏଥିମଧ୍ୟରୁ ଶତାଧିକ ଏସି ଦୀର୍ଘଦିନ ଧରି ଅଚଳ ଥିବା ଅଭିଯୋଗ ହୋଇଛି l ଫଳରେ ରୋଗୀଙ୍କ ସହ ଡାକ୍ତର ଓ କର୍ମଚାରୀମାନେ ଗରମରେ ହଇରାଣ ହେଉଛନ୍ତି l ଅଭିଯୋଗ ଅନୁଯାୟୀ, ଅଚଳ ଏସିଗୁଡ଼ିକର ମରାମତି ପାଇଁ ପୂର୍ତ୍ତ ବିଭାଗକୁ ବାରମ୍ବାର ଜଣାଇବା ସତ୍ତ୍ୱେ ସମସ୍ୟାର ସ୍ଥାୟୀ ସମାଧାନ ହେଉନାହିଁ l ଯଦି ଏହା ସତ, ତେବେ ପ୍ରଶ୍ନ ଉଠୁଛି ଏତେ ଦିନ ଧରି ଶତାଧିକ ଏସି ଅଚଳ ରହିବା ପରେ ମଧ୍ୟ ମରାମତି କାହିଁକି ହୋଇପାରୁ ନାହିଁ ? ଏଥିପାଇଁ ଦାୟୀ କିଏ ?

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା”ଶତାଧିକ ଏସି ଅଚଳ, ଅନ୍ଧାରରେ ଶବଗୃହ – ସମୀକ୍ଷା

“ଅଧିକାଂଶ ସମୟରେ ଲିଫ୍ଟ ଅଚଳ, ରୋଗୀ ଚଢ଼ୁଛନ୍ତି ସିଡ଼ି”
ସାତ ମହଲା ଚିକିତ୍ସାଳୟରେ ଲିଫ୍ଟ ବ୍ୟବସ୍ଥା ରୋଗୀଙ୍କ ପାଇଁ ଏକ ମୌଳିକ ଆବଶ୍ୟକତା l ବିଶେଷକରି ବୃଦ୍ଧ, ଗୁରୁତର ଅସୁସ୍ଥ ଓ ଚାଲିବାରେ ଅସୁବିଧା ଥିବା ରୋଗୀଙ୍କ ପାଇଁ ଲିଫ୍ଟ ଅଚଳ ହେବା ଗୁରୁତର ସମସ୍ୟା l ହେଲେ ପ୍ରାୟ ଅଧିକାଂଶ ସମୟରେ ଲିଫ୍ଟ ଗୁଡ଼ିକ ଅଚଳ ରହୁଥିବା ଅଭିଯୋଗ ହୋଉଛି l ରୋଗୀସେବାରେ ଲିଫ୍ଟ ଏତେ ଜରୁରୀ ହୋଇଥିବା ସତ୍ତ୍ୱେ ଏହାର ନିୟମିତ ରକ୍ଷଣାବେକ୍ଷଣ କାହିଁକି ହେଉନାହିଁ ? ଲିଫ୍ଟ ଅଚଳ ହେଲେ ମରାମତି ପାଇଁ କେତେ ସମୟ ଲାଗୁଛି ?

“ମାର୍ଚ୍ଚରେ ନିର୍ମାଣ ସରିଲା, ଏଯାଏଁ ଅନ୍ଧାରରେ ଶବଗୃହ”
ଚିକିତ୍ସାଳୟର ନୂତନ ଶବଗୃହକୁ ନେଇ ଅବ୍ୟବସ୍ଥାର ଚିତ୍ର ଆହୁରି ସ୍ପଷ୍ଟ l ସୂଚନା ଅନୁଯାୟୀ, ଗତ ମାର୍ଚ୍ଚ ମାସରେ ଶବଗୃହର ନିର୍ମାଣ କାମ ଶେଷ ହୋଇଥିଲା l କିନ୍ତୁ ଏପର୍ଯ୍ୟନ୍ତ ସେଠାକୁ ବିଦ୍ୟୁତ୍‌ ସଂଯୋଗ ହୋଇନାହିଁ l ନିର୍ମାଣ ସରିବାର ୬ ମାସ ପରେ ମଧ୍ୟ ଯଦି ଶବଗୃହ ବ୍ୟବହାରଯୋଗ୍ୟ ହୋଇପାରୁନାହିଁ, ତେବେ ଯୋଜନା ଓ ନିର୍ମାଣର ସମନ୍ୱୟକୁ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ l ନିର୍ମାଣ ସରିବା ପୂର୍ବରୁ ବିଦ୍ୟୁତ୍‌ ସଂଯୋଗର ବ୍ୟବସ୍ଥା କାହିଁକି ହୋଇନଥିଲା ? ମାର୍ଚ୍ଚରୁ ଏପର୍ଯ୍ୟନ୍ତ କେତେଥର ବିଦ୍ୟୁତ୍‌ ସଂଯୋଗ ପାଇଁ ପଦକ୍ଷେପ ନିଆଯାଇଛି ? ବିଳମ୍ବର କାରଣ କ’ଣ ?

“ସିସିଟିଭି କମ୍‌, ସୁରକ୍ଷା ବ୍ୟବସ୍ଥା ନେଇ ପ୍ରଶ୍ନ”
ଚିକିତ୍ସାଳୟ ଭଳି ସମ୍ବେଦନଶୀଳ ସ୍ଥାନରେ ରୋଗୀ ଓ ସମ୍ପର୍କୀୟଙ୍କ ସୁରକ୍ଷା ଦୃଷ୍ଟିରୁ ସିସିଟିଭି ନିରୀକ୍ଷଣ ଗୁରୁତ୍ୱପୂର୍ଣ୍ଣ l ହେଲେ ଚିକିତ୍ସାଳୟରେ ଆବଶ୍ୟକ ସଂଖ୍ୟକ ସିସିଟିଭି ନଥିବା ଅଭିଯୋଗ ହୋଇଛି l ଏହା ଯଦି ସତ, ତେବେ ଚିକିତ୍ସାଳୟ ପ୍ରଶାସନ ପକ୍ଷରୁ ସୁରକ୍ଷା ଅଡିଟ୍‌ କରାଯାଇଛି କି ନାହିଁ, ତାହା ସ୍ପଷ୍ଟ ହେବା ଆବଶ୍ୟକ l

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା”ଶତାଧିକ ଏସି ଅଚଳ, ଅନ୍ଧାରରେ ଶବଗୃହ – ସମୀକ୍ଷା

“ପ୍ରଶ୍ନରେ ସିଡିଏମ୍‌ଓ ଏବଂ ପୂର୍ତ୍ତ ବିଭାଗ”
ଏସବୁ ସମସ୍ୟା ମଧ୍ୟରେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି ଚିକିତ୍ସାଳୟର ମୌଳିକ ସୁବିଧାଗୁଡ଼ିକର ରକ୍ଷଣାବେକ୍ଷଣ ପ୍ରତି କାହାର ଦାୟିତ୍ୱ ? ଚିକିତ୍ସାଳୟ ପକ୍ଷରୁ ଯଦି ଏସି, ଲିଫ୍ଟ, ବିଦ୍ୟୁତ୍‌ ଓ ଅନ୍ୟାନ୍ୟ ଭିତ୍ତିଭୂମି ସମସ୍ୟା ସମ୍ପର୍କରେ ପୂର୍ତ୍ତ ବିଭାଗକୁ ଅବଗତ କରାଯାଇଛି, ତେବେ ପୂର୍ତ୍ତ ବିଭାଗ କେବେ କେବେ ଏହାର ଯାଞ୍ଚ କରିଛି ? କେତୋଟି ଏସି ମରାମତି ହୋଇଛି ? କେତୋଟି ଏବେ ବି ଅଚଳ ? ମରାମତି ପାଇଁ କେତେ ଅର୍ଥ ଆବଶ୍ୟକ ଏବଂ କେତେ ଅର୍ଥ ମଞ୍ଜୁର ହୋଇଛି ? ଅଚଳ ଏସି, ଲିଫ୍ଟ, ସିସିଟିଭି ଓ ଶବଗୃହ ସମସ୍ୟା ସମ୍ପର୍କରେ କେତେଥର ଲିଖିତ ଭାବେ ସମ୍ପୃକ୍ତ ବିଭାଗକୁ ଅବଗତ କରା ଯାଇଛି ? ଏପର୍ଯ୍ୟନ୍ତ କ’ଣ ପଦକ୍ଷେପ ନିଆଯାଇଛି ?

“ରକ୍ଷଣାବେକ୍ଷଣ ନା ଅବହେଳା ?”
ନୂଆ କୋଠା, ନୂଆ ସୁବିଧା ଓ ନୂଆ ଭିତ୍ତିଭୂମି ନିର୍ମାଣ କରିଦେଲେ ହିଁ ରୋଗୀସେବା ସୁଦୃଢ଼ ହୁଏନାହିଁ l ନିର୍ମିତ ଭିତ୍ତିଭୂମି ନିୟମିତ ଭାବେ ଚାଲୁ ରହିବା ଓ ସମୟୋପଯୋଗୀ ମରାମତି ହେବା ମଧ୍ୟ ସେତିକି ଜରୁରୀ l ଝାରସୁଗୁଡ଼ା ଡିଏଚ୍‌ଏଚ୍‌ରେ ଉଠୁଥିବା ଅଭିଯୋଗଗୁଡ଼ିକ ଏହି ରକ୍ଷଣାବେକ୍ଷଣ ବ୍ୟବସ୍ଥାକୁ ନେଇ ଅନେକ ପ୍ରଶ୍ନ ସୃଷ୍ଟି କରିଛି l ଏବେ ଆବଶ୍ୟକ କେବଳ ଆଶ୍ୱାସନ ନୁହେଁ, ବରଂ ସମସ୍ୟାର ତାଲିକା, ଦାୟୀ ବିଭାଗ, ମରାମତିର ଖର୍ଚ୍ଚ, ସମୟସୀମା ଏବଂ କାମର ଅଗ୍ରଗତି ସାର୍ବଜନୀନ କରାଯିବା ଆବଶ୍ୟକ l ଜିଲ୍ଲାର ପ୍ରମୁଖ ସରକାରୀ ଚିକିତ୍ସାଳୟରେ ମୌଳିକ ସୁବିଧା ଅଚଳ ରହିବା ଏବେ କେବଳ ଏକ ପ୍ରଶାସନିକ ସମସ୍ୟା ନୁହେଁ; ଏହା ରୋଗୀସେବାର ଗୁଣବତ୍ତା ସହ ସିଧାସଳଖ ଜଡ଼ିତ l

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା”ଶତାଧିକ ଏସି ଅଚଳ, ଅନ୍ଧାରରେ ଶବଗୃହ – ସମୀକ୍ଷା

ଜିଲ୍ଲା ପ୍ରଶାସନ ଏହି ସମସ୍ୟାଗୁଡ଼ିକର ତୁରନ୍ତ ଯାଞ୍ଚ କରି ଦାୟିତ୍ୱ ନିର୍ଦ୍ଧାରଣ କରୁ l ଅଚଳ ଏସି ଗୁଡ଼ିକର ଶୀଘ୍ର ମରାମତି, ଆବଶ୍ୟକ ସ୍ଥାନରେ ସିସିଟିଭି ସ୍ଥାପନ ଏବଂ ନୂତନ ଶବଗୃହକୁ ତୁରନ୍ତ ବିଦ୍ୟୁତ୍‌ ସଂଯୋଗ ଦେଇ କାର୍ଯ୍ୟକ୍ଷମ କରାଯାଉ l ସମସ୍ତ ମୌଳିକ ସୁବିଧାର ରକ୍ଷଣାବେକ୍ଷଣ ପାଇଁ ସ୍ପଷ୍ଟ ଦାୟିତ୍ୱ ଓ ସମୟସୀମା ଧାର୍ଯ୍ୟ କରାଯିବାକୁ ସାଧାରଣରେ ଦାବି ହେଉଛି l

ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅବ୍ୟବସ୍ଥା”ଶତାଧିକ ଏସି ଅଚଳ, ଅନ୍ଧାରରେ ଶବଗୃହ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ବର୍ଷାରେ ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ଝରିଗାଁ ବିଧାୟକ