ଭବାନୀ ଶଙ୍କର ମିଶ୍ର/ବରିଷ୍ଠ ସାମ୍ବାଦିକ/ବଡ଼ସାହି /ସମୀକ୍ଷା ନ୍ୟୁଜ:
୨୯/୯/୨୬ – ଶିକ୍ଷାବିଭାଗ ବା ଶିକ୍ଷାନୁଷ୍ଠାନରେ ଅନିୟମିତତା କିମ୍ବା ବିଶୃଙ୍ଖଳା ଭଳି କାର୍ଯ୍ୟପନ୍ଥାକୁ ସହଜରେ ଗ୍ରହଣ ହୋଇନଥାଏ । କାରଣ ସେଇ ମହାନ ଅନୁଷ୍ଠାନ ହିଁ ଅନେକ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢିବାରେ ପ୍ରମୁଖ ଭୂମିକା ଗ୍ରହଣ ଜରିଥାଏ । ତେଣୁ ସମସ୍ତ ଦାୟିତ୍ୱବାନ ବାପାମା ତାଙ୍କ ପିଲାଙ୍କୁ ପଢ଼ାଇବାକୁ ଭଲ ଶିକ୍ଷାନୁଷ୍ଠାନ ଆପଣାଇ ଥାଆନ୍ତି । ମାତ୍ର ଅନେକ ସମୟରେ ଏଭଳି ମହାନ ଅନୁଷ୍ଠାନରେ ବିଶୃଙ୍ଖଳା ଖବର ପାଇଁ ସମଗ୍ର ଶିକ୍ଷାବିଭାଗ ଉପରେ କଳାଦାଗ ପଡିବା ନିହାତି ନୀନ୍ଦନୀୟ । ଏହିଭଳି ଏକ ଘଟଣାରେ ବିଦ୍ୟୁତ ବିଭାଗର କୋପ ଯୋଗୁଁ ୩୫ରୁ ଉପରେ ଶିକ୍ଷାନୁଷ୍ଠାନ ଦୁର୍ଦ୍ଦଶା ଭୋଗୁଥିବା ଜଣା ପଡ଼ିଛି l ଏହା ସରକାରୀ ବିଦ୍ୟାଳୟ ପ୍ରତି ସରକାର ଏବଂ ବିଭାଗୀୟ ହୀନ ଦୃଷ୍ଟି କି ଚକ୍ରାନ୍ତ ନୁହେଁ ତ ବୋଲି ତୀବ୍ର ନିନ୍ଦା କରିବା ସହ ଅଞ୍ଚଳବାସୀ ପ୍ରଶ୍ନ କରିଛନ୍ତି lଘଟଣାକ୍ରମେ ମୟୂରଭଞ୍ଜ ଜିଲ୍ଲାର ପ୍ରାୟତଃ ସରକାରୀ ବିଦ୍ୟାଳୟରେ ଗରିବ ମଜୁରିଆଙ୍କ ପିଲା ପଢ଼ିଥାନ୍ତି l ଏଭଳି କ୍ଷେତ୍ରରେ କାହାକୁ ପୂର୍ବରୁ କିଛି ସୂଚନା କିମ୍ବା ସମୟ ନ ଦେଇ ହାଠାତ ବିଦ୍ୟୁତ କାଟ କରିବା ବିଭାଗର ପୂର୍ବ ପ୍ରୟୋଜିତ କାର୍ଯ୍ୟ ହୋଇଥାଇପାରେ ବୋଲି ସମସ୍ତେ ସନ୍ଦେହ କରିଛନ୍ତି l ବିଦ୍ୟାଳୟକୁ ବିଦ୍ୟୁତ କାଟ ଖବର ପ୍ରଥମଥର ପାଇଁ ନଜରକୁ ଆସିବା ପରେ ଶିକ୍ଷକ, ଅଭିଭାବକ ଓ ଛାତ୍ରଛାତ୍ରୀ ମାନଙ୍କ ମନରେ ଅସନ୍ତୋଷ ପ୍ରକାଶ ପାଇଛି ।

ଏମିତିକି ବିଦ୍ୟୁତ ବିଭାଗ ବିଶ୍ୱକର୍ମା ପୂଜାଦିନ ବିଭାଗ ତାର ଏହିଭଳି ଅମାନବିକ କାର୍ଯ୍ୟର ଶୁଭାରମ୍ଭ କରିବାକୁ ସମସ୍ତେ ସହଜରେ ଗ୍ରହଣ କରି ପାରିନାହାନ୍ତି l ତେବେ ଏଭଳି ନୀନ୍ଦନୀୟ ଘଟଣା ଘଟିଥିବା ସ୍କୁଲ ଗୁଡ଼ିଜ ଭିତରୁ ଆରପଟା କ୍ଲଷ୍ଟର ର ଦାଉଁଡିଆ, ପାଳସl, ଖିରିପଦା ୟୁ ପି ଏସ, ସାଇଁକୁଳl କ୍ଲଷ୍ଟରର ହାଟନୂଆ ଗାଁ, କାଳିଆ ପଦା, ଡିଗୀ ସାହି, ଦେହୁରୀସାହି ପି ଏସ, ଗାର୍ଲସ ୟୁପିଏସ, ସାନଖୁଣ୍ଟା କ୍ଲଷ୍ଟରର ସୁରୁକୁନା, ଚତୁର ଶିଳା, କୁଆମରl କ୍ଲଷ୍ଟରର କଡ଼ଦା ୟୁ ପି ଏସ, ଜୟପୁର କ୍ଲଷ୍ଟର ରେ ୪ ଟି ବିଦ୍ୟାଳୟ, ଶିଳଘାଟୀ, ବର ଡ଼ିହି, ଭଣ୍ଡ ଗାଁ ତଥା କୁଶଳଦା ଆଦି କ୍ଲଷ୍ଟର ରେ ମଧ୍ୟ ବିଦ୍ୟାଳୟ ଗୁଡିକରେ ବିଦ୍ୟୁତ କାଟ କରାଯାଇଥିବା ଜଣାପଡିଛି l ଛାତ୍ରlବାସରେ ରହି ପଢ଼ୁଥିବା ପିଲାଙ୍କ ଜୀବନ ସମ୍ପୂର୍ଣ ବିପଦରେ ଅତିକ୍ରମ କରିଛି l ସେମାନେ ଅନ୍ଧାର ଭିତରେ ରହିବେ, ଖାଇବେ ଆଉ ରାତ୍ରି ଶୟନ କରିବେ l ପୁଣି ବର୍ଷା ଋତୁ ଓ ଲଗାତର ବର୍ଷା ପାଇଁ ସାପ, ବେଙ୍ଗ, ବିଛା ଭଳି ଜୀବଜନ୍ତୁ କୋଠରୀ ଭିତରକୁ ପ୍ରବେଶ କରିବା ସମ୍ଭାବନାକୁ ମଧ୍ୟ ଏଡାଇ ଦିଆଯାଇ ନ ପାରେ l ଏହାଛଡା ସେମାନଙ୍କ ଗାଧୋଇବା, ପାଇଖାନା ଯିବା, ପିଇବା ପାଣି ସଂଗ୍ରହ କରିବା, ଗାଧେଇବା, ଶୌଚ ହେବା ଭଳି ଅନେକ ନିତ୍ୟକର୍ମକୁ ସେମାନେ କିପରି କରିବେ ତାହା ମଧ୍ୟ କାହାରି ଚିନ୍ତାରେ ନଥିଲା ବୋଧେ ।

ପୂର୍ବରୁ ଏଭଳି ସମସ୍ୟାକୁ ଏଡାଇବା ପାଇଁ ସ୍କୁଲ କର୍ତ୍ତ୍ତୃପକ୍ଷ ନିଜ ପକେଟରୁ ବିଦ୍ୟୁତ ବିଲ ଭରଣା କରିଥାନ୍ତି ବୋଲି ଜଣାପଡ଼ିଥିବା ବେଳେ ଏଭଳି ପରିସ୍ଥିତିରେ ପିତାମାତା ସେମାନଙ୍କ ଛୋଟ ପିଲାଙ୍କୁ ଛାତ୍ରlବlସରେ ଛାଡି କେଉଁ ଦୁଶ୍ଚିନ୍ତା ଭିତରେ ରହୁଥିବେ ତାହା ମଧ୍ୟ କେବେ କେହି ଚିନ୍ତାକରିନଥିବା ଭଳି ଲାଗୁନାହିଁ କି ? ସରକାରଙ୍କ ଅନୁଭବ କ୍ରମେ ପ୍ରତି ବିଦ୍ୟାଳୟକୁ ବିଦ୍ୟୁତ ସଂଯୋଗର ଶତପ୍ରତିଶତ ଆବଶ୍ୟକତା ଅଛି l କାରଣ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଗ୍ରୀଷ୍ମର ପ୍ରକୋପରୁ ରକ୍ଷାପାଇବା ଦରକାର l ଅତି କମରେ ଟିକେ ପଙ୍ଖା ତଳେ ତ ବସି ପଢି ପାରିବେ l ତା ଛଡା କିଛି ବିଦ୍ୟାଳୟରେ ଟି ଭି ଓ କମ୍ପ୍ୟୁଟର ଆଦି ଇଲେକ୍ଟ୍ରୋନିକ୍ସ ଜିନିଷ ପାଠ୍ୟ ଉପକରଣ ମାନ ରହିଛି l ସବୁ କ୍ଲାସ ରୁମକୁ ଅନେକ ସମୟରେ ଆଲୁଅର ଆବଶ୍ୟକ ପଡୁଛି l ଏ ସବୁ ଦିଗକୁ ସରକାର ଚିନ୍ତାକରି ବନ୍ଦୋବସ୍ତ କରିଥିବା ପରେ ବି ବିଦ୍ୟୁତ ବିଭାଗ କିପରି ହାଠାତ ଗୋଟିଏ ରୁ ଦୁଇ ଦିନ ଭିତରେ ଗୋପବନ୍ଧୁ ନଗର ର ୩୫ ରୁ ଅଧିକ ପ୍ରାଥମିକ ବିଦ୍ୟାଳୟକୁ ବିଦ୍ୟୁତ ସଂଯୋଗ ବିଛିନ୍ନ କରିଛି ବୋଲି ଆର ସି ସି ମଧ୍ୟ ମତ ଦେଇଛନ୍ତି l ତାଙ୍କ କହିବା ଅନୁସାରେ ପ୍ରତିବର୍ଷ ପ୍ରାୟତଃ ଫେବୃଆରୀ ମାସ ସୁଦ୍ଧା ସରକାର ଏ ବାବଦରେ ଅର୍ଥ ପ୍ରଦାନ କରିଦେଇଥାନ୍ତି । ବିଦ୍ୟୁତ ବିଭାଗ ଏହାର ବିଲ କାଟି ବିଲ ଅର୍ଥ ପରିଶୋଧ କରି ନିଅନ୍ତି l ତେବେ ଚକିତ ବର୍ଷ ଏହା ସମ୍ଭବ ହୋଇପାରି ନାହିଁ, ଏଲୋଟମେଣ୍ଟ ନଥିବା ଯୋଗୁଁ ବିଦ୍ୟୁତ ବିଲ ପୈଠ ହୋଇ ପାରିନାହିଁ l

ଏଭଳି ଘଟଣାରେ ସମସ୍ତେ ଦଣ୍ଡ ପାଉଛୁ ଏବଂ ଖୁବ ଶୀଘ୍ର ଏଭଳି ସମସ୍ୟା ଦୂର ହେଲେ ପିଲାମାନେ ଆଉ ଶିକ୍ଷକ ମାନେ ଉପକୃତ ହେବେ l ସେଥିପାଇଁ ଅଭିଭାବକ ମାନଙ୍କ ତରଫରୁ ମଧ୍ୟ ଦାବି କରାଯାଇଛି l ଜୟପୁର ୟୁ ପି ଏସ ପ୍ରଧାନ ଶିକ୍ଷକ କୁହନ୍ତି ତାଙ୍କ ଅନୁଷ୍ଠାନର ୪0 ହଜାର ଟଙ୍କା ବକେୟା ରହିଛି, ଯାହା ପ୍ରାୟ ୧୮ ମାସ ର ବକେୟା ବିଲ l ଚଳିତ ବର୍ଷ ଏଥିପାଇଁ କୌଣସି ଅନୁଦାନ ମିଳି ନଥିବାରୁ ବିଭାଗ ବିଦ୍ୟୁତ କାଟ କରିଛି l ସେହିପରି ଖୁଣ୍ଟା ପି ଏମ ଶ୍ରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କେ ଜି ଭି ବି ର ଛାତ୍ରବାସ ପାଇଁ ୨୫ ହଜାର ଟଙ୍କା ବିଲ ବକେୟା ଥିବାରୁ ବିଦ୍ୟୁତ କାଟ ହୋଇଥିଲା l ଏ କ୍ଷେତ୍ରରେ ଛାତ୍ରlବlସରେ ପିଲା ଅସୁବିଧାର ସମ୍ମୁଖୀନ ହେବା ଆଶଙ୍କାରେ ସେ ଲିଖିତ ଭାବେ ୧୫ ଦିନ ଅବଧି ନେଇ ବିଦ୍ୟୁତ ବିଭାଗକୁ ବିଦ୍ୟୁତ ସଂଯୋଗ ପାଇଁ ଅନୁରୋଧ କରି ସଫଳ ହୋଇଛନ୍ତି l ଏ ସଂକ୍ରାନ୍ତରେ ବିଭାଗୀୟ ଯନ୍ତ୍ରୀ କୁହନ୍ତି ଯେ, ସେମାନଙ୍କର ବକେୟା ବିଲ ବହୁତ ଅଛି, ତା ଛଡା ସ୍ମାର୍ଟ ମିଟର ଲାଗିଥିବାରୁ ଏ ବିଦ୍ୟୁତ କାଟ ସଂକ୍ରାଂକ୍ରରେ ଆମର କିଛି ଭୂମିକା ନାହିଁ l ମାତ୍ର ଯେଉଁ ଅନୁଷ୍ଠାନ ବକେୟା ପୈଠ କରିଛନ୍ତି ସେମାନଂକୁ ପୁନଃ ସଂଯୋଗ ଦିଆଯାଉଛି l ତେବେ ବି ଆର ସି ସି ସମସ୍ତ ବିଦ୍ୟାଳୟକୁ ବକେୟା ବିଦ୍ୟୁତ ବିଲର ପରିମାଣ ମାଗିଛନ୍ତି ବୋଲି ଜଣାପଡିଛି । ସରକାରୀ ଶିକ୍ଷାନୁଷ୍ଠାନରେ ବିଶ୍ଵକର୍ମା ପୂଜାଦିନରେ ବିଦ୍ୟୁତ ବିଭାଗର ହଠାତ ବିଦ୍ୟୁତକାଟ ନିଷ୍ପତ୍ତିକୁ ଅଞ୍ଚଳରେ ବ୍ୟାପକ ନିନ୍ଦା କରାଯାଇଛି ଏବଂ ଭବିଷ୍ୟତରେ ବିନା ପରାମର୍ଶରେ ଏମିତି ନିଷ୍ପତ୍ତି ନନେବାକୁ ଦାବି ରହିଛି । ଶିକ୍ଷାର୍ଥୀଙ୍କୁ ତାଙ୍କ ମୌଳିକ ଅଧିକାରରୁ ବାଦ ଦିଆନଯାଉ ବୋଲି ଅଞ୍ଚଳବାସୀ ଚେତାବନୀ ଦେଇଛନ୍ତି ।






