ବିଜୟ ରତ୍ନ ପତି/ସ୍ୱତନ୍ତ୍ର ପ୍ରତିନିଧି /କେନ୍ଦୁଝର /ସମୀକ୍ଷା ନିୟୁଜ୍:
ପାଟଣା:୨୯/୯,କେନ୍ଦୁଝର ଜିଲ୍ଲା ସ୍ଵାମପାଟଣା ଥାନା ରେ କାର୍ଯରତ ମହିଳ କନେଷ୍ଟବଳ ତୁଳସୀ ମହାନ୍ତ ଙ୍କ ସ୍ଵାମୀ ତ୍ରିଲୋଚନ ମହାନ୍ତ କୁ ଦୁର୍ବୃତ୍ତମାନେ ଅମାନୁଷିକ ଭାବେ ଗୁଳିକରି ହତ୍ୟା କରିଛନ୍ତି l ଏହିପରି ଲୋମହର୍ଷଣକାରୀ ଘଟଣା ଗତକାଲି ରାତି ୧୦ ଟା ଘଟିଯାଇଛି l ତାଙ୍କ ସ୍ଵାମୀ ପାଟଣl ଥାନା କେନ୍ଦେଇପସି ଛକରେ ମୋବାଇଲ ଦୋକାନ ଦେଇଥିଲେ l ଗତକାଲି ସେ ଦୁଇଲକ୍ଷ ରୁ ଉର୍ଦ୍ଧ ଟଙ୍କା ସମେତ ଲାପଟପ ନେଇ ଆସୁଥିବା ବେଳେ ଟାଙ୍ଗରପଡା ହନୁମାନ ଛକ ନିକଟରେ ଦୁର୍ବୃତ୍ତମାନେ ଗୁଳିକରି ଥିଲେ l ତାଙ୍କୁ ଗୁଳିମାଡ ହେଲାପରେ ସେ ଫୋନ ଯୋଗେ ତାଙ୍କ ସ୍ତ୍ରୀ କୁ କହିଥିଲେ l ପାଟଣା ଥାନା ଅଧିକାରୀ ତାଙ୍କୁ ମୁମୁର୍ଷୁ ଅବସ୍ଥାରେ କେନ୍ଦୁଝର ଜିଲ୍ଲା ମୁଖ୍ଯ ଚିକିତ୍ସାଳୟକୁ ନେଇଥିଲେ l ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଛି l ତାଙ୍କ ନିଜଘର ଖଜିରାପସି ଗ୍ରାମରେ l ଏ ଘଟଣା ଆଜି ସମଗ୍ର ଜିଲ୍ଲାରେ ଆତଙ୍କ ଖେଳାଇ ଦେଇଛି l ତେବେ ଘଟଣା ଘଟିଥିବା ସ୍ଥାନ ଟି ତୁରୁମୁଙ୍ଗl ଥାନାରେ ଯାଉଛି l






