ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ନୟାଗଡ଼ ଜିଲ୍ଲା ପାଳିଲା: ବିଶ୍ୱ ପର୍ଯ୍ୟଟନ ଦିଵସ

ନୟାଗଡ଼ ଜିଲ୍ଲା ପାଳିଲା: ବିଶ୍ୱ ପର୍ଯ୍ୟଟନ ଦିଵସ – ସମୀକ୍ଷା ଖବର


ଅଜିତ କୁମାର ପ୍ରଧାନ / ନୟାଗଡ଼ ସାମ୍ବାଦିକ / ସମୀକ୍ଷା ନ୍ୟୁଜ:

ଆଜି ନୟାଗଡ଼ ଜିଲ୍ଲା ତରଫରୁ ବିଶ୍ୱ ପର୍ଯ୍ୟଟନ ଦିବସ ପାଳନ ଅବସରରେ ଏକ ଦୌଡ ପ୍ରତିଯୋଗିତା ଜିଲ୍ଲା ପର୍ଯ୍ୟଟନ ଅଧିକ।ରୀ ଙ୍କ ପରୌତେ ରେ ଅନୁଷ୍ଠିତ ହୋଇଥିଲା। ଏହି ଦୌଡକୁ ମାନନୀୟ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଈଂ ଦେବାଶିଷ ପଟ୍ଟନାୟକ ଓ ଜିଲ୍ଲାପାଳ ଶ୍ରୀମତୀ ମଧୁସ୍ମିତା ରଥ ଆନୁଷ୍ଠାନିକ ଭାବରେ ଉଦ୍ଘାଟନ କରିଥିଲେ ସମ୍ମାନୀତ ଅତିଥି ଭାବରେ ଉପ ଜିଲ୍ଲାପାଳ ଶ୍ରୀ କର୍ଣ୍ଣ ଦେବ ଦମଦାର, ଜିଲ୍ଲା ଜଙ୍ଗଲ ଅଧିକାରୀ ଶ୍ରୀ ରାମ ପଦ ଅରବିନ୍ଦ ମିଶ୍ରା ଓ ଦେବର୍ଚ୍ଚନ ବେହେରା, ଶ୍ରୀମତୀ ଗୀତାଞ୍ଜଳି ସାହୁ, କ୍ରୀଡ଼ା ଓ ସୂଚନା ଅଧିକାରୀ ପ୍ରମୁଖ ଯୋଗଦେଇ ପତାକା ଏହି ଦୌଡ଼ ପ୍ରତିଯୋଗିତା କୁ ପତକା ଅନୁମତି ଦେଇଥିଲେ।
250 ରୁ ଉର୍ଦ୍ଧ୍ବ ପିଲା ଏହି ଦୌଡ଼ ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ । ସମସ୍ତେ ଶ୍ରୀ ଜଗନ୍ନାଥ ମନ୍ଦିର ରୁ ଟ୍ରାଫିକ ଛକ ଆଉ ପର୍ଯ୍ୟଟନ ଅଫିସ୍ ଦେଇ ଷ୍ଟାଡିୟମ୍ ଠାରେ ପହଞ୍ଚିଥିଲେ ଏଠାରେ ଆୟୋଜିତ ପୁରଷ୍କାର ବିତରଣ ଉତ୍ସବରେ ମହିଳା ଓ ପୁରୁଷ ବିଭାଗରେ ପ୍ରଥମ ଦ୍ୱିତୀୟ ଓ ତୃତୀୟ ସ୍ଥାନ ଅଧିକାର କରିଥିବା ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ ରୂପରେ ଟ୍ରଫି, ସର୍ଟିଫିକେଟ ଆଉ ୧୦୦୦ ଟଙ୍କା ପ୍ରଦାନ କରାଯାଇଛି ଏହି ଅର୍ଥ ରାଶିକୁ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପ୍ରଦାନ କରିଥିଲେ ଏବଂ ଗତ କାଲି ଅନୁଷ୍ଠିତ ହୋଇଥିବା ସାଧାରଣ ଜ୍ଞାନ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରଯାଇଥିଲା। ଶେଷ ରେ ଉଜିଲ୍ଲାପାଳ ଧନ୍ୟବାଦ୍ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଅଭନେତା ତଥା ସମାଜ ବିଜ୍ଞାନୀ ଡ଼ଃ ରୁଷି ପଟ୍ଟନାୟକ ମଞ୍ଚ ପରିଚାଳନା କରିଥିଲେ।

ନୟାଗଡ଼ ଜିଲ୍ଲା ପାଳିଲା: ବିଶ୍ୱ ପର୍ଯ୍ୟଟନ ଦିଵସ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର କଲ୍ୟାଣସିଂହପୁରରେ ଲଗାଣ ବର୍ଷାର ପ୍ରକୋପ: କାନ୍ଥ ପଡ଼ି ଘର ଭାଙ୍ଗିଲା, ଅଳ୍ପକେ ବର୍ତ୍ତିଲେ ଗୋଟିଏ ପରିବାରର ୩ ଜଣ