ମୁଖ୍ୟ ବିଷୟକୁ ଯାଆନ୍ତୁ
ମଙ୍ଗଳବାର, ୨୦ ଅକ୍ଟୋବର ୨୦୨୬
ଚର୍ଚ୍ଚାରେ ମୟୂରଭଞ୍ଜ ବରଗଡ଼ ଜଗତସିଂହପୁର ରାୟଗଡ଼ା ମାଲକାନଗିରି ଗଞ୍ଜାମ କନ୍ଧମାଳ

ଫେକ୍‌ ୟୁପିଆଇ ଆକାଉଣ୍ଟ ଖୋଲି ଟଙ୍କା ଆଦାୟ ଅଭିଯୋଗ

ଫେକ୍‌ ୟୁପିଆଇ ଆକାଉଣ୍ଟ ଖୋଲି ଟଙ୍କା ଆଦାୟ ଅଭିଯୋଗ – ସମୀକ୍ଷା ଖବର

––

ହିମାଂଶୁ ଭୂଷଣ ନାୟକ/ବରିଷ୍ଟ ସାମ୍ବାଦିକ /ପାରାଦୀପ/ ସମୀକ୍ଷା ନ୍ୟୁଜ:

ଲୋକଙ୍କୁ ବିଭିନ୍ନ ପ୍ରକାରର ପ୍ରଲୋଭନ ଦେଖାଇ ଟଙ୍କା ଆଦାୟ ଏବଂ ନକଲି ୟୁପିଆଇ ଆକାଉଣ୍ଟ ବ୍ୟବହାର ସମ୍ପର୍କିତ ଅଭିଯୋଗକୁ ନେଇ ଜଗତସିଂହପୁର ସାଇବର କ୍ରାଇମ୍‌ ଓ ଇକୋନୋମିକ୍‌ ଅଫେନ୍ସ ଥାନାରେ ମାମଲା ରୁଜୁ ହୋଇଛି। ତିର୍ତ୍ତୋଲ ଥାନାରେ ପ୍ରଥମେ ରିତେଶ ଜେନା ଅଭିଯୋଗ କରିଥିବା ବେଳେ ପରବର୍ତ୍ତୀ ତଦନ୍ତରେ ସୌମ୍ୟରଞ୍ଜନ ଓଝା ଓରଫ ବୁବୁ (୨୮)ଙ୍କ ଭୂମିକା ସାମ୍ନାକୁ ଆସିଥିବା ପୁଲିସ ସୂତ୍ରରୁ ଜଣାପଡ଼ିଛି। ସୌମ୍ୟଙ୍କ ଘର ତିର୍ତ୍ତୋଲ ଥାନା ଅଞ୍ଚଳର ଜଡ଼ତିରା ଗ୍ରାମରେ ବୋଲି ଜଣା ପଡିଛି l ଏହି ମାମଲାରେ ଉଭୟଙ୍କୁ ଅଭିଯୁକ୍ତ କରାଯାଇ କୋର୍ଟଚାଲାଣ କରାଯାଇଛି। ରିତେଶଙ୍କ ନାଁରେ ନକଲି ୟୁପିଆଇ ଆକାଉଣ୍ଟ ଅଭିଯୋଗ ପୁଲିସର ତଦନ୍ତରୁ ମିଳିଥିବା ତଥ୍ୟ ଅନୁଯାୟୀ, ରିତେଶ ଜେନାଙ୍କ ନାଁ ଓ ପରିଚୟକୁ ବ୍ୟବହାର କରି ଏକ ନକଲି ୟୁପିଆଇ ଆକାଉଣ୍ଟ ଖୋଲାଯାଇଥିବା ଅଭିଯୋଗ ରହିଛି। ଏହି ଆକାଉଣ୍ଟ ମାଧ୍ୟମରେ ବିଭିନ୍ନ ଲୋକଙ୍କଠାରୁ ଟଙ୍କା ଗ୍ରହଣ କରାଯାଇଥିବା ନେଇ ତଦନ୍ତରେ ତଥ୍ୟ ମିଳିଥିବା କୁହାଯାଇଛି। ଅଭିଯୋଗ ଅନୁଯାୟୀ, ଚାକିରି କରାଇଦେବା, ପରୀକ୍ଷାରେ ମାର୍କ ବଢ଼ାଇଦେବା, ବିଭିନ୍ନ ରୋଗର ଚିକିତ୍ସା କରାଇଦେବା ଭଳି ବିଭିନ୍ନ ପ୍ରତିଶ୍ରୁତି ଦେଇ ଲୋକଙ୍କୁ ପ୍ରଲୋଭିତ କରାଯାଉଥିଲା। ଏହି ପ୍ରକ୍ରିୟାରେ ରିତେଶଙ୍କୁ ବ୍ୟବହାର କରାଯାଇଥିବା ଏବଂ ତାଙ୍କ ନାଁରେ ଥିବା ୟୁପିଆଇ ଆକାଉଣ୍ଟ ମାଧ୍ୟମରେ ଟଙ୍କା କାରବାର ହୋଇଥିବା ନେଇ ତଦନ୍ତକାରୀ ପୁଲିସକୁ ତଥ୍ୟ ମିଳିଥିବା ଜଣାପଡ଼ିଛି।
ତଦନ୍ତରେ ସୌମ୍ୟରଞ୍ଜନଙ୍କ ମୁଖ୍ୟ ଭୂମିକାର ସନ୍ଦେହ ମାମଲାର ତଦନ୍ତ ବେଳେ ସୌମ୍ୟରଞ୍ଜନ ଓଝା ଓରଫ ବୁବୁଙ୍କ ଭୂମିକା ସମ୍ପର୍କରେ ପୁଲିସକୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଥିବା କୁହାଯାଇଛି। ରିତେଶଙ୍କୁ ବ୍ୟବହାର କରି ତାଙ୍କ ନାଁରେ ୟୁପିଆଇ ଆକାଉଣ୍ଟ ଖୋଲିବା ଏବଂ ଲୋକଙ୍କୁ ବିଭିନ୍ନ ପ୍ରଲୋଭନ ଦେଖାଇ ଟଙ୍କା ଆଦାୟ କରିବା ଘଟଣାରେ ସୌମ୍ୟରଞ୍ଜନଙ୍କ ସମ୍ପୃକ୍ତି ଥିବା ତଦନ୍ତରେ ସାମ୍ନାକୁ ଆସିଥିବା ପୁଲିସ ପକ୍ଷରୁ ଜଣାପଡ଼ିଛି।

ଫେକ୍‌ ୟୁପିଆଇ ଆକାଉଣ୍ଟ ଖୋଲି ଟଙ୍କା ଆଦାୟ ଅଭିଯୋଗ – ସମୀକ୍ଷା


ଏହି ତଥ୍ୟ ଆଧାରରେ ତାଙ୍କୁ ମଧ୍ୟ ମାମଲାରେ ଅଭିଯୁକ୍ତ କରାଯାଇଛି। ତେବେ ସୌମ୍ୟରଞ୍ଜନଙ୍କୁ ଏହି ଘଟଣାର ‘ମାଷ୍ଟରମାଇଣ୍ଡ’ ବୋଲି ଚୂଡ଼ାନ୍ତ ଭାବେ କହିବା ପୂର୍ବରୁ ମାମଲାର ତଦନ୍ତ ଓ ଅଦାଲତୀ ପ୍ରକ୍ରିୟାର ଫଳାଫଳ ଅପେକ୍ଷା କରିବା ଆବଶ୍ୟକ।
୧୮ ସେପ୍ଟେମ୍ବରରେ ସାଇବର ଥାନାରେ ମାମଲା
ପୁଲିସ ରେକର୍ଡ ଅନୁଯାୟୀ, ଜଗତସିଂହପୁର ସାଇବର କ୍ରାଇମ୍‌ ଓ ଇକୋନୋମିକ୍‌ ଅଫେନ୍ସ ଥାନାରେ କେସ୍‌ ନମ୍ବର ୨୨/୨୦୨୬, ତାରିଖ ୧୮।୯।୨୦୨୬ରେ ମାମଲା ରୁଜୁ ହୋଇଛି। ଏଥିରେ ଭାରତୀୟ ନ୍ୟାୟ ସଂହିତାର ଧାରା ୩୧୮(୪), ୩୧୯, ୩୩୮, ୩୪୦, ୩୫୧ ଓ ୬୧(୨) ସହିତ ସୂଚନା ପ୍ରଯୁକ୍ତି ଆଇନ, ୨୦୦୦ର ଧାରା ୬୬(ସି) ଓ ୬୬(ଡି) ଲାଗୁ କରାଯାଇଛି। ଏହି ଧାରାଗୁଡ଼ିକ ମଧ୍ୟରେ ଠକେଇ, ପରିଚୟର ଦୁରୁପଯୋଗ, ଜାଲିଆତି ଓ କମ୍ପ୍ୟୁଟର/ଯୋଗାଯୋଗ ଉପକରଣ ମାଧ୍ୟମରେ ପ୍ରତାରଣା ସମ୍ପର୍କିତ ଅଭିଯୋଗ ଅନ୍ତର୍ଭୁକ୍ତ ରହିଛି। ଉଭୟଙ୍କୁ କୋର୍ଟଚାଲାଣ, ତଦନ୍ତ ଜାରି
ମାମଲାରେ ସୌମ୍ୟରଞ୍ଜନ ଓଝା ଓ ରିତେଶ ଜେନାଙ୍କୁ ପୁଲିସ କୋର୍ଟଚାଲାଣ କରିଛି। ତେବେ ଅଭିଯୁକ୍ତଙ୍କ ବିରୋଧରେ ଆସିଥିବା ଅଭିଯୋଗର ଚୂଡ଼ାନ୍ତ ସତ୍ୟତା ଅଦାଲତୀ ପ୍ରକ୍ରିୟାରେ ନିର୍ଦ୍ଧାରିତ ହେବ।
ଏହି ଘଟଣାରେ ଆଉ କେତେଜଣଙ୍କଠାରୁ କେତେ ପରିମାଣର ଟଙ୍କା ନିଆଯାଇଛି, ଟଙ୍କା କେଉଁ କେଉଁ ଆକାଉଣ୍ଟ କିମ୍ବା ମାଧ୍ୟମରେ କାରବାର ହୋଇଛି, ନକଲି ୟୁପିଆଇ ଆକାଉଣ୍ଟ ଖୋଲିବା ପଛରେ ଆଉ କାହାର ଭୂମିକା ରହିଛି କି ନାହିଁ ଏବଂ ଆର୍ଥିକ କାରବାରର ପ୍ରକୃତ ଚିତ୍ର କ’ଣ—ସେନେଇ ପୁଲିସର ତଦନ୍ତ ଜାରି ରହିଛି।

ଫେକ୍‌ ୟୁପିଆଇ ଆକାଉଣ୍ଟ ଖୋଲି ଟଙ୍କା ଆଦାୟ ଅଭିଯୋଗ – ସମୀକ୍ଷା
ସମୀକ୍ଷା ନ୍ୟୁଜଲେଟର ଏହିପରି ଖବର ପ୍ରତି ଶନିବାର ଇମେଲରେ ପାଆନ୍ତୁ ସପ୍ତାହର ମୁଖ୍ୟ ଖବର ଓ ଇ-ପେପର · ମାଗଣା · ଯେକୌଣସି ସମୟରେ ବନ୍ଦ କରିପାରିବେ
▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶ – ସମୀକ୍ଷା ଭିଡିଓ ଖବର ସମୀକ୍ଷା ଭିଡିଓ▶️କୋରାପୁଟର 'ବାଲଦା ଗୁମ୍ଫା' ଅବହେଳିତ: କେବଳ ସାଇନ୍ ବୋର୍ଡରେ ସୀମିତ ପର୍ଯ୍ୟଟନ ବିଭାଗର ବିକାଶYouTube · SAMIKSHA NEWS LIVE ପରବର୍ତ୍ତୀ ଖବର ତାଳଚେର ପବିତ୍ର ମୋହନ ମେଡିକାଲ କଲେଜ ଷ୍ଟାଫ ନର୍ସଙ୍କ ଧାରଣା: ଅନୁଗୋଳ ବଦଳିକୁ ବିରୋଧ, ତୁରନ୍ତ ହସ୍ପିଟାଲ କାର୍ଯ୍ୟକ୍ଷମ ପାଇଁ ଦାବି