ଟଙ୍କଧର ପାତ୍ର/ ଯୋଡ଼ା/ ସମୀକ୍ଷା ନ୍ୟୁଜ :
ଯୋଡ଼ା, କେନ୍ଦୁଝର, ୨୭/୦୯/୨୦୨୬: ବଡ଼ବିଲ ପୌରପାଳିକା ଅଞ୍ଚଳର ଷ୍ଟେସନ ରୋଡ୍ରେ ‘ଦ ବିବିଏନ୍ ପୋଷ୍ଟ’ର ନୂତନ କାର୍ଯ୍ୟାଳୟ ଭବ୍ୟ ସମାରୋହରେ ଉଦ୍ଘାଟିତ ହୋଇଯାଇଛି। ଏହି ଅବସରରେ ବଡ଼ବିଲ ଏସ୍ଡିପିଓ ଦେବେନ୍ଦ୍ର ନାଥ ପିଙ୍ଗୁଆ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଫିତା କାଟି କାର୍ଯ୍ୟାଳୟର ଶୁଭ ଉଦ୍ଘାଟନ କରିଥିଲେ। ଏହି ଉଦ୍ଘାଟନ ସମାରୋହରେ ‘ଦ ବିବିଏନ୍ ପୋଷ୍ଟ’ର ପ୍ରତିଷ୍ଠାତା ତଥା ସମ୍ପାଦକ ଅମଲ କେ. ମାଥ୍ୟୁ ଯୋଗଦେଇ ସାଧାରଣ ଲୋକଙ୍କ ସମସ୍ୟା ଓ ସ୍ଥାନୀୟ ଘଟଣାବଳୀକୁ ପ୍ରାଥମିକତା ଦେଇ ନିରପେକ୍ଷ ଓ ନିର୍ଭରଯୋଗ୍ୟ ଖବର ଲୋକଙ୍କ ନିକଟରେ ପହଞ୍ଚାଇବା ସହ ସମାଜ ଓ ଲୋକଙ୍କ ସ୍ୱାର୍ଥରେ ଯଥାସମ୍ଭବ ସହଯୋଗ କରିବାକୁ ପ୍ରତିଶ୍ରୁତିବଦ୍ଧ ବୋଲି କହିଥିଲେ।ଏହି ଅବସରରେ ‘ଦ ବିବିଏନ୍ ପୋଷ୍ଟ’ର ସମସ୍ତ ସଦସ୍ୟ ଓ ସଦସ୍ୟାଙ୍କ ସମେତ ସ୍ଥାନୀୟ ସାମ୍ବାଦିକ, ଅଧିବକ୍ତା, ସମାଜସେବୀ ଓ ବହୁ ଅତିଥି ଉପସ୍ଥିତ ଥିଲେ । ନୂତନ କାର୍ଯ୍ୟାଳୟର ଶୁଭାରମ୍ଭକୁ ନେଇ ଉପସ୍ଥିତ ଅତିଥି ଓ ସଦସ୍ୟମାନେ ଆନନ୍ଦ ପ୍ରକାଶ କରିବା ସହ ‘ଦ ବିବିଏନ୍ ପୋଷ୍ଟ’ର ଏହି ପଦକ୍ଷେପକୁ ପ୍ରଶଂସା କରିଥିଲେ।







