ଦୁର୍ଗା ପ୍ରସାଦ ଦାଶ /ଜିଲ୍ଲା ପ୍ରତିନିଧି /ସମୀକ୍ଷା ନିୟୁଜ
ଖୋର୍ଦ୍ଧା ୨୫/୯/୨୬
ଲଘୁଚାପ ପ୍ରଭାବରେ ବେହାଲ ହୋଇଛି ସାରା ଓଡିଶା lତୁହାକୁ ତୁହା ବର୍ଷା ସାଙ୍ଗକୁ ପ୍ରବଳ ବର୍ଷାରେ ଭିଜିଛି ସାରା ଓଡିଶା lଏହାର ପ୍ରଭାବ ମଧ୍ୟ ଚିଲିକା ରେ ଅନୁଭୂତ ହେଉଛି l ଶାନ୍ତ ଶୀତଳ ଜଳ ରାଶି ଏବେ ହୋଇ ଉଠିଛି ଅଶାନ୍ତ lଉଚ୍ଚ ଉଚ୍ଚ ଜୁଆର ଆସିବା ଯୋଗୁଁ ଅଶାନ୍ତ ହୋଇଛି ଚିଲିକା l ଢେଉ ମାଡ଼ରେ ଭାଙ୍ଗି ରୁଜି ଯାଉଛି କେତେଗୁଡିଏ ଡ଼ଙ୍ଗା lଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ସୋରଣ ଜେଟି ନିକଟରେ lଲଘୁଚାପ ଯୋଗୁଁ ଚିଲିକାରେ ଡ଼ଙ୍ଗା ବାହାଣକୁ ବାରଣ କରିଛି ପ୍ରଶାସନ l ଫଳରେ ମସ୍ୟଜୀବୀ ମାନେ ନିଜ ନିଜର ଡ଼ଙ୍ଗାକୁ ସୁରକ୍ଷିତ ଭାବେ ଜେଟି ନିକଟରେ ଖଟାଇ ରଖିଛନ୍ତି lତେବେ ପ୍ରବଳ ବର୍ଷା ଯୋଗୁଁ ଡ଼ଙ୍ଗା ଗୁଡିକରେ ପାଣି ଭର୍ତ୍ତି ହେବାରେ ଲାଗିଛି lଫଳରେ କେତେକ ଡ଼ଙ୍ଗା ବୁଡି ଯାଇଥିବା ବେଳେ ଅନ୍ୟ କେତେକ ଡ଼ଙ୍ଗା ମଧ୍ୟ ଭାଙ୍ଗି ରୁଜି ଯାଇଥିବା ଜଣାପଡିଛି lତେଣୁ ବର୍ଷା ପରେ ପ୍ରଶାସନ ତୁରନ୍ତ ହସ୍ତକ୍ଷେପ କରି ଡ଼ଙ୍ଗାଗୁଡିକୁ ପୁନଃରୁଦ୍ଧାର କରିବାକୁ ସାଧାରଣ ରେ ଦାବି ହେଉଛି l






