ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ବରଗଡ଼ରେ ଯୋଗ ଦେଲେ ନୂତନ ଏସ୍‌ଡିପିଓ ଆଇପିଏସ ଏ.ବି. ଶିଳ୍ପା

ବରଗଡ଼ରେ ଯୋଗ ଦେଲେ ନୂତନ ଏସ୍‌ଡିପିଓ ଆଇପିଏସ ଏ.ବି. ଶିଳ୍ପା – ସମୀକ୍ଷା ଖବର

ସୁଶାନ୍ତ ପଣ୍ଡା / ପଶ୍ଚିମ ଓଡ଼ିଶା ମୁଖ୍ୟ / ସମୀକ୍ଷା ନ୍ୟୁଜ:

ବରଗଡ଼: ବରଗଡ଼ ଉପଖଣ୍ଡର ନୂତନ ଏସ୍‌ଡିପିଓ ଭାବେ ୨୦୨୧ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ଏ. ବି. ଶିଳ୍ପା ନିଯୁକ୍ତ ହୋଇଛନ୍ତି।ଏ. ବି. ଶିଳ୍ପା କେରଳ ବିଶ୍ୱବିଦ୍ୟାଳୟରୁ କମ୍ପ୍ୟୁଟର ସାଇନ୍ସ ଓ ଇଞ୍ଜିନିୟରିଂରେ ବି.ଟେକ୍‌ ଡିଗ୍ରୀ ହାସଲ କରିଥିବା ବେଳେ। ଆଇବିଏସ୍ ସଫ୍ଟୱେର ସର୍ଭିସେସ୍‌ରେ ସଫ୍ଟୱେର ଡେଭେଲପର ଭାବେ କାର୍ଯ୍ୟ କରିଛନ୍ତି। ୟୁପିଏସ୍‌ସି ସିଭିଲ୍ ସର୍ଭିସେସ୍ ପରୀକ୍ଷା ୨୦୧୯: ସର୍ବଭାରତୀୟ ସ୍ତରରେ ୨୯୮ତମ ସ୍ଥାନ (AIR 298) ହାସଲ କରି ଭାରତୀୟ ରେଳ ଟ୍ରାଫିକ୍ ସେବା (IRTS)ରେ ଯୋଗଦେଇଥିଲେ ଏବଂ ଦୁଇ ବର୍ଷ ଧରି କାର୍ଯ୍ୟ କରିଥିଲେ।
ୟୁପିଏସ୍‌ସି ସିଭିଲ୍ ସର୍ଭିସେସ୍ ପରୀକ୍ଷା ୨୦୨୧ ପୁନର୍ବାର ସଫଳତା ହାସଲ କରି ସର୍ବଭାରତୀୟ ସ୍ତରରେ ୧୪୭ତମ ସ୍ଥାନ (AIR 147) ଅଧିକାର କରିଥିଲେ ଏବଂ ଭାରତୀୟ ପୁଲିସ୍ ସେବା (IPS)ରେ ଯୋଗଦେଇଥିଲେ। ୨୦୨୪ ମସିହାରେ ଗଞ୍ଜାମରେ ସହକାରୀ ଆରକ୍ଷୀ ଅଧୀକ୍ଷକ (ASP)/ଅଣ୍ଡର ଟ୍ରେନିଂ (UT) ଭାବେ କାର୍ଯ୍ୟ କରିଥିଲେ। ଏ. ବି. ଶିଳ୍ପାଙ୍କ କ୍ୟାରିୟର ଏକ ସଫ୍ଟୱେର ଇଞ୍ଜିନିୟରରୁ ସିଭିଲ୍ ସର୍ଭିସ୍ ଏବଂ ପରବର୍ତ୍ତୀ ସମୟରେ ଭାରତୀୟ ପୁଲିସ୍ ସେବାକୁ ଯାତ୍ରାର ଏକ ଉଲ୍ଲେଖନୀୟ ଉଦାହରଣ। ୟୁପିଏସ୍‌ସି ସିଭିଲ୍ ସର୍ଭିସେସ୍ ପରୀକ୍ଷାରେ ଦୁଇଥର ସଫଳତା ହାସଲ କରି ସେ ନିଜର ପ୍ରତିଭା ଓ ଅଧ୍ୟବସାୟର ପରିଚୟ ଦେଇଛନ୍ତି ତେବେ ବର୍ତ୍ତମାନ ବରଗଡ଼ ଏସ୍‌ଡିପିଓ ଭାବେ ନୂତନ ଦାୟିତ୍ୱ ପାଇଛନ୍ତି । ତେବେ ନୂତନ ଦାୟିତ୍ୱ ଗ୍ରହଣ ପରେ ବରଗଡ଼ ଉପଖଣ୍ଡରେ ଆଇନଶୃଙ୍ଖଳା, ଅପରାଧ ନିୟନ୍ତ୍ରଣ ଓ ଜନସାଧାରଣଙ୍କ ସୁରକ୍ଷା ସମ୍ପର୍କିତ ବିଭିନ୍ନ ପୁଲିସ କାର୍ଯ୍ୟକଳାପର ତଦାରଖ ତାଙ୍କ ଦାୟିତ୍ୱ ରହିବ।ତେବେ ତାଙ୍କ ଯୋଗଦାନ ପରେ ବରଗଡ଼ ବାସୀଙ୍କ ମଧ୍ୟରେ ମଧ୍ୟ ଆଶା ସୃଷ୍ଟି ହୋଇଛି। ତାଙ୍କ ଅଭିଜ୍ଞତା ଓ ଦକ୍ଷ ନେତୃତ୍ୱରେ ବରଗଡ଼ ଉପଖଣ୍ଡ ପୁଲିସ ବ୍ୟବସ୍ଥା ଆହୁରି ସୁଦୃଢ଼ ହେବା ସହ ଅଞ୍ଚଳରେ ଅପରାଧ ନିୟନ୍ତ୍ରଣ, ଆଇନଶୃଙ୍ଖଳା ରକ୍ଷା ଓ ଜନସୁରକ୍ଷା କ୍ଷେତ୍ରରେ ନୂତନ ଦିଗ ଖୋଲିବ ବୋଲି ସାଧାରଣରେ ଆଶା ପ୍ରକାଶ ପାଇଛି।

ବରଗଡ଼ରେ ଯୋଗ ଦେଲେ ନୂତନ ଏସ୍‌ଡିପିଓ ଆଇପିଏସ ଏ.ବି. ଶିଳ୍ପା – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ‘ସମ୍ବନ୍ଧ’ ସଦସ୍ୟତା ମହା ଅଭିଯାନର ଜିଲ୍ଲାସ୍ତରୀୟ ଶୁଭାରମ୍ଭ