ମୁଖ୍ୟ ବିଷୟକୁ ଯାଆନ୍ତୁ
ସୋମବାର, ୧୯ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର କନ୍ଧମାଳ ରାୟଗଡ଼ା ମାଲକାନଗିରି ଗଞ୍ଜାମ

ଝାରସୁଗୁଡା ବିଜେପିର ମିଶ୍ରଣ ପର୍ବ:ସାମିଲ ହେଲେ ଶତାଧିକ କର୍ମୀ

ଝାରସୁଗୁଡା ବିଜେପିର ମିଶ୍ରଣ ପର୍ବ:ସାମିଲ ହେଲେ ଶତାଧିକ କର୍ମୀ – ସମୀକ୍ଷା ଖବର

ବିଜୟ ଶଙ୍କର ଦାଶ/ ସ୍ଵତନ୍ତ୍ର ପ୍ରତିନିଧି /ଝାରସୁଗୁଡ଼ା

ଝାରସୁଗୁଡ଼ା,୨୭/୯ : ବିଟିଏମସ୍ଥିତ ବିଜେପି କାର୍ଯ୍ୟାଳୟରେ ରବିବାର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଛି l କୋଲାବିରା ବ୍ଲକ କେଲେଣ୍ଡାମାଲ ପଞ୍ଚାୟତ ଅନ୍ତର୍ଗତ ଗୁଡ଼ିଗାଁ ଅଞ୍ଚଳର ଶତାଧିକ କର୍ମୀ ଆନୁଷ୍ଠାନିକ ଭାବେ ବିଜେପିରେ ଯୋଗଦେଇଛନ୍ତି l ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ଉପସ୍ଥିତିରେ ନବାଗତ କର୍ମୀମାନଙ୍କୁ ଦଳୀୟ ଉତ୍ତରୀୟ ପ୍ରଦାନ କରି ସ୍ୱାଗତ କରାଯାଇଥିଲା l ବିଜେପିରେ ସାମିଲ ହୋଇଥିବା କର୍ମୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦେଶପ୍ରେମ, ବିକାଶମୂଳକ ନୀତି ଏବଂ ଦେଶକୁ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବେ ଆଗେଇ ନେବାର ପ୍ରୟାସରେ ଅନୁପ୍ରାଣିତ ହୋଇ ଦଳରେ ଯୋଗଦେଇଥିବା କହିଥିଲେ l ନବାଗତ ସଦସ୍ୟମାନଙ୍କୁ ଶୁଭେଚ୍ଛା ଜଣାଇ ବିଧାୟକ ଶ୍ରୀ ତ୍ରିପାଠୀ କହିଥିଲେ, ଏହି ମିଶ୍ରଣ ଫଳରେ କୋଲାବିରା ଅଞ୍ଚଳରେ ବିଜେପିର ସାଂଗଠନିକ ଶକ୍ତି ଆହୁରି ବୃଦ୍ଧି ପାଇବ l ନୂତନ କର୍ମୀମାନଙ୍କ ଯୋଗଦାନ ଦଳୀୟ କର୍ମୀଙ୍କ ମଧ୍ୟରେ ନୂତନ ଉତ୍ସାହ ଓ ଉଦ୍ଦୀପନା ସୃଷ୍ଟି କରିବ ବୋଲି ସେ ଆଶାବ୍ୟକ୍ତ କରିଥିଲେ l କାର୍ଯ୍ୟକ୍ରମରେ ଜିଲ୍ଲା ସାଧାରଣ ସମ୍ପାଦକ ପ୍ରେମସେନ ରାଏ, ବିଶ୍ୱଜିତ ଷଡ଼ଙ୍ଗୀ, କୋଲାବିରା ମଣ୍ଡଳ ସଭାପତି ରାଜେଶ ଦାଶ, ଉପସଭାପତି ସଞ୍ଜୟ କୁମାର ପୂଜାରୀ, ସାଂସଦ ପ୍ରତିନିଧି ସମରେନ୍ଦ୍ର ରାଏ, କୁଲଦୀପ ନାୟକ, ବଳଭଦ୍ର ପଟେଲ ଓ ସରୋଜ ପଟେଲ ପ୍ରମୁଖଙ୍କ ସହ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ l

ଝାରସୁଗୁଡା ବିଜେପିର ମିଶ୍ରଣ ପର୍ବ:ସାମିଲ ହେଲେ ଶତାଧିକ କର୍ମୀ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ଗୁଣପୁର : ଶ୍ରୀ ଭେଙ୍କେଟେଶ୍ବର ମନ୍ଦିର ପ୍ରାଙ୍ଗଣରେ ପବିତ୍ର ଭାଗବତ ମହାପୁରାଣ ଜ୍ଞାନଯଜ୍ଞ କାର୍ଯ୍ୟକ୍ରମ