ଭଗବାନ ମହାନ୍ତି/ଜଗତସିଂହପୁର/ସମୀକ୍ଷା ନ୍ୟୁଜ:
ଜଗତସିଂହପୁର, 01/09/2026:ଜଗତସିଂହପୁର ସାରଳା ଦାସ କଳା ଓ ସଂସ୍କୃତି ଭବନରେ ଅନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ପଳାନହୋଇଯାଇଛି |ଜିଲା ପ୍ରଶାସନର ସାମାଜିକ ଓ ସୁରକ୍ଷା ବିଭାଗ ଦ୍ୱାରା ଆୟୋଜିତ ଏହିକାର୍ଯ୍ୟକ୍ରମରେ ପ୍ରଥମେ ପାଲା, ସ୍ୱାସ୍ଥ୍ୟ ଯାଞ୍ଚ ଶିବିର, ବରିଷ୍ଠ ନାଗରିକ ମାନଙ୍କୁ ସମର୍ଦ୍ଧନା ଜିଲ୍ଲାପାଳ, ଅଧିକ୍ଷଣ ପୋଲିସ, ବରିଷ୍ଠନାଗରିକ ସଂଘର ସଭାପତି, ଜଗତସିଂହପୁର ବିଧାୟକ ମାନେ ମିଶିକରି କରିଥିଲେ |

ପ୍ରକାଶ ଥାଉକି ଜିଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ବରିଷ୍ଠ ନାଗରୀକଙ୍କର ସ୍ୱାସ୍ଥ୍ୟ ଯାଞ୍ଚ କରିଥିଲେ | ଶରୀର ସ୍ୱାସ୍ଥ୍ୟ ରଖିବାପାଇଁ ନିୟମିତ ବ୍ୟାମ ଵା ପ୍ରାତ ଭ୍ରମଣ ପାଇଁ ଉପଦେଶ ଦେଇଥିଲେ |ମାନସିକ ଶାନ୍ତିପାଇଁ ସତସଙ୍ଗ ଵା ଭାଗବତ ପାଠ କରିବା ଵା ଶୁଣିବା ସହ ଉତ୍ତମ ଖାଦ୍ୟ, ନିଦ୍ରା ଠିକ ସମୟରେ ନେବା ଓ ନିଜର ପାଉଥିବା ଭତ୍ତାକୁ ଉଚ୍ଚିତ ଭାବରେ ଖର୍ଚ୍ଚ କରିବାପାଇଁ ବରିଷ୍ଠ ନାଗରିକ ମାନଙ୍କୁ ବିଚାର ବିମର୍ଶ ଦିଆଯାଇଥିଲା | ପ୍ରତେକ ମାସରେ ଥରେ ଶରୀରର ସ୍ୱାସ୍ଥ୍ୟ ଯାଞ୍ଚ କରି ଔଷଧ ସେବନ ନିୟମିତ ଭାବରେ କରିବାପାଇଁ ମୁଖ୍ୟ ଚିକିତ୍ସକ ଉପଦେଶ ଦେଇଥିଲେ |ଏହିଆୟୋଜନରେ 257ଜଣବରିଷ୍ଠ ନାଗରିକ ଭାଗ ନେଇଥିବାର ବୋଲି ଆୟୋଜନ କାରି ମତ ଦେଇଛନ୍ତି |





