ଭଗବାନ ମହାନ୍ତି/ଜଗତସିଂହପୁର /ସମୀକ୍ଷା ଖବର:
ଜଗତସିଂହପୁର ଜିଲା ବାଲିକୁଦା ବ୍ଲକ ବରମୁଣ୍ଡାଳି ପଞ୍ଚାୟତ ଚାଷ ଜମିରେ ଷଣ୍ଢ ମାନେ ଚାଷୀକୁ ହତାଶ କରିବାର ଅଭିଯୋଗ ଆସୁଛି |ଭାତ ହାଣ୍ଡିରେ ଷଣ୍ଢ ମୁହଁ ପୁରେଇ ନଷ୍ଟ କରି ଚାଲିଛନ୍ତି, ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି | ସାଧାରଣରେ ପ୍ରକାଶ ଯେ ଆଜିକାଲି ଦିନକୁ ଦିନ ଗୋରୁ ବଢ଼ି ଚାଲିଛନ୍ତି | ଧାନ ଗହୀରରେ ଷଣ୍ଢ ପଶି ଧାନ ଗଛ ଖାଇ ନଷ୍ଟ କରି ବେଙ୍ଗଳା କରୁ ଛନ୍ତି |ଏକର ଏକର ଜମି ନଷ୍ଟ ହେଉଛି |ଅଞ୍ଚଳର ଚାଷୀ ବର୍ଷା ଉପରେ ନିର୍ଭର କରନ୍ତି |ତାସଙ୍ଗକୁ ବନ୍ୟା, ବାତ୍ୟା, ଅତିବୃଷ୍ଟି, ଅନାବୃଷ୍ଟି ସବୁ ଚାଷୀଙ୍କୁ କଷ୍ଟ ଦେଇ ଚାଲିଛନ୍ତି | ତାସଙ୍ଗକୁ ଷଣ୍ଢ ଉପଦ୍ରଵ ଯାହା ସରକାର ଚାହିଁଲେ ସମାଧାନ ହୁଅନ୍ତା ଚାଷୀଙ୍କୁ ହତାଶ କରୁଛି ବୋଲି ଚାଷୀ ମାନେ କହୁଛନ୍ତି | ସରକାରଙ୍କ ଯୋଜନା ଅନୁଯାଇ ପ୍ରତେକ ପଂଚାୟତରେ ଗୋଶାଳା ବନିଵାର ଅଛି |ଏକ ଏକର ପିଛା 50 ଗୋରୁ ପାଇଁ ବାର୍ଷିକ 10ଲକ୍ଷ୍ୟ ଅନୁଦାନରାଶି ରଖାଯାଇଛି |1ରୁ 3ଏକର ପର୍ଯ୍ୟନ୍ତ ଚାଷୀ ଯାହାର ଜମି ଅଛି ସେ କରିପାରିବେ | ଏହି ଅନୁଦାନ ନେଇପାରିବେ | 3 କିସ୍ତିରେ ମିଳିବ | ତାର ପ୍ରକ୍ରିୟା ଚାଲିଛି | ସମଧାନର ବାଟ ଫିଟିଯିବ ବୋଲି କୃଷି ଅଧିକାରୀ କହିଛନ୍ତି |






