ବିନୟ ସାହୁ / ବଣେଇ ରିପୋର୍ଟର /ସମୀକ୍ଷା ନ୍ୟୁଜ:
CPI(M), CITU ଏବଂ ୟୁନାଇଟେଡ୍ ମାଇନ୍ସ ମଜଦୁର ୟୁନିୟନର ନେତୃତ୍ୱରେ କୋଇଡ଼ା ଖଣି ଅଞ୍ଚଳର ହଜାର ହଜାର ଖଣି ଶ୍ରମିକ ଓ ସ୍ଥାନୀୟ ଆଦିବାସୀ ଲୋକ ବିଶାଳ ପ୍ରତିବାଦ, ଧର୍ମଘଟ, ରେଳରୋକୋ ଓ ଅର୍ଥନୈତିକ ଅବରୋଧରେ ସାମିଲ ହୋଇଥିଲେ।
SAILର କାଲଟା, ତାଲଡିହି, ବରସୁଆଁ, ରକ୍ସି, ପଟାସାହି, ବିମଳାଗଡ଼ ଓ ରଙ୍ଗରା ଖଣି ଅଞ୍ଚଳ ଏବଂ ରେଳ ସାଇଡିଂଗୁଡ଼ିକରେ ଅର୍ଥନୈତିକ ଅବରୋଧ କରାଯାଇଥିଲା। ରକ୍ସି ଓ ପଟାସାହିରେ ରେଳରୋକୋ ସହ ରକ୍ସିଠାରେ NH-520 ମଧ୍ୟ ଅବରୋଧ କରାଯାଇଥିଲା।
ଶ୍ରମିକମାନେ ସମସ୍ତଙ୍କୁ କାମ, ସର୍ବନିମ୍ନ ମଜୁରି ବୃଦ୍ଧି, ସମ୍ମାନଜନକ ଜୀବନଯାପନ, ଉନ୍ନତ ମୌଳିକ ସୁବିଧା ଓ ଶ୍ରମିକ ଅଧିକାରର ସୁରକ୍ଷା ଦାବି କରିଥିଲେ।
ପ୍ରତିବାଦକାରୀମାନେ MMDR ସଂଶୋଧନ ଆଇନ, ୨୦୨୬କୁ ବିରୋଧ କରିବା ସହ ଓଡ଼ିଶାର ଖଣିଜ ସମ୍ପଦ ଉପରେ କର୍ପୋରେଟ୍ ନିୟନ୍ତ୍ରଣ ଓ ଲୁଟ୍କୁ ବିରୋଧ କରିଥିଲେ।

ବିଶାଳ ପ୍ରତିବାଦ ସଭାରେ କମ୍ରେଡ୍ ଲକ୍ଷ୍ମଣ ମୁଣ୍ଡା, ବିଧାୟକ, ବଣାଇ; କମ୍ରେଡ୍ ପ୍ରମୋଦ କୁମାର ସାମଲ, ରାଜ୍ୟ ସମ୍ପାଦକମଣ୍ଡଳୀ ସଦସ୍ୟ, CPI(M) ଏବଂ CITU ନେତା ପ୍ରଭାତ କୁମାର ପଣ୍ଡା ଉଦ୍ବୋଧନ ଦେଇଥିଲେ।
କୋଇଡ଼ାର ଖଣି ଶ୍ରମିକଙ୍କ ଦାବି ଗୁଡିକ ହେଲା ଓଡ଼ିଶାର ଖଣିଜ ସମ୍ପଦ ଜନସାଧାରଣ ଓ ଶ୍ରମିକଙ୍କ ସ୍ୱାର୍ଥରେ ବ୍ୟବହାର ହେଉ!,କର୍ପୋରେଟ୍ ଲୁଟ୍ ବନ୍ଦ କର, ଶ୍ରମିକ ଅଧିକାର ସୁରକ୍ଷା କର,ଆଦିବାସୀଙ୍କ ଜୀବିକା ଓ ଜୀବନଜୀବିକାର ସୁରକ୍ଷା କର,MMDR ସଂଶୋଧନ ଆଇନ, ୨୦୨୬ ବାତିଲ କର,ଓଡ଼ିଶାର ଖଣିଜ ସମ୍ପଦ ସୁରକ୍ଷା କର






